ଆମରଣ ଅନଶନରେ ବସିଲେ ଜିଲ୍ଳାପରିଷଦସଭ୍ୟ

ଆମରଣ ଅନଶନରେ ବସିଲେ ଜିଲ୍ଳାପରିଷଦସଭ୍ୟ

 

ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ)କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିକାରୀଙ୍କ ବଦଳି ଦବୀରେ ଥାନା ସମ୍ମୁଖରେ ଆମରଣ ଅନଶନ ଦେଇଛନ୍ତି ୨୧ ନମ୍ବର ଜୋନ ବିଜେପି ଜିଲ୍ଳା ପରିଷଦ ସଭ୍ୟ  ଦେବଦତ୍ତ ଚୌଧୁରୀ।ସେ ତାଙ୍କ ଅଭିଯୋଗରେ କହିଛନ୍ତି,ଥାନା ଅଧିକାରୀକାଳନ୍ଦୀ ବେହେରା ଦୀର୍ଘ ୪ ବର୍ଷ ହେବ ଏହି ଥାନାରେ ଅଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ଏକ ଥାନାରେ କୌଣସି ଥାନା ଅଧିକାରୀ ୩ ବର୍ଷରୁ ଅଧିକ ସମୟ ରହିବା କଥା ନୁହେଁ କିନ୍ତୁ ଏଠାରେ ବ୍ୟତିକ୍ରମ ଦେଖାଦେଇଛି।ଏହାସହ ବିଭିନ୍ନ ମାମଲାରେ ପକ୍ଷପାତିତା କରୁଥିବା ଏବଂ ଅପରାଧକୁ ପ୍ରୋତ୍ସାହନ ଦେଉଛନ୍ତି।ଥାନାରେ କାର୍ଯ୍ୟରତ ହୋମଗାର୍ଡଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ କରିଛନ୍ତି। ଚାକିରିର କିଛି ବର୍ଷ ମଧ୍ୟରେ ହୋମଗାର୍ଡ ଜଣଙ୍କ ୧୨ ଟି ବାର ଚକିଆ ଟ୍ରକ କେମିତି ଆଣିପାରିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।ଏହାସହ ପୋଲିସ ଅପରାଧିଙ୍କ ପୃଷ୍ଠ ପୋଷକ ସାଜିବା,ପକ୍ଷପାତିତା ଓ ବିଭିନ୍ନ ପେଶାଦାର ଅପରାଧିଙ୍କୁ ଛାଡି ଦେଉଥିବା ଅଭିଯୋଗମାନ କରିଛନ୍ତି।ଏକ ଅତି ସମ୍ବେଦନଶୀଳ ମାମଲା ପାଟଳିପଙ୍କ ସ୍ଥିତ ଲୁଥେରାନ ମହିଳା ସମିତିରେ ଯୌନ ନିର୍ଯ୍ୟାତନା ଓ ଶିଶୁ ବିକ୍ରି ଘଟଣାରେ ମାର୍ଶାଘାଇ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ ବୋଲି ଅଭିଯୋଗ କରିଛନ୍ତି।

Comments (0)
Add Comment