ଡେଲାଙ୍ଗ,୧୮/୩(ଏସ ଏସ ନିଉଜ) ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ । ଘଣ୍ଟଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠୁଛି ମେଳଣ ପଡିଆ। ହାତୀ ଘୋଡା ସଖୀ ନାଚ ସହ ଫଗୁ ଖେଳରେ ସମସ୍ତେ ମସଗୁଲ।ଭଗବାନ। ଭାବ ଭକ୍ତିମୟ ପରିବେଶ । ଏହି ମେଳଣରେ କଟକ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ ବିମାନ ଯୋଗ ଦେଇଛନ୍ତି ।ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକୃଷ୍ଣ। ଭକ୍ତମାନଙ୍କ ସହ ଫଗୁ ଖେଳୁଛନ୍ତି ।ଏହି ପୁରାଣ ପ୍ରସିଦ୍ଧ ମେଳଣ କୁ ଦେଖିବା ପାଇଁ ଦୁରଦୂରାନ୍ତରୁ ଭକ୍ତମାନଙ୍କ ଭିଡ଼ ଲାଗିରହିଛି।
ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ
