ବାରଙ୍ଗ,୧ା୮(ଏସଏସନିଉଜ) ମା ଆଡେଇଦେବାରୁ କର୍ତୁପକ୍ଷଙ୍କ ନିର୍ଦ୍ଦେଶରେ କର୍ମଚାରୀଙ୍କ କୋଳରେ ଜୀବନ ଆରମ୍ଭ କରିବାକୁ ଆସିଥିବା ବାଘଛୁଆଟି ଶେଷରେ ଗୁରୁବାରଦିନ ଆଖିବୁଜିଛି ।ପ୍ରାଣିଉଦ୍ୟାନ ନନ୍ଦନକାନନରେ ମଙ୍ଗଳବାର ଦିନ ଅର୍ଥାତ ୩୦ ତାରିଖରେ ବାଘୁଣୀ ମୌସୁମୀ ୩ଟି ଶାବକ ଜନ୍ମ ଦେଇଥିଲା । ଦୁଇଟି ମଲା ଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା କିନ୍ତୁ ଛୁଆଙ୍କୁ ଗ୍ରହଣ କରିନଥିଲା ମା ମୌସୁମୀ । ଅନାଥ ହୋଇଯାଇଥିଲା ଏହି ବାଘ ଶାବକଟି । କର୍ତ୍ତୁପକ୍ଷ ଏହି ଛୁଆକୁ ଆଣି ପ୍ରାଣୀଉଦ୍ୟାନର ଲାଳଣପାଳନ କେନ୍ଦ୍ରରେ ଜନ୍ତୁ ରକ୍ଷକ ହାତରେ ଟେକିଦେଇଥିଲେ । ଜନ୍ମର ତିନିଦିନ ନପୁରୁନୁ ଛୁଆର ମୃତ୍ୟୁ ହୋଇଛି । ଏହି ଛୁଆଟି ବୁଧବାରଦିନ ଅସୁସ୍ଥ ହୋଇପଡ଼ିଥିଲା । ତରଳଝାଡ଼ା ହେଉଥିବାବେଳେ ଠିକ୍ ସେ ଖାଦ୍ୟ ଗ୍ରହଣ କରୁନଥିଲା । ଏହି ବାଘଛୁଆ ମୃତ୍ୟୁର ପକୃତ୍ କାରଣଜାଣିବା ପାଇଁ ବ୍ୟବଚ୍ଛେଦ କରାଯାଇଛି। ପୁର୍ବରୁ ଦୁଇଦୁଇ ଥର ଗର୍ଭବତୀ ହୋଇ ମଧ୍ୟ ମା ହେବାରୁ ବଞ୍ଚିତ ହୋଇଥିବା ମୌସୁମୀ ପ୍ରଥମଥର ପାଇଁ ମା ହୋଇଥିଲା । ଯାହାକୁ ନେଇ ଆଶା ଓ ଆଶଙ୍କାରେ ଥିଲେ କର୍ତ୍ତୁପକ୍ଷ ,ସେଥିରେ ପୂର୍ଣ୍ଣଚ୍ଛେଦ ପକେଇଥିଲା ମୌସୁମୀ । ଦୁଇଟି ମଲାଶାବକ ଜନ୍ମ ଦେଇଥିବା ବେଳେ ଗୋଟିଏ ସୁସ୍ଥ ଶାବକ ଜନ୍ମ ଦେଇଥିଲା । ଶେଷରେ ଏହି ବାଘ ଛୁଆଟି ମୃତ୍ୟୁ ହୋଇଛି । ଯାହାକୁ ନେଇ କର୍ମଚାରୀଙ୍କଠାରୁ ଆରମ୍ଭ କରି ପଶୁପ୍ରେମୀ ମହଲରେ ଦୁଃଖର ବାତାବରଣ ଖେଳିଯାଇଛି ।
ଧାର୍ଯ୍ୟ ସମୟର ୧୦ଦିନ ପୂର୍ବରୁ ଜନ୍ମ ହୋଇଥିବାରୁ ୨ଟି ମଲା ଛୁଆ ଓ ଗୋଟିଏ ଜୀବିତ ଛୁଆ ହୋଇଥିଲେ।ଜୀବିତ ରହିଥିବା ଛୁଆର ଓଜନ ସାଧାରଣ ନବଜାତ ଶିଶୁର ଓଜନ ତୁଳନାରେ ବହୁତ କମ୍ (୭୮୦ ଗ୍ରାମ) ଥିଲା ।ଛୁଆଟି ଜନ୍ମର କିଛି ସମୟ ପରେ ମା ଗ୍ରହଣ ନକରିବାରୁ ପରିତ୍ୟକ୍ତ ଛୁଆକୁ ତୁରନ୍ତ ଏନକ୍ଲୋଜରରୁ ଉଦ୍ଧାର କରାଯାଇ ଲାଳନପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା। ନବଜାତକର ଯତ୍ନ ଓ ବଞ୍ଚିବା ପାଇ ଆଇସିୟୁ ଭିତରେ ରଖାଯାଇ ସମସ୍ତ ଯତ୍ନ ନିଆଯାଇଥିଲା।ଛୁଆଟି ଅକାଳରେ ଜନ୍ମ ହୋଇଥିବାରୁ ସମସ୍ତ ପ୍ରକାରର ସଂକ୍ରମଣର ଶିକାର ହୋଇଥିଲା | ଛୁଆଟି ଏଣ୍ଟେରିକ୍ ସଂକ୍ରମଣରେ ପୀଡିତ ହୋଇ ଆଜି ମୃତ୍ୟୁବରଣ କରିଛି ବୋଲି ଉପ-ନିର୍ଦ୍ଦେଶକ ସନତ କୁମାର ନାରାୟଣ କହିଛନ୍ତି।