ବ୍ରହ୍ମଗିରି,୨୫/୬(ଏସଏସନିୟୁଜ) ମହାପ୍ରଭୁଙ୍କର ସ୍ନାନବେଦୀରେ ଗଜାନନ ବେଶ ସରିଛି । ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ୧୫ ଦିନ ଅଣସର ପିଣ୍ତିକୁ ବିଜେ କରିବା ସହ ଜ୍ବରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ। ଶ୍ରଦ୍ଧାଳୁ ମାନେ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିପାରନ୍ତି ନାହିଁ। ଏହିସମୟରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।କିନ୍ତୁ କୋଭିଡ କଟକଣା ପାଇଁ ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା ଜାରି କରାଯାଇଛି। ଫଳରେ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁ କରି ପାରିବେ ନାହିଁ।
ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
