ଭାରିଯାନକୁ ପିଟିଲା ବସ

୨ମୃତ, ୭ଯାତ୍ରୀ ଗୁରୁତର

ଯାଜପୁର,୮ା୬(ଏସଏସନିଉଜ) ଆଜି ସକାଳୁ ଯାଜପୁର ଜିଲ୍ଲାର ବଡ଼ଚଣା କଡେଇଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଭାରିଯାନକୁ ଏକ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ପଶ୍ଚିମବଙ୍ଗରୁ ପର୍ଯ୍ୟଟକମାନଙ୍କୁ ନେଇ ବସଟି ପୁରୀ ଅଭିମୁଖେ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଗୁରୁତର ହୋଇଥିବା ୭ ଜଣ ଯାତ୍ରୀଙ୍କୁ କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ କଣ୍ଡକ୍ଟର ଓ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

Comments (0)
Add Comment