ବାତ୍ୟା ପାଇ ସ୍କୁଲ୍ ଛୁଟି

ଭୁବନେଶ୍ୱର,୨୧/୧୦(ଏସଏସନିଉଜ)ଆସୁଛି ବାତ୍ୟା, ସ୍କୁଲବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।ବାତ୍ୟା ଦାନାକୁ ଆଖିଆଗରେ ରଖି ସ୍କୁଲଛୁଟି ଘୋଷଣା କରିଛନ୍ତି ସରକାର ।ବାତ୍ୟାପ୍ରଭାବିତ ୧୪ ଜିଲ୍ଲାରେ ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ସ୍କୁଲ ବନ୍ଦରହିବ ବୋଲି ସରକାର ଘୋଷଣା କରିଛନ୍ତି । ସରକାରଙ୍କ କହିବା ମୁତାବକ, ବଙ୍ଗୋପସାଗରରେ ବାତ୍ୟା ଆସିବାକୁଅଛି ।ଯେଉଁଥିରେ କି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବୋହିପାରେ । ଏହାକୁ ଆଖି ଆଗରେ ରଖି ୧୪ଜିଲ୍ଲା ଗଞ୍ଜାମ ସହିତ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝରରେ ସ୍କୁଲ ବନ୍ଦ ରହିବ।ଏହାସହ ଢେଙ୍କାନାଳ,ଯାଜପୁର,ଅନୁଗୁଳ,ଖୋର୍ଦ୍ଧା,ନୟାଗଡ ଓ କଟକରେ ମଧ୍ୟ ସ୍କୁଲଛୁଟି ଘୋଷଣା କରାଯାଇଛି । ଆସନ୍ତା ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ଏହି ସବୁ ଜିଲ୍ଲାରେ ସ୍କୁଲ ବନ୍ଦରହିବ ବୋଲି ଘୋଷଣା କରାଯାଇଛି ।

Comments (0)
Add Comment