ଅନ୍ୟ ରାଜ୍ୟରୁ ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର,୮/୪(ଏସଏସନିୟୁଜ)କରୋନାର ଦ୍ୱତୀୟ ଲହରି ପାଇଁ ନିୟମକୁ ପୁଣି କଡାକଡି କରିଛନ୍ତି ରାଜ୍ୟ ସରକାର । ଅନ୍ୟ ରାଜ୍ୟରୁ ଟ୍ରେନ୍, ବସ୍, ବିମାନରେ ଓଡିଶା ଆସିଲେ ଆରଟି-ପିସିଆର୍ ୭୨ ଘଂଟା ଭିତରେ ହୋଇଥିବା ଟେଷ୍ଟ ରିପୋର୍ଟ ଦେବାକୁ ପଡିବ । ନଚେତ୍ ପ୍ରବାସୀଙ୍କୁ ୭ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡିବାକୁ ପଡିବ ବୋଲି ଏସଆରସିଙ୍କ ତରଫରୁ ନିର୍ଦ୍ଦେଶନାମା ଦିଆଯାଇଛି । ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟି-ପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ଓଡିଶା-ଛତିଶଗଡ ମଧ୍ୟରେ ଯାତାୟାତ କୁ ବାରଣ କେରାଯାଇଛି ।ଆସନ୍ତା ଏପ୍ରିଲ ୧୦ ତାରିଖରୁ ଏହି ନୀୟମ ଲାଗୁହେବ । ଏପ୍ରିଲ ୧୦ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡିଶା-ଛତିଶଗଡ ମଧ୍ୟରେ ଯାତାୟାତକୁ ବାରଣ କରାଯାଇଥିବାର ଜଣାପଡିଛି ।

Comments (0)
Add Comment