ଭୁବନେଶ୍ୱର,୨୪/୧୧: ରବିବାର ଦିନ ଆରମ୍ଭ ହୋଇଛି ପଥ ଉତ୍ସବ ଭଳି ଷ୍ଟ୍ରିଟ୍ ମଜା । ରାସ୍ତାରେ ରୁଣ୍ଡ ହେଲେ ବରିଷ୍ଠଙ୍କ ଠାରୁ କନିଷ୍ଠ ପର୍ଯ୍ୟନ୍ତ ଜନସାଧାରଣ । •ଲିଲା ନାଚଗୀତ, ଯୋଗ, ଧ୍ୟାନ, ଖେଳକୁଦ ଓ ବିଭିନ୍ନ କଳାକୌଶଳ । ଲୋକଙ୍କ ମନରେ ନାହିଁ ନଥିବା ଆନନ୍ଦ ଉଲ୍ଲସ ଦେଖାଯାଉଥିଲା । ବିଭିନ୍ନ ସଂଗଠନ ଠାରୁ ଆରମ୍ଭ କରି ସଂସ୍ଥା ପର୍ଯ୍ୟନ୍ତ ସମସ୍ତେ ଯୋଗ ଦେଇଥିଲେ ଏହି ଉତ୍ସବରେ । ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ଠାରୁ ଡ଼ମଣା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ଆରମ୍ଭ ହୋଇଛି ଷ୍ଟ୍ରିଟ୍ ମଜା । ଏହାକୁ ଉତ୍ତର ବିଧାୟକ ସୁଶାନ୍ତ ରାଉତ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି । ଷ୍ଟ୍ରିଟ୍ ମଜା କମିଟିର ଆବାହକ ମଧୁମାଧବ ଜେନା କହିଲେ ଯେ, ବରିଷ୍ଠ ନାଗରିକମାନଙ୍କ ମନରେ ଖୁସି ଆଣିବା ପାଇଁ ଏଭଳି ଅଭିନବ ପ୍ରୟାସ କରାଯିବା ସହ ଭାଇ•ରାର ସମ୍ପର୍କ ସୃଷ୍ଟି କରିବା ପାଇଁ ଏହା ସହାୟକ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ଏଲ୍ପି ଟିମ୍ ପକ୍ଷରୁ ପଥପ୍ରାନ୍ତ ନାଟକ, ପ୍ରଜାପିତା ବ୍ରହ୍ମକୁମାରୀ ପକ୍ଷରୁ ଯୋଗ, ଧ୍ୟାନ, ପଟିଆ କବାଡ଼ି ଟିମ୍ ପକ୍ଷରୁ କବାଡ଼ି ଖେଳ, ସୁରକ୍ଷା ପକ୍ଷରୁ ସଡ଼କ ସୁରକ୍ଷା ସଚେତନତାର ବାର୍ତା ଏବଂ ଏନ୍ୱାଇସିଏ ପକ୍ଷରୁ ପରସ୍ପର ମଧ୍ୟରେ ଭାଇ•ରା ସୃଷ୍ଟି କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆଇନ୍ଜୀବୀ ସମରେନ୍ଦ୍ର ସାହୁ, ଇଂ ଦିଲ୍ଲୀପ କୁମାର ସାହୁ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ମନୋଜ ସାହୁ, ସମାଜସେବୀ ମିହିର ରାଉତ, ଶିକ୍ଷାବିତ୍ ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ପ୍ରସନ୍ନ ପାଣି ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଶୈଳଶ୍ରୀ ବିହାରର ସଂକଳ୍ପ ବରିଷ୍ଠ ନାଗରିକ ସଂଘ, ଶିରିଡ଼ି ସାଇ ସନ୍ଥ ଆଶ୍ରମ ଓ ଅନ୍ୟାନ୍ୟା ସଂଗଠନ ଯୋଗଦାନ କରିଥିଲେ । ଆମ୍ରି ହସ୍ପିଟାଲ ତରଫରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିଲା ବେଳେ ରବିନ୍ଦ୍ର ମେଡ଼ିକାଲ ତରଫରୁ ଜଳଛତ୍ରର ବ୍ୟବସ୍ଥା କରାଯାଇଥିଲା ।