ବାରଙ୍ଗ୨୫/୩(ଏସଏସନିିଜ )ବାପାର ଦେହାନ୍ତ ହେବାର କେଇଘଂଟାପରେ ପୁଅର ଜୀବନ ଚାଲିଯାଇଥିଲା ।ପରିବାରର ଚଳାଇବାର ବୋଝ ସହ ରୋଗିଣା ବାପାର ଚକିସ୍ା ପାଇଁ ପରିବାରର ଏକମାତ୍ର ରେଜଗାରକ୍ଷମ ପୁଅର ଜୀବନ ଶୁକ୍ରବାର ଦିନ ଚାଲିଯାଇଛି ।ପୁଅ ଓ ସ୍ମାମୀକୁ ହରାଇ ମା ଦୁଃଖରେ ଭାଙ୍ଗିପଡିଥିବାବେଳେ ଏହି ଘଟଣା ଗ୍ରାମବାସୀମାନଙ୍କୁ ମର୍ମାହାତ କରିଛି ।ଏହିଭଳି ଦୁଃଖଦ ଘଟଣା ବାରଙ୍ଗବ୍ଲକଅର୍ନ୍ତଗତ କୁହ୍ନେଇପଡା ଗ୍ରାମ ପଂଚାୟତର ବ୍ରାହ୍ମଣୀ ଗାଁରେ ଘଟିଛି ।
ବ୍ରାହ୍ମଣୀ ଗାଁର ୫୦ବର୍ଷ ବୟସ୍କ ପୁରସ୍ତମ ସ୍ୱାଇଁଙ୍କର ବ୍ରେନଟ୍ୟୁମରରେ ଆକ୍ରାନ୍ତ ହୋଇ ଚିକିସ୍ିତ ହେଉଥିଲେ । କିନ୍ତୁ ଗତ୬ମାସତଳେ ଏହା କ୍ୟାନସରଆଡକୁ ଗତିକରୁଥିବାର ଡାକ୍ତରଙ୍କଠାରୁ ଜାଣିବାକୁ ପାଇଥିଲେ ।ଚିକିସ୍ାରେ ଅର୍ଥ ବାଧକ ସାଜୁଥିବାରୁ କିଛିଦିନ ଡାକ୍ତରଖାନାରେ ରହି ଘରକୁ ପଳାଇଆସିଥିଲେ ।ରୋଗାଗ୍ରସ୍ଥ ହେବାରୁ ପୁରସ୍ତମ ଘରେ ପଡିରହିବାରୁ ଘର ଚଳିବାରେ କଷ୍ଟ ହୋଇଥିଲା ।ଏହାକୁ ଦେଖି ଏକମାତ୍ର ପୁଅ ଚନ୍ଦନ ଓରଫ ନନ୍ଦି ଘର ଚଳାଇବାପାଇଁ ମୁଲଲାଗିବାକୁ ଆରମ୍ଭ କରିଥିଲେ ।କିନ୍ତୁ ଗୁରୁବାର ଦିନ ହଠାତ ନନ୍ଦି ଅସୁସ୍ଥ ହୋଇପଡିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଘରୋଇଡାକ୍ତରଖାନାରେ ଚିକିସ୍ା ପାଇଁ ଭର୍ତି କରାଇଥିଲେ ।ଶୁକ୍ରବାର ସକାଳେ ଘରେ ରୋଗାଗ୍ରସ୍ଥ ହୋଇ ପଡିଥିବା ପୁରସ୍ତମ ଶେଷନିଶ୍ୱାଷ ତ୍ୟାଗ କରିଥିଲେ ।ସାହିପଡିଶା ଲୋକ ମିଶି ଗ୍ରାମଶଶ୍ମାନରେ ତାଙ୍କର ଅନ୍ତିମସଂଶ୍କାର ପାଇଁ ନେଇଥିବାବେଳେ ଡାକ୍ତରଖାନାରେ ଥିବା ପୁଅ ଚାଲିଯିବାର ଖବର ପହଁଚିଥିଲା ।ଶେଷରେ ପୁଅର ମୃତଦେହ ଗ୍ରାମରେ ପହଁଚିବାପରେ ଗ୍ରାମବାସୀମାନେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇ ଏକାବେକେ ବାପାପୁଅଙ୍କ ଜୁଇ ଜଳିଥିଲା ।ତେବେ ଏହି ଦୁଃଖଦ ଘଟଣା ଗ୍ରାମରେ ଶୋକର ବାତାବରଣ ସୃଷ୍ଟି ହୋଇଛି ।