ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ହତ୍ୟା!

ଭୁବନେଶ୍ୱର,୨୧/୧୦(ଏସଏସନିଉ ଜ)ଭୁବନେଶ୍ୱରରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ନିର୍ମମ ଭାବେ ହତ୍ୟା କରାଯାଇଛି । ରାଜଧାନୀ ପଟିଆ ଅଞ୍ଚଳରେ ଏକ ନିର୍ମାଣାଧିନ ମନ୍ଦିର ନିକଟରୁ ମିଳିଛି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ । ମୃତକ ପଥରଗାଡ଼ିଆ ଅଞ୍ଚଳର ସୁଶାନ୍ତ ବେହେରା ବୋଲି ଜଣାପଡ଼ିଛି ।ସେ ଭୁବନେଶ୍ୱରର ଅହଲ୍ୟା ହସ୍ପିଟାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାମ କରୁଥିଲେ ।ସୁଶାନ୍ତ ଗତକାଲି ଅପରାହ୍ନ ୨.୩୦ ମିନିଟରୁ ଘରୁ ବାହାରି ଆସିଥିଲେ ।ଏହାପରେ ତାଙ୍କ ଫୋନ୍ ନଲାଗିବାରୁ ଏନେଇ ପରିବାର ଲୋକେ ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ଏକ ନର୍ମାଣାଧିନ ମନ୍ଦିର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।କେହି ଜଣେ ତାଙ୍କୁ ଆକ୍ରମଣ କରି ନିର୍ମମ ଭାବରେ ହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ଜଣା ପଡ଼ିଛି ।

Comments (0)
Add Comment