ପୁରୀ,୧୨ା୭(ଏସଏସନିଉଜ) ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି । ଆଜି ୩ ରଥର ହେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରିଥାନ୍ତି । ସକାଳଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଓ ଏହାପରେ ୩ ରଥକୁ ନାକଚଣା ଦ୍ୱାର ନିକଟକୁ ଟଣାଯିବ । ପ୍ରଥମେ ଦେବଦଳନ ରଥ ଓ ପରେ ପରେ ନନ୍ଦିଘୋଷ ଓ ଶେଷରେ ତଳଧ୍ଵଜ ରଥ ଟଣାଯିବ ।ଗତକାଲି ଅନୁଷ୍ଠିତ ହୋଇଯାଇଛି ହେରାପଞ୍ଚମୀ ନିତି । ବିଧିପରମ୍ପରା ପୂର୍ବକ ଆଡପମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ । ସଂଧ୍ୟା ଆଳତୀ ପରେ ବିମାନ ଓ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।