ଆଜିର ରାଶିଫଳ

ଗୋଷ୍ଠାଷ୍ଟମୀ,୨୦୨୨ ମସିହା ନଭେମ୍ବର ମାସ ୦୧ ତାରିଖ (ମଙ୍ଗଳବାର)କାର୍ତିକ ମାସ -ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ରାତ୍ରି ଘ୧୧/୧୫ ପର୍ୟ୍ଯନ୍ତ ତଦନ୍ତେ ନବମୀ,ସୁର୍ୟୋଦୟ ପ୍ରାତଃ ଘ୦୫/୫୧/୧୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୯/୦୯ ,ମକର ରାଶି ର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଅଷ୍ଟମୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ନଡ଼ିଆ ଭକ୍ଷଣ ନିଷେଧ।
🐏ମେଷ👉ଆଜି ଆପଣ ବିବାଦରୁ ବଞ୍ଚିବା ପାଇଁ କଷ୍ଟ କରିବେ । ବ୍ୟାପାରରେ ଉନ୍ନତିର ସମ୍ଭାବନା ରହିବ । ଦବି ଯାଇଥିବା ସମସ୍ଯା ପୁଣି ବାହାରିକି ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ନିଜର ଅତିରିକ୍ତ ଧନକୁ ସୁରକ୍ଷିତ ଜାଗାରେ ରଖନ୍ତୁ, ଯାହା ଆସୁଥିବା ସମୟରେ ପୁଣି ଫେରି ପାଇବେ । ବୈବାହିକ ଜୀବନ ସୁଖଦ ରହିବ । ଆପଣଙ୍କ ଅଧିକାର ବା ସମ୍ପତିରେ ବୃଦ୍ଧି ହେବ ।
🐮ବୃଷ👉 ବ୍ୟବସାୟ ଓ ଚାକିରିରେ ଭଲ ସଫଳତା ମିଳିବାର ଆଶା ରହିଛି । କାମକୁ ବଢାଇବା ଦ୍ଵାରା ଧନ ଲାଭରେ ବୃଦ୍ଧି ହେବ । ଯୁବ ବର୍ଗଙ୍କୁ ଚାକିରିର ଭଲ ଅବସର ମିଳିବ । ମାତା ପିତାଙ୍କ ଆଶୀର୍ବାଦ ଦ୍ଵାରା ସଫଳତାର ନୂଆ ପାହାଚକୁ ପ୍ରାପ୍ତ କରିବେ ।
👩‍❤️‍👨ମିଥୁନ👉 ଆଜି ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ । ବିଦ୍ୟାର୍ଥୀ ମାନେ ପାଠ ପଢା ଆଡକୁ ଧ୍ୟାନ ଦିଅନ୍ତୁ । କରାଯାଇଥିବା କାମକୁ ଉଚିତ ଶ୍ରେୟ ମିଳିବ । ଆପଣଙ୍କ ଚିଡଚିଡା ସ୍ଵଭାବ ଓ ନିଜକୁ ଅଧିକ ଭଲ ପାଉଥିବା ଆପଣଙ୍କ ପ୍ରିୟଜନଙ୍କୁ ଦୁଃଖ ଦେଇ ପାରନ୍ତି । ଆଜି ଆପଣ ସମାଜ, ମିତ୍ର ଓ ପରିବାରରେ ଅଲଗା ସ୍ଥାନ ବନାଇବେ ।
🦀କର୍କଟ👉ଆଜି ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ଯବହାରିକ ଅବସରରେ ବାହାରକୁ ଯିବେ । ବହୁତ ସାଙ୍ଗ ସାଥି ଆପଣଙ୍କ ସହିତ ରହିବେ ଆଉ ଦୋସ୍ତି ନିଭାଇବେ । କିଛି ସାଙ୍ଗ ଗୁପ୍ତ ରୂପରେ ଆପଣଙ୍କ ସାହାର୍ଯ୍ୟ କରିବେ । ବିଦେଶରୁ ଭଲ ସମାଚାର ଆସିବ । କୌଣସି ବି ପରିସ୍ଥିତିରେ ଲୋକ ଆପଣଙ୍କ ସାଥ ଦେବାକୁ ପ୍ରସ୍ତୁତ ରହିବେ ।
🦁ସିଂହ👉ଆଜି ଆପଣଙ୍କୁ ଧାର୍ମିକ ଲାଭ ହେବ । କାମର ନୂଆ ଅବସର ପ୍ରାପ୍ତ ହେବ । କାମ ବିଷୟରେ ନିର୍ନୟ ନେବା ସମୟରେ ନିଜ ଇଛାରବି ଧ୍ୟାନ ରଖନ୍ତୁ । ଯେଉଁ ସୁଯୋଗ ଆପଣଙ୍କୁ ଆଗକୁ ମଧ୍ୟ ଫାଇଦା ଦେବ ତାର ବିଚାର କରନ୍ତୁ । ଭୂମି ଭବନର କାମ ବନିବ । ଲୁଚି ରହିଥିବା ସାଙ୍ଗ ସାଥି ମାନେ ଆପଣଙ୍କ ନାମରେ ଉଡା କଥା କହିବାକୁ ଅଧୀର ହେବେ ।
🙎‍♀️କନ୍ୟା👉 ଆଜି ଆପଣଙ୍କ ଘର ଭିତରେ ପ୍ରେମ ରହିବ । ପିତାଙ୍କ ତରଫରୁ ଲାଭ ମିଳିବାର ସଂଯୋଗ ବନିବ । ଆପଣ ଅଳ୍ପ ମୁଡ୍ଡି ଓ ଅଳ୍ପ ବହୁତ ସଂବେଦନଶୀଳ ହୋଇବେ । ସାମାଜିକ କାର୍ଯ୍ୟ କ୍ରମରେ ସାମିଲ ହେବାର ସୁଯୋଗ ମଧ୍ୟ ମିଳିବ । ସାଙ୍ଗ ମାନଙ୍କ ସହିତ ବହୁତ ଭଲ ସମୟ ବିତାଇବେ । ଆକସ୍ମିକ ଖର୍ଚର ଯୋଗ ରହିଛି । ପରିଶ୍ରମର ଅଧିକତା ରହିବ ।
⚖️ତୁଳା👉 ଆଜି ଦୁଷ୍ଟ ଜନ କ୍ଷତି କରିପାରନ୍ତି । ବିଗିଡି ଯାଇଥିବା ସମସ୍ୟା ପାଇଁ ସ୍ଥିତି ଆପଣଙ୍କ ପକ୍ଷରେ ହୋଇବ । ବିଚାରରେ ସ୍ଥିରତା ଆପଣଙ୍କ ପାଇଁ ନୂଆ ଦିଗ ଦେବ । ଯେଉଁ ଲକ୍ଷର ପ୍ରାପ୍ତିର ଆପଣ ବହୁତ ସମୟ ଧରି ଅପେକ୍ଷା କରିଥିଲ ତାର ମାର୍ଗ ନଜର ଆସୁଛି । ଆପଣଙ୍କ ଭାବିବାର ଉପାୟରେ ଚେଞ୍ଜେସ ଆସିବ । ଘର ପରିବାରରେ ହସ ଖୁଶିର ବାତାବରଣ ରହିବ ।
🦂ବିଛା👉 ସମ୍ପତିର ରକ୍ଷଣ ବେକ୍ଷଣ ପାଇଁ ଖର୍ଚ ବଢିବ । ସଞ୍ଚିତା ଧନରେ କମି ଦେଖାଯିବ । ଶତ୍ରୁ ଆଉ ବିବାଦରୁ ମୁକ୍ତି ମିଳିବ । ଆପଣଙ୍କ ଖର୍ଚ କମ ହେବା ରୁ ଆପଣଙ୍କ ଅର୍ଥ ବ୍ୟବସ୍ଥା ସୁଦୃଢ ହେବ । ଭଲ ବାହାନର ସୁଖ ପ୍ରାପ୍ତି ହେବ ।
🏹ଧନୁ👉 ଘରର ଚିନ୍ତା ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିପାରେ । ନୂଆ ନୂଆ ଯୋଜନାରେ ଲାଭ ହେବ । ଆଜି ରୋଜଗାରରେ ପରିବର୍ତନ ହେବାର ସମ୍ଭାବନା ରହିଛି । ସାଙ୍ଗ ମାନଙ୍କ ଠାରୁ ଭଲ ସହଯୋଗ ମିଳିବ । ଆଜି ମହତ୍ଵ ପୂର୍ଣ କାମ ପୁରା ହେବ । ଆଜି ମନ ପ୍ରସନ୍ନ ହେବ । ବ୍ୟବସାୟରେ ବୃଦ୍ଧି ହେବ ।
🐊ମକର👉ଆଜି ଆପଣ କୌଣସି ପ୍ରକାର ସମସ୍ୟାକୁ ନିଜ ପରିବାର ଉପରେ ଥୋପନ୍ତୁ ନହିଁ । ପୁରୁଣା ମିତ୍ରଙ୍କ ସହଯୋଗ ଦ୍ଵାରା କାର୍ଯ୍ୟ କ୍ଷେତ୍ରରେ ଅନୁକୂଳତା ରହିବ ଓ ବସ ସହିତ ଆପଣଙ୍କର ଭଲ ସମ୍ପର୍କ ରହିବ । କୌଣସି ଧାର୍ମିକ ଆୟୋଜନରେ ସେବା କରିବାର ସୁଯୋଗ ମିଳିବ । ରାଜନୀତିରେ କୌଣସି ଉଚ ନେତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
🏺କୁମ୍ଭ👉 ପ୍ରେମ ପ୍ରସଙ୍ଗ ପାଇଁ ସମୟ ବହୁତ ଭଲ ରହିଛି । ଲୋକ କଲ୍ଯାଣ କାର୍ଯ୍ୟ ପାଇଁ ବ୍ୟସ୍ତ ହୋଇପାରନ୍ତି । ଆଜି କାମ କରିବାର ଉପାୟ ଠିକ ରହିଲାତ ଆପଣଙ୍କୁ ସଫଳତା ହାସିଲ କରିବାରୁ କେହି ରୋକୀ ପାରିବେ ନହିଁ । ବାହାନର ପ୍ରୟୋଗ ସାବଧାନ ପୂର୍ବକ କରନ୍ତୁ ।
🐟ମୀନ👉ଆଜି ଆପଣଙ୍କୁ ଘର, ଗାଡି, ଏହି ସବୁର କାଗଜ ପତ୍ର ସମ୍ଭାଳିକି ରଖିବାକୁ ହେବ । ଆଜି ଭୌତିକ ସୁଖ ସମୃଦ୍ଧିରେ ବୃଦ୍ଧି ହେବ ଓ ପରିବାର ଲୋକ ଆପଣଙ୍କ ଉପରେ ଖୁସି ରହିବେ । କାର୍ଯ୍ୟ କ୍ଷେତ୍ରରେ ସହଯୋଗୀଙ୍କ ସହିତ ସାମଜଂସ୍ୟ ବସାଇ ବାରେ ସଫଳ ରହିବେ । ବ୍ଯବସାୟିକ ଯାତ୍ରା ସଫଳ ରହିବ ।

ନୀତିବାଣୀ-ନିଜ ସ୍ୱପ୍ନକୁ ସାକାର କରିବା ବାଟରେ ନିଜ ଜୀବନର ଆଧାରକୁ କେବେ ବି ଅଣଦେଖା କରନ୍ତୁ ନାହିଁ,କାହିଁକିନା ଯଦି ଜୀବନର ଆଧାର ହଜିଯିବ ତେବେ ସ୍ଵପ୍ନ ବି ସବୁଦିନ ପାଇଁ ଅଧୁରା ରହିଯିବ।
ବାସ୍ତୁଟିପ୍ପଣୀ-ଏହି ୫ଟି ସ୍ବପ୍ନ ଦେଖିବା ଦ୍ୱାରା ଭାଗ୍ୟ ଖୋଲିବାର ମାନ୍ୟତା ରହିଛି , ଜାଣନ୍ତୁ ସ୍ବପ୍ନ ଶାସ୍ତ୍ର କଣ କହେ…
ସ୍ୱପ୍ନଶାସ୍ତ୍ର ସ୍ୱପ୍ନ ଉପରେ ଆଧାରିତ ଏକ ଶାସ୍ତ୍ର ଅଟେ। ଏଥିରେ ରାତିରେ ଶୋଇବା ସମୟରେ ଦେଖାଯାଇଥିବା ସ୍ୱପ୍ନର ମୂଲ୍ୟାଙ୍କନ କରାଯାଏ। କୁହାଯାଏ ଯେ ଆମ ଜୀବନରେ ହେବାକୁ ଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ସ୍ୱପ୍ନ ଆମକୁ ଜଣାଇଥାଏ। ତେଣୁ ସେଗୁଡିକୁ ଏବଂ ସେଗୁଡିକର ଅର୍ଥକୁ ଗଭୀର ଭାବରେ ବୁଝିବା ଉଚିତ। ଯାହାଫଳରେ ଭବିଷ୍ୟତରେ ହେବାକୁ ଥିବା ପରିସ୍ଥିତି କିମ୍ବା ଉତ୍ଥାନକୁ ଚିହ୍ନି ମଣିଷ ସତର୍କ ହୋଇପାରିବ। କେତେକ ସ୍ୱପ୍ନ ଶୁଭ ଏବଂ କିଛି ଅଶୁଭ ବୋଲି ବିଶ୍ୱାସ କରାଯାଏ। ଅଶୁଭ ସ୍ୱପ୍ନକୁ ସମସ୍ତଙ୍କୁ ଜଣାଇବା ଉଚିତ। ଯାହାଦ୍ୱାରା ତାହା ସତ ନ ହୋଇ ପାରୁ। ଯେତେବେଳେ କି ଜୀବନ ସହିତ ଜଡିତ ଭଲ ସ୍ୱପ୍ନକୁ ଲୁଚାଇବା ଉଚିତ୍। ବିଶ୍ୱାସ କରାଯାଏ ଯେ ଶୁଭ ସ୍ୱପ୍ନକୁ ଲୁଚାଇବା ଫଳରେ ତାହା ଶୀଘ୍ର ସତ ହୋଇଯାଏ। ଏହିପରି କିଛି ସ୍ୱପ୍ନ ବିଷୟରେ ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି , ଯାହାଦ୍ୱାରା ଭାଗ୍ୟର ଯୋଗ ସୃଷ୍ଟି ହୋଇଥାଏ।
ସ୍ୱପ୍ନରେ ଦେଖିଥିବା ମୟୁର ପର:-ମୟୂରପରକୁ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ସ୍ୱପ୍ନରେ ମୟୂରପର ଦେଖିବା ଦ୍ୱାରା ଗ୍ରହମାନଙ୍କର ଖରାପ ପ୍ରଭାବରୁ ମୁକ୍ତି ମିଳିଥାଏ। ଏହା ସହିତ ବିଶ୍ୱାସ କରାଯାଏ ଯେ ଏହି ସ୍ୱପ୍ନ ମନୁଷ୍ୟର ଭାଗ୍ୟଦୋୟ କରିଥାଏ। ଯଦି ଆପଣ ସ୍ୱପ୍ନରେ ଏକ ମୟୂରପର ଦେଖଛନ୍ତି , ତେବେ ବିଶ୍ୱାସ କରିନିଅନ୍ତୁ ଯେ ଆପଣଙ୍କ ଜୀବନ ଖୁବଶୀଘ୍ର ସୁଖରେ ପରିପୂର୍ଣ୍ଣ ହେବାକୁ ଯାଉଛି ।
ହଂସ ଦେଖିବା ଶୁଭ:-ସାମୁଦ୍ରିକ ଶାସ୍ତ୍ରକୁ ବିଶ୍ୱାସ କରୁଥିବା ଲୋକଙ୍କ ଅନୁଯାୟୀ ହଂସର ସ୍ୱପ୍ନ ଭାଗ୍ୟଶାଳୀମାନଙ୍କୁ ଆସିଥାଏ। କୁହାଯାଏ ଯେ ସ୍ୱପ୍ନରେ ହଂସ ଦେଖିବା ଦ୍ୱାରା ଭାଗ୍ୟଦୋୟ ହୋଇଥାଏ। ଏହି ସ୍ୱପ୍ନ ଖୁବ ଶୀଘ୍ର ଭାଗ୍ୟ ଖୋଲିଥାଏ। ଯଦି ଆପଣ ସ୍ୱପ୍ନରେ ହଂସ ଦେଖନ୍ତି , ତେବେ ଏହି ସ୍ୱପ୍ନକୁ କାହାକୁ ମଧ୍ୟ କୁହନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଏହାର ପ୍ରଭାବ କମିଯାଏ।
ବୀଣା ବଜାଉଥିବା କନ୍ୟା:-
ଯଦି ଆପଣ ସ୍ୱପ୍ନରେ ବୀଣା ବଜାଉଥିବା କୌଣସି ଝିଅକୁ ଦେଖୁଛନ୍ତି , ତେବେ ଏହି ସ୍ୱପ୍ନକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ। କୁହାଯାଏ ଏହି ସ୍ୱପ୍ନ ବହୁତ ପ୍ରଭାବଶାଳୀ ହୋଇଥାଏ। ଏହାଦ୍ୱାରା ମନୁଷ୍ୟର ଭାଗ୍ୟଦୋୟ ହୋଇଥାଏ। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ସ୍ୱପ୍ନ ଜୀବନରୁ ସଂଘର୍ଷକୁ ଦୂର କରିଥାଏ ଏବଂ ଉନ୍ନତିର ପଥ ଖୋଲିଥାଏ।
ମିଠା ମଧ୍ୟରେ ରହିବା:-ବିଶ୍ୱାସ କରାଯାଏ ଯେ ଯଦି ଆପଣ ସ୍ୱପ୍ନରେ ଅନେକ ମିଠା ମଧ୍ୟରେ ଠିଆ ହୋଇଛନ୍ତି , ତେବେ ଏହି ସ୍ୱପ୍ନ ଖୁବ ଶୀଘ୍ର ଆପଣଙ୍କର ଭାଗ୍ୟଦୋୟ କରିଥାଏ। କୁହାଯାଏ ଯେ ନିଜକୁ ମିଠା ଦ୍ୱାରା ଘେରି ରହିଥିବାର ଦେଖି ଦ୍ୱାରା ମନୁଷ୍ୟ ଜୀବନର ସମସ୍ତ ଦୁଃଖ ଦୂର ହୋଇଯାଏ। ଏଭଳି ସ୍ୱପ୍ନ ଦେଖିବା ପରେ ଜୀବନରେ ସକରାତ୍ମକତା ଆସିଥାଏ। ଏହା ସହିତ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବାକୁ ଆରମ୍ଭ କରିଥାଏ।
ହଳଦିଆ ରଙ୍ଗର ପୁସ୍ତକ ମିଳିବା:-ଯଦି କେହି ଆପଣଙ୍କୁ ସ୍ୱପ୍ନରେ ହଳଦିଆ ପୁସ୍ତକ ଦିଅନ୍ତି , ତେବେ ଏହାକୁ ବହୁତ ଶୁଭ ସଙ୍କେତ ଭାବରେ ବିବେଚନା କରାଯାଏ। କୁହାଯାଏ ଯେ ଏହାଦ୍ୱାରା ବ୍ୟକ୍ତିର ଭାଗ୍ୟଦୋୟ ହୋଇଥାଏ। ବିଶ୍ୱାସ କରାଯାଏ ଯେ ଏହି ସ୍ୱପ୍ନ ଦେଖିବା ପରେ ଭାଗ୍ୟ ଆପଣଙ୍କୁ ସମର୍ଥନ କରିବା ଆରମ୍ଭ କରିଥାଏ। ଏଭଳି ସ୍ୱପ୍ନ ଦେଖିବା ପରେ ଏହାକୁ କାହା ଆଗରେ ବର୍ଣ୍ଣନା କରିବା ଉଚିତ ନୁହେଁ।
ଆଜିର ଦିନଟି ମଙ୍ଗଳମୟ ହେଉ🙏ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା🙏

Comments (0)
Add Comment