ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ
ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ ଉପସ୍ଥାପନ କରିଥିଲେ।ଆଲୋଚନାଚକ୍ରକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଲିପିପୁଷ୍ପା ନାୟକ ଉଦ୍ଘାଟନକରି ତାଙ୍କର ସଭାପତିତ୍ବ ଭାଷଣ ପ୍ରଦାନକରିବା ସହିତ ଆଲୋଚନାର ଦିଗ ସମ୍ପର୍କରେ ସୂଚନାପ୍ରଦାନ କରିଥିଲେ।ଡଃ ସନ୍ତୋଷ କୁମାର ମିଶ୍ର ଆଲୋଚନା ସଭାର ସଂଯୋଜନା କରିଥିବା ବେଳେ ଇତିହାସ ବିଭାଗର ପ୍ରମୁଖ ସୁକାନ୍ତ କୁମାର ରାଉତ ବିଷୟବସ୍ତୁର ମୁଖ୍ୟାଂଶ ଉପସ୍ଥାପନା କରିଥିଲେ।ଇଂରାଜୀଅଧ୍ୟାପକ ଅନୀଲ କୁମାର ପାଢୀଙ୍କ ସମେତ ମହାବିଦ୍ୟାଳୟର ଅନେକ ଅଧ୍ୟାପକ ଓ ଅଧ୍ୟାପିକାମାନେ ଆଲୋଚନାଚକ୍ରର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ଶେଷରେ ଇତିହାସବିଭାଗର ଅଧ୍ୟାପିକା ସୁଶ୍ରୀ ଋକ୍ମଣୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।(ଜ୍ଞାନଜିତ ରାଉତଙ୍କ ରିପୋର୍ଟ)