ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ପରିବହନ ବିଭାଗର ନୀୟମକୁ ବେଖାତିରି

ବାରଙ୍ଗ,୩ା୧(ଏସଏସନିଉଜ)ଲୋକ ପଛେ ପଡିକି ମରନ୍ତୁ ,ଆମର ଟଙ୍କା ଦରକାର ।ସବୁ ନୀୟମକୁ ଜଳାଞଳିଦେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳଖେଳିବାକୁ ପଛାନାହାନ୍ତି ବସକର୍ମଚାରୀ ।ପରିବହନବିଭାଗ ନିୟମକୁ ଖୋଲା ଖୋଲିଭାବେ ଉଲଂଘନକରି ଏକ ଘରୋଇଯାତ୍ରୀବାହୀବସ ବାରଙ୍ଗ ରାସ୍ତାଦେଇ ଶୁକ୍ରବାରଦିନ ଯାଉଥିବାର ଦେଖିବାକୁ ମିଳିଥିଲା ।କିଏ ପଛପଟେ ତ କିଏ ଗେଟ୍‌ପାଖରେ ଓହଳିଥିବାର ଦେଖିବାକୁ ମିଳିଥିଲା ।ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ପ୍ରକାଶଯେ, ଓଡି ୧୯ଏକ୍ସ ୦୦୯୮ ନମ୍ୱର ସାମଲ ନାମକ ଏକ ଦୁରଗାମୀ ଯାତ୍ରୀବାହୀ ବସଟି ଅନୁଗୁଳରୁ ଭୁବନେଶ୍ୱର ମଧ୍ୟରେ ଭୟା ବାରଙ୍ଗ ଦେଇ ଚଳପ୍ରଚଳ କରୁଛି। ଶୁକ୍ରବାରଦିନ ଦିହିପହର ସମୟରେ ଉକ୍ତ ବସଟି ଯାତ୍ରୀ ନେଇ ଅନୁଗୁଳକୁ ଯାଉଥିଲା।ବାରଙ୍ଗ ରାସ୍ତା ଅତିକ୍ରାନ୍ତ କରିବାବେଳେ ଯାତ୍ରୀମାନେ ବସରେ ବିପଦଜନକ ଅବସ୍ଥାରେ ଯାତ୍ରା କରୁଥିବାର ଦେଖିବାକୁ ମିଳିଛି।କିଏ ବସରେ ଦ୍ଵାରକଡ଼ରେ ଓହଳିଛନ୍ତି ତ କିଏ ବସର ପଛପଟ ସିଢ଼ିରେ ଛିଡ଼ାହୋଇ ଏକ ପ୍ରକାର ଝୁଲିକରି ଯାଉଥିବାର ଦେଖିବାକୁ ମିଳିଥିଲା । ପରିବହନ ବିଭାଗର ନିୟମକୁ ବେଖାତିରି କରି ଏହି ବସର କର୍ମଚାରୀମାନେ ନିଜର ଲାଭପାଇଁ ଆବଶ୍ୟକତାଠାରୁ ବହୁତ୍ ଅଧିକ ଯାତ୍ରୀଙ୍କୁ ବସରେ ନେଉଅଛି। ଯେଉଁଭଳି ବିପଦପୂର୍ଣ୍ଣ ଭାବେ ମୂଲ୍ୟବାନ ଜୀବନକୁ ବାଜିଲଗାଇ ଯାତ୍ରୀମାନେ ଯାତ୍ରା କରୁଛନ୍ତି ,ସେମାନଙ୍କ ପ୍ରତି କର୍ମଚାରୀମାନଙ୍କର କଟକଣା ନାହିଁ ।ଯାହାଫଳରେ କିଛି ବି ଅଘଟଣ ଘଟିଲେ ସେଥିପାଇଁ କିଏ ଦାୟୀ ରହିବ ତାହା ଏବେ ଦ୍ୱନ୍ଦର କାରଣ ପାଲଟିଛି।ଏହି ଭିଡିଓ ଏବେ ବାରଙ୍ଗ ଅଞ୍ଚଳରେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏହି ଘଟଣାପରେ ପରିବହନ ବିଭାଗତରଫରି କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଉଛି ତାହାଉ ପରେ ସମସ୍ତଙ୍କ ନଜର ରହିଛି ।

Comments (0)
Add Comment