ଏଟିଏମ୍‌ରୁ ବାହାରିବ ଚାଉଳ

ଭୁବନେଶ୍ୱର,୨୦।୬(ଏସଏସନିଉଜ) ରାଜ୍ୟରେ ନୂଆ ସରକାର ଆସିବ ପରେ ଗୋଟିଏ ପରେ ଗୋଟିଏ ନୂଆ ପଦକ୍ଷେପ ନେଉଛନ୍ତି।କଣ୍ଟ୍ରୋଲଚାଉଳ ଆଣିବା ପାଇଁ ଏଣିକି ଦୋକାନରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଧାଡ଼ିରେ ଛିଡ଼ାହେବାକୁ ପଡ଼ିବ ନାହିଁ। ଏଟିଏମ୍‌କୁ ଗଲେ ଚାଉଳ ନେଇକି ଆସିବେ। ‌ଏଟିଏମ୍‌ରେ କାର୍ଡ ଗଳାଇଲେ ଚାଉଳ ବାହାରିବ। ରାଜ୍ୟ ସରକାର ଏଭଳିବ୍ୟବସ୍ଥା କରିବାକୁ ଯାଉଛନ୍ତି। ସେହିପରି ନିର୍ବାଚନସମୟରେ ଘୋଷଣା ଅନୁସାରେ ଚଳିତ ଖରିଫଋତୁରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି। ଭୁବନେଶ୍ୱରରେ ଚାଉଳ ଏଟିଏମ୍‌ ଖୋଲିବ। ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଭୁବନେଶ୍ୱରରେ ଏହି ବ୍ୟବସ୍ଥାହେବ।ହିତାଧିକାରୀମାନେ ମେସିନ୍‌ରେ କାର୍ଡ ଗଳାଇଲେ ବାହାରିବ ଚାଉଳ।ଆଗାମୀ ସପ୍ତାହକ ମଧ୍ୟରେ ଭୁବନେଶ୍ୱରରେ ଏହି ସେବା ଆରମ୍ଭ ହୋଇଯିବ।ପର୍ଯ୍ୟାୟକ୍ରମେ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Comments (0)
Add Comment