ଭୁବନେଶ୍ବରରେ ଗ୍ୟାସ ଲିକକୁ ନେଇ ହଇଚଇ

ଚନ୍ଦ୍ରଶେଖରପୁର ,୫ା୧୦(ଏସଏସନିଉଜ)ଶନିବାରରାତିରେ ଚନ୍ଦକା ଶିଳ୍ପାଞ୍ଚଳରେ ଥିବା ଶିଭମ୍ କେମିକାଲ୍ସ ନାମକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ୍ ଲିକ୍ ହୋଇଥିବା ସୂଚନା ମିଳିଛି ।ଏଠାରୁ କ୍ଲୋରିନ୍ ଗ୍ୟାସ୍ ଲିକ୍ ହୋଇଥିବାର ଜଣାପଡିବା ପରେ ଖବରପାଇ ୩ଟି ଅଗ୍ନିଶମ ଟିମ୍ ମାସ୍କ ପିନ୍ଧି ଆଧୁନିକ ଉପକରଣ ସହ ଘଟଣାସ୍ଥଳରେ ପହଁଚି ୨ ଘଣ୍ଟା ପରେ ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ ।ଗ୍ୟାସ ଲିକ ହୋଇଥିବାର ଜଣାପଡିବାପରେ ପଟିଆରୁ ଇନଫୋସିଟ ରାସ୍ତାକୁ ପୋଲିସ ବନ୍ଦ କରିଦେଇଥିଲା ।ତେବେ କେଉଁ ପରିସ୍ଥିତିରେ ଏବଂ କାହିଁକି ଗ୍ୟାସ୍ ଲିକ୍ ହୋଇଛି, ତାହାନେଇ ସ୍ପଷ୍ଟ କାରଣ ଜଣାପଡିନାହିଁ ।

Comments (0)
Add Comment