ବାବା ସୋମନାଥଙ୍କ ପୀଠରେ ଉଦଯାପିତ ହେଲା ୬୦ତମ ମହାଯଜ୍ଞ

ବାରଙ୍ଗ,୧୮/୪(ଏସ ଏସ ନିଉଜ) ରାଜଧାନୀ ଉପକଣ୍ଠ ଢ଼ାଉଆ ଗ୍ରାମରେ ଅବସ୍ଥାପିତ କରିଥିବା ଶ୍ରୀଶ୍ରୀ ସୋମନାଥ ଦେବଙ୍କ ପୀଠରେ ୬୦ତମ ମହାଯଜ୍ଞ ସୋମବାର ରାତିରେ ଉଦଯାପିତ ହୋଇଯାଇଛି।ଜଗତ କଲ୍ୟାଣ ପାଇଁ ହେଉଥିବା ଏହି ମହାଯଜ୍ଞରେ ରାଜ୍ୟର ବିଭିର୍ଣ ପ୍ରାନ୍ତରରୁ ଆସିଥିବା ପଣ୍ଡିତ ମାନଙ୍କ ମନ୍ତ୍ରଧ୍ୱନୀରେ ଅଂଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା।ପଣାସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମହାଯଜ୍ଞ

୫ଦିନ ଧରି ବିଭିର୍ଣ ଦେବଦେବୀଙ୍କୁ ଆହୁତିମାନ ଦିଆଯାଇଥିଲା ।ପୂର୍ଣ୍ଣାହୁତି ଦିନ ହଜାରହଜାର ଲୋକଙ୍କ ପାଇଁ ହରିହାଟର ବ୍ୟବସ୍ଥା ହୋଇଥିଲା।ଭୁବନେଶ୍ୱରଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଙ୍କ ସମେତ ବହୁ ଲୋକ ପ୍ରତିନିଧି ମୁରବି ଓ ସୋମନାଥ ପ୍ରେମୀ ଭକ୍ତମାନେ ଯୋଗଦେଇଥିଲେ।ମହାଯଜ୍ଞ କମିଟି ପକ୍ଷରୁ ଏହାକୁ ପରିଚାଳନା କରାଯାଇଥିଲା।ଶେଷରେ ହଜାରହଜାର
ଭକ୍ତମାନଙ୍କ ପାଇଁ ହରିହାଟର ବ୍ୟବସ୍ତା ହୋଇଥିଲା।

Comments (0)
Add Comment