ବାଜିଲା ବିଗୁଲ,୨୪ରେ ପୈାରନିର୍ବାଚନ

ଭୁବନେଶ୍ୱର,୨୪/୨(ଏସଏସନିଉଜ)ପଞ୍ଚାୟତ ନିର୍ବାଚନ ଶେଷ ହେଉହେଉ ୧୦୬ ଏନଏସି/ମ୍ୟୁନିସିପାଲଟି, ୩ଟି ମହାନଗର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାନ ପାଢ଼ୀ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ, ମାର୍ଚ୍ଚ ୨୬ରେ ଭୋଟ ଗଣତି, ଫେବ୍ରୁଆରୀ ୨୮ରେ ବିଜ୍ଞପ୍ତି ପ୍ରକାଶ ପାଇବାସହ ମାର୍ଚ୍ଚ ୨ରୁ ମାର୍ଚ୍ଚ ୭ ପର‌୍ୟ୍ୟନ୍ତ ମନୋନୟକ ପତ୍ର ଦାଖଲ, ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ଓ ୧୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ । ମାର୍ଚ୍ଚ ୨୪ରେ ଭୋଟ ଗ୍ରହଣ ହେବା ସହ ମାର୍ଚ୍ଚ ୨୬ରେ ଭୋଟ ଗଣତି ହେବ ବୋଲି ପ୍ରେସ୍‌ମିଟ ରେ ରାଜ୍ୟ ନିର୍ବାଚନ କମିଶନର ଘୋଷଣା କରିଛନ୍ତି । ପ୍ରତି ବୁଥରେ ୨ଟି ଇଭିଏମ ରଖାଯିବ ।ଏଥିରେ ଗୋଟିକରେ ମେୟର/ପୌରାଧ୍ୟକ୍ଷ ଓ ଅନ୍ୟଟିରେ କାଉନସିଲର/କର୍ପୋରେଟରଙ୍କୁ ଭୋଟ ଦେଇହେବ ।ଏଥର ମେୟର/ପୌରାଧ୍ୟକ୍ଷ ନିର୍ବାଚନ ସିଧାସଳଖ ହେବ । ଏଥର ନାମାଙ୍କନ ସହ ପ୍ରାର୍ଥୀଙ୍କ ୨ଟି ସତ୍ୟପାଠ ବାଧ୍ୟତାମୂଳକ କରାଯାଇଛି ।ଗୋଟିକରେ ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ଓ ସମ୍ପତ୍ତି ତାଲିକା ରହିବା ସହ ଅନ୍ୟଟିରେ ଗୋଟିଏ ସ୍ତ୍ରୀ ଜୀବିତ ଏବଂ ୨ରୁ ଅଧିକ ପିଲା ନଥିବା କୁହାଯାଇଛି ।

Comments (0)
Add Comment