ବାରଙ୍ଗ,୨୬/୮(ଏସଏସନିଉଜ)ରାଜଧାନୀଉପକଣ୍ଠ ଗଣ୍ଡର ପୁର ଗ୍ରାମର କିଛିଯୁବକ ରାସ୍ତା ଉପରେ ସୋଇରହୁଥିବା ଗାଈଗୋରୁ ମାନଙ୍କ ବେକରେ ସେଫଟି ରେଡିଓମ ବେଲ୍ଟ ବାନ୍ଧିଛନ୍ତି।ଗାଈଗୋରୁ ଗୁଡିକ ରାସ୍ତା ଉପରେ ଶୋଇରହିବା ଫଳରେ ସାଧାରଣ ଲୋକମାନଙ୍କ ପାଇ ଯାତାୟତରେ ବାଧକ ସଜିଥାଏ।ଏପରିକି ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ହେଉଥିବାର ଦେଖିବାକୁ ମିଳିଥାଏ। ବିଶେଷକରି ରାତି ସମୟରେ ରାସ୍ତା ଉପରେ ଗାଇଗୋରୁ ଯାତାୟାତ କରିବା ଓ ଶୋଇବା ବେଳେ ଯାନବାହନ ଜାଣି ନପାରିବାରୁ ଦୁର୍ଘଟଣାର ଶୀକାର ହେଉଛନ୍ତି।ଏହି ଦୁର୍ଘଟଣାରେ କେତେବେଳେ ଗାଈଗୋରୁ ମାନଙ୍କର କ୍ଷତି ହୁଏତ କେତେବେଳେ ଗାଡ଼ିମଟର ଭାଙ୍ଗି ଚାଳକର ଜୀବନ ଗଲା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ।ଏଭଳି ଦୁର୍ଘଟଣାକୁ ରୋକିବା ପାଇଁ ଗଣ୍ଡରପୁରଗ୍ରାମର ସୁନିଲସେନାପତି, ବ୍ରାହ୍ମନନ୍ଦସେନାପତି,ଅଭିରାମ ବେହେରା, ଯତୀନ ରାଉତ,ଅଶ୍ୱିନ ରାଉତ,ସତ୍ୟଜିତବେହେରା, ସୋମ୍ୟପ୍ରିତି ସେନାପତି ପ୍ରମୁଖ ଏକାଠି ହୋଇ ମୁଖ୍ୟରାସ୍ତା ଉପରେ ଶୋଇରହିଥିବା ପ୍ରାୟ୧୨୦ଗୋ ମାତାଙ୍କ ବେକରେ ସେଫଟି ରେଡିଓମ ବେଲ୍ଟ ବାନ୍ଧିଥିଲେ।ଯାହାଫଳରେ ଲାଇଟ୍ ପଡ଼ିଲେ ଗାଡ଼ି ଚାଳକ ରାସ୍ତା ଉପରେ ଗାଈଗୋରୁ ଥିବାର ଜାଣିପାରିବେ।ଯାହାଫଳରେ ଦୁର୍ଘଟନା ପରିମାଣ କମିଯିବ ବୋଲି ନିଆରା ଉଦ୍ୟମ କରିଥିବା ଯୁବକମାନେ ଆଶା ରଖିଛନ୍ତି ।