ଶୁକ୍ରବାର୨୦୨୨ ମସିହା ଅଦ୍ୟ ଜୁନ ମାସ ୧୦ ତାରିଖ, ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦ ଘ୭/୪୯ ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୩୯,ବିଛା , ଧନୁ ଓ ମୀନ ରାଶି ର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,କଳମ ଶାଗ ଦିବା ଘ୭/୪୯ ଗତେ ଶିମ୍ବ ଭକ୍ଷଣ ନିଷେଧ।
🐏ମେଷ👉ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରରେ ସମସ୍ତଙ୍କୁ ସାହାଯ୍ୟ କରିବାରେ ସଫଳ ହେବେ। କୌଣସି କାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ।
🐮ବୃଷ👉 ଛୋଟଛୋଟ କଥାରେ ଧ୍ୟାନ ଦେଲେ ଯାଇ ସଫଳତା ପାଇବେ। ବାପା ମାଆଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ଅଧିକାରୀଙ୍କୁ କୋମଳ ବ୍ୟବହାର ଦେଖାନ୍ତୁ।
👩❤️👨ମିଥୁନ👉ଅଫିସର ଭାବିଥିବା କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀଙ୍କୁ ଅଚାନକ ଧନ ଲାଭ ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
🦀କର୍କଟ👉ଅଧିକାରୀମାନଙ୍କ ସହ ବିଶେଷ ପ୍ରସଙ୍ଗରେ ଆଲୋ ଚନା କରିବେ। ଜୀବନସାଥୀଙ୍କ ପରାମର୍ଶ ଗ୍ରହଣ କରିବା ଭଲ। ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବେ।
🦁ସିଂହ👉ଆପଣଙ୍କର ଜରୁରୀ କାମ ସଂପୂର୍ଣ୍ଣ ହୋଇ ଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାର ଯୋଜନା କରି ବେ। ମହିଳାମାନେ କିଣା କିଣି ପାଇଁ ସହରକୁ ଯାଇ ପାରନ୍ତି।
🙎♀️କନ୍ୟା👉ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।
⚖️ତୁଳା👉 ଧନଲାଭର ସୁଯୋଗ ପାଇବେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ। ଜୀବନସାଥୀଙ୍କ ସହ ସମ୍ବନ୍ଧ ଠିକ୍ ରହିବ। ଛାତ୍ରୀମାନେ ସହପାଠୀଙ୍କ ସାହାଯ୍ୟ ପାଇବେ।
🦂ବିଛା👉କାମରେ ଭାଇ ଭଉଣୀଙ୍କ ସହଯୋଗ ପାଇପା ରିବେ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ମାର୍ଗ ମିଳିବ। ପ୍ରେମ ଜୀବନ ମଧୁର ହେବ।
🏹ଧନୁ👉ନିତିଦିନିଆ କାମରେ ସଫଳତା ପାଇବେ। ଲୋକମାନଙ୍କୁ ଆପଣଙ୍କ ବିଚାର ପସନ୍ଦ ଆସିବ। ସନ୍ତାନଙ୍କ ଶିକ୍ଷା ରେ ଉନ୍ନତି ହେବାର ସମ୍ଭାବନା ଅଛି।
🐊ମକର👉ଅଫିସ କାମରେ ବ୍ୟସ୍ତ ରହିବେ। ସମ୍ପର୍କକୁ ନେଇ ଅଧିକ ଭାବୁକ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ।
🏺କୁମ୍ଭ👉ବୈବାହିକ ଜୀବନ ଖୁସିରେ ଭରା ରହିବ। ଅଫିସ ରେ ପରିବେଶ ଅନୁକୂଳ ରହିବ। ରାଜନୀତିରେ ସଫଳତା ପାଇ ବେ। ନିଜର ଚକ୍ଷୁ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।
🐟ମୀନ👉ଶୁଭ ଖବର ମିଳିବା ଯୋଗୁଁ ପରିବାରରେ ସୁଖଦ ପରିବେଶ ରହିବ। ଆପଣଙ୍କ କାମରେ ଜୀବନସାଥୀ ପ୍ରସନ୍ନ ହେବେ। ବିରୋଧୀମାନ ଙ୍କ ପ୍ରତି ସାବଧାନ ରୁହନ୍ତୁ।
🪔ଶୁଭ ସକାଳ🪔 ଘରଠୁ କବାଟ ଛୋଟ, କବାଟଠୁ ତାଲା ଛୋଟ,ତାଲାଠୁ ଚାବି ଛୋଟ ,ହେଲେ ସେହି ଛୋଟ ତାଲାରେ ପୁରା ଘରର କବାଟ ଖୋଲି ହୁଏ । ସେହିପରି ଛୋଟ ଛୋଟ ସୁବିଚାର ଜୀବନରେ ବଡ ବଡ ପରିବର୍ତ୍ତନ ଆଣିଥାଏ। ତେଣୁ ମନେ ରଖିବା ଉଚିତ ଯେ କାହାକୁ କେବେ ଛୋଟ ନଜର୍ ରେ ଦେଖିବେନି, ଦିନେ ନା ଦିନେ ସେହି ଛୋଟ ବ୍ୟକ୍ତି ଦ୍ୱାରା ହିଁ ଆପଣଙ୍କର କୌଣସି ବଡ଼ କାମ ବଡ଼ ସମସ୍ୟାର ବି ସମାଧାନ ହେଇପାରେ।🛕ଜୟ ଜଗନ୍ନାଥ,ଜୟ ସୋମ ନାଥ,ଜୟ ମାଲକ୍ଷ୍ମୀ🛕