ଜିଲ୍ଲା ପରିଷଦ ପାର୍ଥିନି ବବିତା ରାଉତଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଲେ ଗ୍ରାମବାସୀ

ବିଜେଡିର ମାରାଥନ ପ୍ରଚାର

ବାରଙ୍ଗ,୪/୨(ଏସଏସନିଉଜ) ନିର୍ବାଚନ ତାରିଖ ଘୋଷଣା ପରେ ଗାଁ ରାଜନୀତି ସରଗରମ ହୋଇପଡିଛି । ଗାଁ ଛକରେ ହୋର୍ଡିଂ ସାଙ୍ଗକୁ ପୋଷ୍ଟର ବ୍ୟାନର୍ ରେ ଛାଇ ଗଲାଣି । ଚା’ ଖଟିରେ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଜମିଲାଣି ନିର୍ବାଚନୀଚର୍ଚ୍ଚା ।କାହାକୁ ବେଶୀ ସମର୍ଥନ ମିଳିବ ଓ କାହା ସପକ୍ଷରେ ଭୋଟ ଯିବ,କାହାକାହା ଭିତରେ ଲଢେଇ ଯୋରଧରିବ ତାକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି ।ଏହରିଭିତରେ ପାର୍ଥୀମାନେ ସେମାନଙ୍କ ପ୍ରଚାର ମଧ୍ୟ ଆରମ୍ଭ କରିସାରିଲେଣି । ଭୁୁବନେଶ୍ୱର ଉତର ନିର୍ବାଚନ ମଣ୍ଡଳୀର ଏକମାତ୍ର ଗୁରୁତ୍ୱପୁର୍ଣ ୩୦ନଂ ଜିଲ୍ଲାପରିଷଦ ଆସନରେ ବିଜେଡିର ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି ।ବିଜେଡି ସମର୍ଥୀତପାର୍ଥୀନି ବବିତାରାଉତ ତାଙ୍କ ସମର୍ଥକଙ୍କ ସହାୟତାରେ ଗତକିଛିଦିନହେବ ପ୍ରଚାର ମଇଦାନକୁ ଓହ୍ଲାଇସାରିଛନ୍ତି । ।ଶୁକ୍ରବାରଦିନ ରଘୁନାଥପୁର ଗ୍ରାମରେ ପ୍ରଚାର କରିସନ୍ତି ବବିତା ।ବବିତା ଗାଁମୁଣ୍ଡରେ ପହଁଚିବା ପରେ ଦଳୀୟକର୍ମିମାନଙ୍କଠାରୁ ଆରମ୍ଭ କରି ମହିଳାମାନେ ଭବ୍ୟସମ୍ଭର୍ଦ୍ଧନା ଦେଇ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ଜିଲ୍ଲାପରିଷଦପାର୍ଥୀନି ବବିତାଙ୍କ ସହ ରହି ଘରକୁଘରକୁ ମଧ୍ୟ ବୁଲାଉଥିବାର ଦେଖିବାକୁ ମିଳିଥିଲା ।ବିଜେଡି ପକ୍ଷରୁ ରଘୁନାଥପୁର,ଦାଢା,କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା ଆଦି ପାଂଚପଚାୟତର ଗାଁଗାଁ ବୁଲି ପ୍ରଚାରର ପ୍ରଥମପର୍ଯ୍ୟାୟ କାର୍ଯ୍ୟ ଏକ ପ୍ରକାର ଶେଷ ହୋଇଥିବାର ଜଣାପଡିଥିବାବେଳେ ଅନ୍ୟ ପ୍ରତିଦ୍ୱନ୍ଦି ଦଳ ବିଜେପି ଓ କଂଗ୍ରସର ସମର୍ଥୀତ ଜିଲ୍ଲାପରିଷଦପାର୍ଥୀନି ମାନଙ୍କର ଏବେସୁଦ୍ଧା ଗାଁଗହଳିରେ ଦେଖାମିଳିନଥିବାର ଜଣାପଡିଛି ।(ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment