ବାମ୍ଫିରୁ ଉଦ୍ଧାର ହେଲା ବାରହା

ବାରଙ୍ଗ,୮।୭(ଏସଏସନିଉଜ) ଜୟପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପରିତ୍ୟକ୍ତ ବାମ୍ଫିରୁ ସୋମବାରଦିନ ଏକ ଜଙ୍ଗଲୀ ବାରହାକୁ ବନ ବିଭାଗ ଉଦ୍ଧାର କରିଛି । ଉଦ୍ଧାର ପରେ ବାରହାକୁ ବନ ବିଭାଗକର୍ମଚାରୀମାନେ ଜଙ୍ଗଲରେ ଛାଡ଼ି ଦେଇଥିବାର ଜଣାପଡିଛି। ସୋମବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ସମୟରେ ଜୟପୁର ଗ୍ରାମର ରାଜକିଶୋର ସାହୁଙ୍କ ବାଡ଼ିରେ ଥିବା ପରିତ୍ୟକ୍ତ ବାମ୍ଫିରେ ଏକ ବାରହା ପଡ଼ିଥିବା ଦେଖି ସେ ବନ ବିଭାଗକୁ ଖବର ଦେଇଥିଲେ। ଖବର ପ୍ରଚାରିତ ହେବା ପରେ ବାରହାକୁଦେଖିବାପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ପରେ ଗ୍ରାମବାସୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସିଡିଏ ଅଗ୍ନିଶମ ବାହିନୀର ଏକ ଦଳ ଏବଂ ମଞ୍ଚେଶ୍ୱର ବନାଞ୍ଚଳର ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉକ୍ତ ବାମ୍ଫିର ଗଭୀରତା ୧୫ ଫୁଟରୁ ଅଧିକ ଥିବାରୁ ଉଦ୍ଧାର କରିବା ବହୁ କଷ୍ଟସାଧ୍ୟ ହୋଇଥିଲା। ଉଭୟ ଦଳର ଦୀର୍ଘ ୪ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଫାସ ବ୍ୟବହାର କରି ବାରହାକୁ ବାମ୍ଫିରୁ ସୁରକ୍ଷିତ ଭାବେ ଉଦ୍ଧାର କରି ଏକ ଜନ୍ତାରେ ରଖିଥିଲେ ।ପରେ ବାରହାର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଭରତପୁର ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିଲା।

Comments (0)
Add Comment