ଆଜିର ରାଶିଫଳ

ଆଜିର ରାଶିଫଳ

ଜୁନ୍ ମାସ ୨୨ ତାରିଖ ୨୦୨୪ ମସିହା(ଶନିବାର) ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ପ୍ରାତଃ ଘ ୦୬/୩୭ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୯,
ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଦିବା ଘ୦୪/୪୪ ଗତେ ଘ୦୬/୨୪ ମଧ୍ୟେ,ବାରବେଳା – ଦିବା ଘ୦୧/୨୭ ଗତେ ଘ୦୩/ ୦୬ ମଧ୍ୟେ,ଅଦ୍ୟ ମୃତେ ଏକ ପୁଷ୍କରଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୭ ଗତେ ଘ୦୪/୪୩ମଧ୍ୟେ ଓ ରାତ୍ରି ଘ୦୭/୧୨ ଗତେ ଘ୦୮/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୯/୧୩ ଗତେ ଘ୧୧/୩୭ ମଧ୍ୟେ,ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସମାଧାନ ପାଇଁ ଚେଷ୍ଟାକରି ହେବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାବବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର କଥା କହୁଥିବାର ଶୁଣି ଅଶାନ୍ତି ଅନୁଭବ କରିବେ।
ବୃଷ-ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ ହେବ। ଆପଣଙ୍କ ବ୍ୟସ୍ତତାକୁ ହୃଦୟଙ୍ଗମ କରି କୌଣସି ବନ୍ଧୁ ଅଥବା ପାଖ ପଡୋଶୀମାନେ ସହଯୋଗର ହାତ ବଢାଇପାରନ୍ତି।
ମିଥୁନ-ଆଜି ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଅପ୍ରିୟସତ୍ୟ କହି ତିକ୍ତତା ସୃଷ୍ଟି କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
କର୍କଟ-ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଉପୁଜିପାରେ। ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସିଂହ-ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସମସ୍ୟା ସରଳ ସମାଧାନ କରିବାରେ ସଫଳ ହେବେ।
କନ୍ୟା-ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟିର କଥା ମନକୁ ବାଧିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖା ଦେଇପାରେ।
ତୁଳା-ସାମାନ୍ୟ ପ୍ରତିବନ୍ଧକ ମଧ୍ୟରେ ବନ୍ଧୁଙ୍କ ନିକଟରୁ ଆସାକରିଥିବା ଅର୍ଥପ୍ରାପ୍ତି ହେବ। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଥିବା କୌଣସି ବନ୍ଧୁଙ୍କୁ ହଁ କରିପାରିବେନି କିମ୍ବା ନାହିଁ ମଧ୍ୟ କରି ପାରିବେନି। ଫେରି ଯାଉଥିବା ବନ୍ଧୁଟି ବାଟରୁ ଲେଉଟି ଆସିବେ।
ବିଛା-ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରିବେ। ନିଜ ପରିବାରର ସଦସ୍ୟମାନଙ୍କ ଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ପଡୋଶୀଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ-କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ ଓ ସମୟ ଅବଶ୍ୟ ଖୁସିରେ କଟିଯିବ। ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର-ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ର ରେ ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ ।
କୁମ୍ଭ-ଆଜି ଧନହାନି, ପରିବହନ ରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ବିତର୍କର ସୂତ୍ରପାତ ଘଟିପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ବେଶି ବାଧିବ।
ମୀନ-ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତା କୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।
!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

ସିଡି କିପରି କଲେ କଟିବ ବସ୍ତୁଦୋଷ ?
ବାସ୍ତୁନିୟମ ଅନୁସାରେ ସିଡିର ସ୍ଥାନ ୧୬୦ଡିଗ୍ରୀ ଦକ୍ଷିଣରୁ ୩୧୦ ଜିଗ୍ରୀ ଉତ୍ତର-ପଶ୍ଚିମରେ ହେବା ଉଚିତ୍। ଅର୍ଥାତ ଦକ୍ଷିଣ-ପଶ୍ଚିମ ନୈରୁତ୍ୟକୋଣ,ଦ କ୍ଷିଣବାହୁ ଅଗ୍ନିକୋଣକୁ ଛାଡି ପଶ୍ଚମ, ଉତ୍ତର-ପଶ୍ଚିମ ବାୟୁକୋଣରେ ହେବା ଉଚିତ୍।
୨. ଘରରସିଡ଼ି ସଦାସର୍ବଦା ଦକ୍ଷିଣାବର୍ତ୍ତି ହେବା ଉଚିତ୍।
୩. ଘରସିଡି ପାହାଚର ଉଚ୍ଚତା ଚାରିଇଞ୍ଚ କିମ୍ବା ଚାରିଇଞ୍ଚ ଅଧେ ହେବା କଥା।
୪. ସିଡି ପାହାଚ ଅଧିକ ଉଚ୍ଚ ହେଲେ ଆଣ୍ଠୁ ସମସ୍ୟା ଆସିଥାଏ। କାରଣ ସହଜରେ ଆମ ପାଦରେ ଚାଲିଲାବେଳେ ସାଢେ ତିନିଇଞ୍ଚ ଉପରକୁ ଉଠିଥାଏ। ସିଡି ଚଢ଼ିଲା ବେଳେ ସାଢେଚାରି ଇଞ୍ଚ ରହିଲେ ଶରୀର ଉପରେ କୌଣସି ପ୍ରଭାବ ପଡେ ନାହିଁ।
୫. ସିଡିର ପାହାଚ ଯଥାକ୍ରମେ ୧୭, ୧୯, ୨୧, ୨୩ ହେବା ଉଚିତ୍।
୭. ଭୂମିର ଛାତଠାରୁ ଉଚ୍ଚତା ଅତି କମ୍ ରେ ୧୧ଫୁଟ୍ ହେବା ଉଚିତ୍।
୮. ସିଡିର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ୍।
୯. ସିଡିର ପାହାଚର ରଙ୍ଗ ଲାଲ ହେବା ଶୁଭ। କଳା ଅଶୁଭ ହୋଇ ଥାଏ।
୧୦. ସିଡି କେବେବି ଐଶନ୍ୟ, ଉତ୍ତର, ପୂର୍ବ, ଅଗ୍ନିକୋଣ, ବ୍ରହ୍ମ ସ୍ଥାନରେ କରନ୍ତୁ ନାହିଁ।

Comments (0)
Add Comment