ଆସୁଛି ବାତ୍ୟା ଦାନା

କଳାବଜାରୀଙ୍କୁ ଚେତାବନୀ

ଭୁବନେଶ୍ୱର,୨୦/୧୦(ଏସଏସନିଉଜ)ଆସୁଛି ବାତ୍ୟା ଦାନା ।ଏହାରପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି ।ବର୍ଷା ପ୍ରଭାବରେ ତଳିଆଅଞ୍ଚଳ ଜଳମଗ୍ନ ହୋଇପାରେ । ଭୁସ୍ଖଳନ ବି ହୋଇପାରେ ।କଚ୍ଚାଘର ପ୍ରଭାବିତ ହୋଇପାରେ ।ବର୍ଷାପବନରେ ଗଛ ବି ଭାଙ୍ଗିପାରେ । ବିଦ୍ୟୁତ ସେବା ପ୍ରଭାବିତ ହୋଇପାରେ ବୋଲି ଅନୁମାନ କରାଯାଉଛି।ଏହାର ପ୍ରଭାବ ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ ଖୋର୍ଦ୍ଧା, ଗଞ୍ଜାମ, ଗଜପତିରେ ଥିବାରୁ ପ୍ରବଳ ବର୍ଷାର ଆକଳନ କରାଯାଇଛି ।
ସମ୍ଭାବ୍ୟ ବାତ୍ୟାକୁଦେଖି କଳା ବଜାରୀମାନଙ୍କୁ ତାଗିଦ କରିଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ଅସାଧୁବ୍ୟବସାୟୀ କଳା ବଜାରୀ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବାକୁ ଚେତାବନୀ ଦେଇଛନ୍ତି।ଖାଦ୍ୟସାମଗ୍ରୀ ମହଜୁଦ ସ୍ଥାନ ଉପରେ ନଜର ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ
ଆସନ୍ନ ବାତ୍ୟା ପାଇଁ ଯେପରି କଳାବଜାରୀ ନ ହୁଏ ଜଗିବାକୁ ବିଭାଗର ଅଧିକାରୀମାନଙ୍କୁ କହିଛନ୍ତି।
ଅନ୍ୟପଟେ ବାତ୍ୟା ପାଇଁ୨୪ ଯାଏ BMC କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି।ସେଭିଭଳି ଭାବେ ବାତ୍ୟାକୁ ନେଇ ବ୍ରହ୍ମପୁର ମହାନଗର ନିଗମ ନିଷ୍ପତ୍ତି ମୁତାବକବାତ୍ୟା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ସଜାଗ କରିଛି।ଡେପୁଟି କମିଶନର ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବେ ବୋଲିବିଏମସି ମେୟର ସଂଘମିତ୍ରା ଦଳେଇଙ୍କ ସୂଚନା ଦେଇଛନ୍ତି।

Comments (0)
Add Comment