ଭାରତ ଓ ଏହାର ପଡୋଶୀ ଦେଶମାନଙ୍କର ବିକାଶ ପଥକୁ ନେଇ ଆଲୋଚନା

ବାରଙ୍ଗ,୯/୧୨(ଏସଏସନିଉଜ)ସ୍ଥାନୀୟ କୁଞ୍ଜବିହାରୀ ମହାବିଦ୍ୟାଳୟ ଅର୍ଥନୀତି ବିଭାଗ ଦ୍ୱାରା “ଭାରତ ଓ ଏହାର ପଡୋଶୀ ଦେଶମାନଙ୍କର ବିକାଶ ପଥ “ଉପରେ ଏକ ଆଲୋଚନାଚକ୍ର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।ଡ଼. ମାନସରଞ୍ଜନ ଦlଶମିଶ୍ରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ନାଇସେର ଅର୍ଥନୀତି ବିଭାଗ ବରିଷ୍ଠ ପ୍ରଫେସର ଡ଼. ଅମରେନ୍ଦ୍ର ଦାସ ଅତିଥି ଭାବେ ଯୋଗଦେଇ ଭାରତର ଅର୍ଥନୈତିକ ପ୍ରଗତି ଓ ଏହାର ପ୍ରଗତି ପଥ ଉପରେ ଆଲୋକପାତ କରିବା ସହ ବିଭିନ୍ନ ପ୍ରଗତିମୂଳକ ବିଷୟଉପରେ ଆଲୋଚନା କରିଥିଲେ।ବିଭାଗୀୟ ମୁଖ୍ୟ ପ୍ରାଣୟିନୀ ମିଶ୍ର ଓ ଛାତ୍ରଛାତ୍ରୀ ସେମାନଙ୍କର ତାଙ୍କର ସନ୍ଦର୍ଭ ପାଠ କରିଥିଲେ।ଭାରପ୍ରାପ୍ତ ଅଧକ୍ଷ ଅନିଲପାଢ଼ୀ ସ୍ୱାଗତ ଭାଷଣ ଦେଇଥିବାବେଳ ଡ଼.ସନ୍ତୋଷ ମିଶ୍ର ଧନ୍ୟବାଦ ଦେଇଥିଲେ। ଲକ୍ଷ୍ମୀ ପ୍ରିୟା ବିଶ୍ୱାଳ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।

Comments (0)
Add Comment