ଭୁବନେଶ୍ବର-: କୋକିଳ କଣ୍ଠି ତଥା ବଲିଉଡର ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର ଏବେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ ରବିବାର ରାତି ୨ଟା ସମୟରେ ମୁମ୍ବାଇର ବ୍ରେଚ କାନଡେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।