ଭାରତ ଚାପରେ ନଇଁଲା ଚୀନ

ଖବର ସଂକ୍ଷେପରେ ,ତାରିଖ-୪/୬/୨୦୨୦,ଗୁରୁବାର
୧-ନୂଆଦିଲ୍ଲୀ:ବଦଳିଲା ୬୫ ବର୍ଷର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ :ଆଳୁ,ପିଆଜଓ ଡାଲି ଏସମାରୁ ବାଦ୍।
୨-ବାତ୍ୟା ଅମ୍ଫନ କ୍ଷୟକ୍ଷତିର ଆକଳନ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ୫ ଜଣିଆ କେନ୍ଦ୍ରୀୟ ଟିମ୍।
୩-ଘାଟିରେ ଓଲଟିଲା ବରଯାତ୍ରୀ ଗାଡି, ଦୁର୍ଘଟଣାରେ ୨ ମୃତ ୩୦ ଆହତ, ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ୩୫ ରୁ ଅଧିକ ବରଯାତ୍ରୀ।
୪-ଓଡିଶାର ସରକାରୀ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ, ମାର୍ଚ୍ଚ ୧୬ରୁ ଜୁନ୍ ୧୩ର ମିଳିବ ଟଙ୍କା।ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ଜଣକ ପିଛା ୭୧୭ ଟଙ୍କା ଦେବାକୁ ନିର୍ଦ୍ଦେଶ ।
୫-ରାଜ୍ୟ ପାଇଁ ଖୁସି ଖବର, ଆଉ ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଅନ୍ୟପଟେ ୩୦ ଜିଲ୍ଲାକୁ ଛୁଇଁଲା କରୋନା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୮୮କୁ ବୃଦ୍ଧି ।
୬-୨୫୦୦ରୁ ଅଧିକ ସରକାରୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି: ଉଦବେଗ ପ୍ରକାଶ କଲା ଓଷ୍ଟା।
୭-କୁକୁଡ଼ା ମାଂସ ଓ ଅଣ୍ଡା ନିରାପଦ : ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ।
୮-ଡ. ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଅତିରିକ୍ତ ଡ଼ିଜି ନିଯୁକ୍ତ।
୯-ଖଣ୍ଡଗିରି: ପଡୋଶୀ ମହିଳାଙ୍କ ବର୍ବର କାଣ୍ଡ,ଶିଶୁର ତଣ୍ଟି ଚିପି ହତ୍ୟା।
୧୦-ଅର୍ଜୁନ ପୁରସ୍କାର ଦୌଡ଼ରେ ଦେଶର ଦ୍ରୁତତମ ଧାବିକା ଦୂୂତି ଚାନ୍ଦଙ୍କ ନାମ ସୁପାରିସ।
୧୧-୪୫ କରୋନା ରୋଗୀଙ୍କ ସାମ୍ପଲ୍ ନେଇ ଭୁବନେଶ୍ୱରସ୍ଥିତ ଇନଷ୍ଟିଟ୍ୟୁଟ ଅଫ୍ ଲାଇଫ୍ ସାଇନ୍ସରେ କରୋନା ଭାଇରସର ଜେନେଟିକ୍ ଷ୍ଟଡି ଆରମ୍ଭ।
୧୨-ଭାରତ ଚାପରେ ନଇଁଲା ଚୀନ,ଏଲଏସିରେ ୨ କିମି ପଛକୁ ହଟିଲା।

Comments (0)
Add Comment