ଭୁବନେଶ୍ୱର,୮।୬(ଏସଏସନିଉଜ)ବ୍ଲେଡରେ ଯୁବତୀଙ୍କ ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଲା ଯୁବକ।ଦେବଗଡ଼ଥାନା ଗୁରୁସାହି ରାସ୍ତାରେ ଯୁବକ ଜଣଙ୍କ ଏହିପରି ଜଘନ୍ୟକାଣ୍ଡ ଘଟାଇଛି।ଯୁବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।ଗଞ୍ଜାମ ଅଞ୍ଚଳର ସୀମାଞ୍ଚଳ ସାସମଲ୍। ଦୁଇବର୍ଷ ତଳେ ଦେବଗଡ଼ ଟାଉନ୍ର ରୀମା(ଛଦ୍ମ ନାମ)ଙ୍କ ସହିତ ତାଙ୍କର ଫେସ୍ବୁକ୍ରେ ଦେଖା ସାକ୍ଷାତ ହୋଇଥିଲା।ପ୍ରଥମେ ଚାଟିଂ, ତାପରେ କଥାବାର୍ତ୍ତା। ଏହି କଥାବାର୍ତ୍ତା ଭିତରେ ରୀମାଙ୍କ ପ୍ରେମରେ ପଡ଼ି ଯାଇଥିଲେ ସୀମାଞ୍ଚଳ।ଆଉ ସମୟସୁବିଧା ଦେଖି ପ୍ରପୋଜ ମଧ୍ୟ ମାରିଥିଲେ । ମାତ୍ର ଏଥିରେ ରାଜି ହେଉନ ଥିଲେ ରୀମା।ଯେଉଁଥିପାଇଁ ସୀମାଞ୍ଚଳଙ୍କ ମନରେ ଅସନ୍ତୋଷ ର ନିଆଁ କୁହୁଳୁଥିଲା।ଆଜି ସନ୍ଧ୍ୟା ପ୍ରାୟ ସାଢ଼େ୬ଟା ବେଳେ ରୀମାଜଣେ ୩ବର୍ଷର ନାବାଳିକା ସହିତ ଚାଲିଚାଲି ଦେବଗଡ଼ ଟାଉନ୍ରେ ଯାଉଥିଲେ।ଠିକ୍ ସେହି ସମୟରେ ସେଠାରେ ପହଞ୍ଚିଥିଲେ ସୀମାନ୍ତଳ। ସେଠାରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲେ। ପରେ ସୀମାଞ୍ଚଳ ଏକ ବ୍ଲେଡ୍ରେ ରୀମାଙ୍କବେକ କାଟି ଦେଇଥିଲେ । ତାପରେ ନିଜବେକ କାଟି ଦେଇଥିଲା ସୀମାଞ୍ଚଳ।ବିଚ୍ ରାସ୍ତାଉପରେ ଏହି ବୀଭତ୍ସ ଘଟଣା ଘଟୁଥିବା ଦେଖି ସ୍ଥାନୀୟ ଲୋକେକିଛି ବୁଝି ପାରିନଥିଲେ। ପରେ ସେମାନଙ୍କ(ରୀମା ଓ ସୀମାଞ୍ଚଳ)ପାଖକୁ ଦୌଡ଼ି ଆସି ରକ୍ତଜୁଡୁବୁଡ଼ୁ ଅବସ୍ଥାରେ ଉଭୟଙ୍କୁ ରାସ୍ତାରୁ ଉଠାଇ ଚିକିତ୍ସାପାଇଁ ଦେବଗଡ଼ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସୀମାଞ୍ଚଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏବେ ମଧ୍ୟ ରୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଥିବାର ଜଣାପଡିଛି।
ବିଚ୍ ରାସ୍ତାରେ ଯୁବତୀଙ୍କ ତଣ୍ଟି କାଟିଲା ଯୁବକ
