ଭୁବନପୁରଗ୍ରାମରେ ଲାଗିଲା ଟ୍ରାନସଫରମର

ବାରଙ୍ଗ,୮/୧୧(ଏସଏସନିଉଜ)ଭୁବନପୁର ଗ୍ରାମରେ ଲାଗିଲା ୨୫୦କେଭି ଟ୍ରାଂଶଫର୍ମର ।ଦୀର୍ଘ ଦିନର ଦାବି ଗ୍ରାମବାସୀଙ୍କର୍ ପୁରାଣ ହୋଇଛି। ଗ୍ରାମବାସିମାନେ ଲୋଭୋଲ୍ଟେଜ୍ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।ସନ୍ଧ୍ୟା ହେବାମାତ୍ରେ ଡିବିରି ଭଳି ଆଲୁଅ ଜଳୁଥିବାରୁ ପିଲାମାନେ ପାଠ ପଢ଼ିବାରେ ଅସୁବିଧା ସହ ଘରୁ ବାହାରିବାକୁ ଗ୍ରାମବାସୀମାନେ
ନିରାପଦ ମଣୁନଥିଲେ। ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇ ଗ୍ରାମ୍ୟ କମିଟି ସଭାପତି ରଞ୍ଜନ କୁମାର ଭଟଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗଠାରୁ ଆରମ୍ଭ କରି ଲୋକ ପ୍ରତିନିଧିମାନଙ୍କୁ ବାରମ୍ବାର ଅବଗତ କରିଥିଲେ। ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା।କିନ୍ତୁ ଦୀର୍ଘ ୧୩ମାସର ବ୍ୟବଧାନ ପରେ ଶୁକ୍ରବାରଦିନ ବିଦ୍ୟୁତବିଭାଗ ପକ୍ଷ ରୁ ଗାଁ ମୁଣ୍ଡରେ ଥିବା ପୁରୁଣା ଟ୍ରାଂଶଫର୍ମର ପରିବର୍ତ୍ତନ କରାଯାଇ ନୂଆ ୨୫୦କେଭି ଟ୍ରାଂଶଫର୍ମର ଲାଗିଥିଲା।ଟ୍ରାଂଶଫର୍ମର ଲାଗିବା ପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି।
(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)

Comments (0)
Add Comment