ଭଦ୍ରକ ,୩୦/୪(ଏସଏସନିଉଜ) ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ବାସି ପଖାଳ ଖାଇ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଦୀପବାଡ଼ି ଗ୍ରାମରେ ୨୪ ଜଣ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରାମନବମୀରେ ଠାକୁର ଭସାଣି ପାଇଁ ଦୀପବାଡ଼ି ଗ୍ରାମରେ ହୋଇଥିବା ଅନ୍ନପ୍ରସାଦ ଗ୍ରାମବାସୀ ମାନେ ଖାଇସାରିବାପରେ କିଛି ପ୍ରସାଦ ବଂଚିଯାଇଥିଲା । ପ୍ରସାଦକୁ ପଖାଳ କରି ଗ୍ରାମର କେତେକ ଲୋକ ଖାଇଥିଲେ। ଏହାକୁ ଖାଇବା ପରେ କିଛି ଗ୍ରାମବାସୀ ଅସୁସ୍ଥ ହୋଇ ପଡ଼ିବାସହ ଚିକିସ୍ାପାଇଁ ସେମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ବାସି ପଖାଳ ବିଷାକ୍ତ ହୋଇ ଯାଇଥିବାରୁ ଏଭଳି ହୋଇଥିବାବେଳେ ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ଡାକ୍ତର ସୂଚନା ଦେଇଛନ୍ତି।
ବାସି ପଖାଳ ଖାଇ ୨୪ ଅସୁସ୍ଥ
