ବ୍ୟାଙ୍କ ଚୋରି ଘଟଣା

ପରଦା ଉଠାଇଲା ପୋଲିସ

 

ବାରଙ୍ଗ,୨୯/୮(ଏସଏସନିଉଜ)
ବାରଙ୍ଗ ଥାନା ପୁଲିସ ଏକ ବ୍ୟାଙ୍କ ଚୋରି ଘଟଣା ଉପରୁ ପରଦା ଉଠାଇଛି।ଚୋରି ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଚୋରି ସାମଗ୍ରୀ ଜବତ କରି ଗୁରୁବାର ଦିନ କୋର୍ଟ ଚାଲଣ କରିଛି। ପ୍ରକାଶ ଯେ , ଜୁଲାଇ ୨୬ତାରିଖ ବିଳମ୍ବିତ ରାତିରେ ନାରାଜ-ମାର୍ଥାପୁର ଗ୍ରାମରେ ଥିବା କାନାରା ବ୍ୟାଙ୍କରୁ ଦୁଇ ଜଣ ଦୂର୍ବୁତ ଶାବଳ ରେ ଝରକା ତାଡ଼ି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କ ରୁ କୌଣସି ଟଙ୍କା ନପାଇ ଗୋଟିଏ ବନ୍ଧୁକ ଓ ଏକ ଟାବ୍ ଲେଟ୍ ନେଇଯାଇଥିଲେ । ବ୍ୟାଙ୍କ ଖୋଲିବା ବେଳେ ଝରକା ଭଙ୍ଗା ଯାଇଥିବା ସହ କାଗଜପତ୍ର ସବୁ ଏଣେତେଣେ ପଡିଥିବାର ବ୍ୟାଙ୍କ କର୍ମଚାରୀ ଦେଖି ମ୍ୟାନେଜର ଙ୍କୁ ସୂଚନା ଦେଇଥିଲେ । ବ୍ୟାଙ୍କ ମ୍ୟାନେଜର ସମୀର ସାହୁ କର୍ମଚାରୀ ଙ୍କ ଠାରୁ ଖବର ପାଇଁ ବାରଙ୍ଗ ଥାନା ରେ ଅଭିଯୋଗ କରିଥିଲେ । ବାରଙ୍ଗ ଥାନା ପୋଲିସ
୨୩୮/୨୪କେସ ନମ୍ବର ରୁଜୁ କରି ତଦନ୍ତ ଜାରି ରଖିଥିଲେ। ଉକ୍ତ କେସ କୁ ତଦନ୍ତ କରିବା ସମୟରେ ନରାଜ ଗ୍ରାମର ତପନଦାସ (୨୦) ଓ ତାର ସହଯୋଗୀବାଙ୍କିର ମୁକ୍ତିରଞ୍ଜନ ପରିଡା ଓରଫ ରାଜା (୨୦)ବୋଲି ଜଣାପଡିଥିଲା । ବାରଙ୍ଗ ପୋଲିସ
ଦୁଇ ଜଣ ଅଭିଯୁକ୍ତ ଗୁରୁବାର ଦିନ ଗିରଫ କରିଥିଲେ । ଅଭିଯୁକ୍ତମାନେ ତାଙ୍କ ଦୋଷ ସ୍ୱୀକାର କରିଥିଲେ | ତପନ ଦାସ ତା ଦୋଷ ସ୍ୱୀକାର କରି କହିଥିଲା ଯେ ସେ ଓ ତାର ସହ‌ଯୋଗୀ ମୁକ୍ତି ରଞ୍ଜନ ପରିଡା ଓରଫ ରାଜା ମିଶି ସେହି ରାତି ରେ ଉକ୍ତ ବ୍ୟାଙ୍କ ର ଝରକା ତାଡି ଭିତରେ ପଶି ଟଙ୍କା ଚୋରୀ କରିବା ଉଦ୍ଦେଶ୍ୟ ରେ ଆଲମୀରା ଖୋଲିଥିଲେ କିନ୍ତୁ ଟଙ୍କା ଆଲମୀରା ନ ଖୋଲିପାରିବାରୁ ଅନ୍ୟ ଏକ ଆଲମୀରା ରେ ଥିବା ଏକ ବନ୍ଧୁକ ଓ ଟାବ୍ ଲେଟ୍ ଚୋରୀ କରି ନେଇଥିଲେ I ଚୋରୀ ସାମଗ୍ରୀ ଗୁଡିକୁ ନରାଜ ଗ୍ରାମର ଖେଳ ପଡିଆ ନିକଟରେ ଥିବା ନ‌ଡା ଗଦାରେ ଲୁଚାଇ ରଖିଥିଲେ । ପୋଲିସ ଦୁଇ ଅଭିଯୁକ୍ତ କୁ ଗିରଫ କରିବା ସହିତ ତାଙ୍କ ଠାରୁ ଗୋଟିଏ 0.12 DBBL ବନ୍ଧୁକ ,ଗୋଟିଏ ଆକର୍ ମୋବାଇଲ୍ ଟ୍ୟାବ୍ ଓ ଗୋଟିଏ କାନାରା ବ୍ୟାଙ୍କ ଏଟିଏମ୍ ଆଡମିନି କାର୍ଡ ଜବତ କରି କୋର୍ଟ ଚାଲାଣ କରିଛି।

Comments (0)
Add Comment