ଭୁବନେଶ୍ୱର,୫/୧୧(ଏସଏସନିଉଜ)ଏଥର ବାତ୍ୟାରେ ୬ଶହକୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ।
ବାତ୍ୟା ଦାନାର କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ କହିଛନ୍ତି ୧୪ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି। ଏହି ସବୁ ଜିଲ୍ଲାରେ ୬୦୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୧୬୬ ବ୍ଲକରେ କ୍ଷତି ହୋଇଥିବା ବେଳେ ୧୧ ହଜାର ୬୩୭ ଗାଁ ପ୍ରଭାବିତ ହୋଇଛନ୍ତି।ବାତ୍ୟାରେ ୧୬ ହଜାର ୪୧୬ ଘର ଭାଙ୍ଗିଛି। ସେଥି ମଧ୍ୟରୁ ୨୭ଟି କଚ୍ଚା ଘର ଭାଙ୍ଗିଥିବା ବେଳେ ୧୪ ହଜାର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି ବୋଲି ମନ୍ତ୍ରୀ କହିଛନ୍ତି।