ବନ୍ଧାହେଲେ ମ୍ୟାନେଜର୍ ଓ ସୁରକ୍ଷାକର୍ମୀ

ଗଞ୍ଜାମ,୧୬/୩(ଏସଏସନିଉଜ) ହାତୀଓଟରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କ୍ ଶାଖାରେ ୫୨ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ୍ କରିବା ଅଭିଯୋଗରେ ମ୍ୟାନେଜର୍ ନିହାରକାନ୍ତ ପ୍ରଧାନ ଓ ସୁରକ୍ଷାକର୍ମୀ ଅନିଲ ପଣ୍ଡାଙ୍କୁ କବିସୂର‌୍ୟ୍ୟନଗର ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି ।ଏହି ବ୍ୟାଙ୍କ ଉପରେ ନିର୍ଭର କରୁଥିବା ପୋଲସରା ଓ କବିସୂର‌୍ୟ୍ୟନଗରର ଲୋକମାନେ ବ୍ୟାଙ୍କରେ ଜମାକରୁଥିବା ଟଙ୍କାକୁ ମ୍ୟାନେଜର ସୁରକ୍ଷାକର୍ମୀ ଅନିଲଙ୍କ ଆସିକାସ୍ଥିତ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରେ ଥିବା ଜମାଖାତାକୁ ଟ୍ରାନ୍ସଫର୍ କରିଦେଉଥିବାର ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ପ୍ରବନ୍ଧକ ଅଭିଯୋଗ ପାଇ ତଦନ୍ତ ବେଳେ ୫୧.୯୯ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବାର ଜାଣିବାକୁ ପାଇଥିଲେ । ଆଞ୍ଚଳିକ ପ୍ରବନ୍ଧକଙ୍କ ଅଭିଯୋଗକୁ ଭିତିକରି କବିସୂର‌୍ୟ୍ୟନଗର ଥାନାପୋଲିସ ତଦନ୍ତ କରି ମ୍ୟାନେଜର୍, ସୁରକ୍ଷାକର୍ମୀଙ୍କୁ ଧରିଥିଲେ ।

 

Comments (0)
Add Comment