ବାରଙ୍ଗରେ ଲଜ୍ଜ୍ୟା

ପିଶାଚ ମାମୁଁ ୬ବର୍ଷ ଭାଣେଜିକୁ କଲା ଦୁଷ୍କର୍ମ
ବାରଙ୍ଗରେ ଲଜ୍ଜ୍ୟା

କଟକ,୨୦/୧୧(ଏସଏସନିଉଜ)କଟକଜିଲ୍ଲା ବାରଙ୍ଗ ଅଞ୍ଚଳର ତ୍ରିଶୂଳଆ ପାଖରେ ଥିବା ଏକ ଇଟାଭାଟି ପାଖରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପିଶାଚ ମାମୁଁ୬ବର୍ଷର ଭାଣେଜିକୁ ବି ଛାଡିନାହିଁ। ଏହି ଘଟଣା ଏବେ ବାରଙ୍ଗ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ପୋଲିସ ଅଭିଯୁକ୍ତ ମାମୁଁଙ୍କୁ ଗିରଫ କରିଛି।ଝାଡ଼ଖଣ୍ଡ ଅଞ୍ଚଳର ମାମୁଁ ତ୍ରିଶୂଳିଆ ନିକଟରେ ଥିବା ଏକ ଇଟାଭାଟିରେ ପରିବାର ସହ ରହୁଥିବା ଜଣେ ୬ ବର୍ଷର ସମ୍ପର୍କୀୟ ଭାଣେଜିକୁ କୁରକୁରେ ଖାଇବାକୁ ଦେବାକୁ ଫସାଇ ମଙ୍ଗଳବାର ସନ୍ଧ୍ୟା ସମୟରେ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଝିଅଟି କଷ୍ଟ ସହ୍ୟ ନକରିପାରି ଘରେ କହିବାରୁ ପରିବାର ଲୋକ ବାରଙ୍ଗ ଥାନାକୁ ଜଣାଇବା ସହ ଚିକିତ୍ସା ପାଇଁ କଟକର ଶିଶୁଭବନକୁ ନେଇଥିଲେ।ପୋଲିସ ଏକ କେସ ରୁଜୁ କରି ଆଜି ସକାଳୁ ନିର୍ଦ୍ଦୟ ମାମୁଁଙ୍କୁ ଗିରଫ କରିଛି।

Comments (0)
Add Comment