ଚନ୍ଦକା, ୨୩/୩(ଏସଏସନିଉଜ)ଦାରୁଠେଙ୍ଗ ଗ୍ରାମର ଇଷ୍ଟଦେବ ପ୍ରଭୂ ପରମେଶ୍ୱର ଙ୍କ ପଂଚୁଦୋଳ ମହୋସ୍ବ ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି ।କୋଭିଡ କଟକଣା କୁ ଦୃଷ୍ଟିରେ ରଖି ମହୋସ୍ବକୁ ଅତି ଛୋଟଆକାରରେ କରାଯାଇଛି । ୭ଟିସାହି ମହୋସ୍ବରେ ଭାଗନେଇ ସାମୁହିକଭାବେ ଏକ ଶୋଭାଯାତ୍ରାରେ ସାମିଲ ହୋଇ ଗ୍ରାମ ପରିକ୍ରମା କରିବେ ।ଅନ୍ୟପଟେ ପ୍ରଭୂ ପରମେଶ୍ୱର ଆଜି ସନ୍ଧ୍ୟାରେ ଗ୍ରାମ ପରିକ୍ରମା କରିଛନ୍ତି ।ପରମ୍ପରା ଅନୁଯାୟୀ ଏହି ଯାତ୍ରାରେ ନୁଆଠାକୁର ରାଧାକୃଷ୍ନ, ଚନ୍ଦ୍ରଶେଖରଦେବ, ଗୋପାଳ ଦେବଜିୟୁ, କଂଟାବାଡର ଗୋପିନାଥଦେବ ବିମାନରେ ଆସି ତଳସାହି,ପ୍ରଧାନସାହି, ନୂଆଗଡସାହି ,ପାଟଣାସାହି, ବାହୁବଳେନ୍ଦ୍ର ସାହି,ମଠସାହି ଓ ଜେଠୀସାହିକୁନେଇ ୭ଟି ସାହି ପରିକ୍ରମା କରିସାରିବାପରେ ଯାତ୍ାର ପଡିଆରେ ଏକାଠି ହେବେ ।ଏହି ଶୋଭାଯାତ୍ରାରେ ବାଜାବାଣ,ରୋଶଣୀ,ଘଂଟ, କାହାଳି, ବୃଷବ,କଣ୍ଡେଇ ,ରାଜାରାଣି,ନାଗା ଆଦି ପାରମ୍ପରିକ ନୃତ୍ୟ ଓ କଳାକାରମାନେ ସାମିଲ ହୋଇଥିଲେ ।୨୪ରୁ୨୬ତାରିଖ ପର୍ୟ୍ୟନ୍ତ ୩ରାତ୍ର ମେଳନ ପଡିଆରେ ସଂଙ୍କିର୍ତନ ଓ ଯାତ୍ରା ଅନୁଷ୍ଠିତ ହେବ ।ଶେଷରେ ଠାକୁର ଜମୁନା ସ୍ନାନକରି ସରଲବଣୀ ଖାଇ ମନ୍ଦିର ପ୍ରବେଶ କରିବେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)
ଆରମ୍ଭ ହେଲା ପରମେଶ୍ୱରଙ୍କ ପଂଚୁଦୋଳମହୋସ୍ବ
