ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭହେଲା ଚନ୍ଦନଯାତ୍ରା

ଭଦ୍ରକ,୧୫/୫(ଏସଏସନିୟୁଜ) ଆରଡି ଆଖଣ୍ଡଳମଣିଙ୍କର ଚନ୍ଦନଯାତ୍ରା ଅକ୍ଷୟତୃତୀୟା ଠାରୁ ଆରମ୍ଭ ହୋଇଛି । ଅକ୍ଷୟତୃତୀୟା ଠାରୁ ଉତ୍କଳଭଉଁରୀ ଯାଏଁ ୨୧ଦିନ ଧରି ଚାଲିବାକୁ ଥିବା ଚନ୍ଦନଯାତ୍ରାରେ କୋଭିଡ କଟକଣାରେ ଏହାକୁ କରାଯାଉଛି । ସ୍ବତନ୍ତ୍ର ନୀତିକାନ୍ତୀ ସହ ଚନ୍ଦନ ନୀତିକାନ୍ତି ନିମନ୍ତେ ମଣିବାବାଙ୍କ ଚଳନ୍ତିପ୍ରତିମା ଚନ୍ଦ୍ରଶେଖରଙ୍କୁ ଏକ ସୁସଜ୍ଜିତ ବିମାନରେ ମନ୍ଦିର ବେଢା ପରିକ୍ରମା କରାଇ ମୁକ୍ତିମଣ୍ଡପକୁ ବିଜେ କରାଯାଇଥିଲା।ଏହାପରେ ପ୍ରଥମଦିନର ଚାପନୀତି ନିମନ୍ତେ ଘଟସ୍ଥାପନ, ଦ୍ବାରପାଳପୂଜା, ମହାସ୍ନାନ, ଚନ୍ଦନଲାଗି କରାଯିବା ସହ ଷୋଡଶ ଉପଚାର ନୀତିରେ ସମସ୍ତ ପୂଜାର୍ଚ୍ଚନା ହୋଇଥିଲା ।

Comments (0)
Add Comment