ଆଜିରରାଶିଫଳ

ଘରର ଐଶାନ୍ୟକୋଣରେ ପୂଜାଘର ନିର୍ମାଣକରନ୍ତୁ, ଘରର ୮ଦିଗରେ କଣ ରଖିବା ଠିକ୍ ତାହା ଜାଣନ୍ତୁ....

୨୦୨୪ମସିହା ଜୁନ୍ ମାସ ୧୫ ତାରିଖ ଶନିବାର ।ଶ୍ରୀମନ୍ଦିରେ ଓ ସର୍ବତ୍ର ମିଥୁନ (ରଜ) ସଂକ୍ରାନ୍ତି।ବିବିଧ – ହଳ ନିଷେଧ, ସ୍ତ୍ରୀ ତୈଳ ବର୍ଜନ। ସୂର୍ଯ୍ୟୋଦୟ ରୁ ଦିବା ଘ୯/୩୧ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ। ଦିବା ଘ୯/୩୧ମି ଠାରୁ ଦିବା ଘ୩/୫୫ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ।ସୁର୍ଯ୍ୟୋଦୟ- ଘ୫/୧୧/୬,
ସୂର୍ଯ୍ୟାସ୍ତ- ଘ୬/୨୨/୩୨,ଜ୍ୟେଷ୍ଠମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ନବମୀ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଉତ୍ତରାଫାଲ୍ଗୁନୀ ନକ୍ଷତ୍ର ଦିବା ଘ୮/୫୫ମି ପର୍ଯ୍ୟନ୍ତ ତଦନ୍ତେ ହସ୍ତା ନକ୍ଷତ୍ର ।ଚ଼ନ୍ଦ୍ର- କନ୍ୟାଚନ୍ଦ୍ର (ଅହୋରାତ୍ର)।ସୌରଚଳନେ ମିଥୁନ ଦି୧ନ।ଯୋଗ- ବ୍ୟତିପାତଯୋଗ ରାତ୍ରି ଘ୯/୨୮ମି ପର୍ଯ୍ୟନ୍ତ ତଦନ୍ତେ ବରୀୟାନଯୋଗ।କରଣ- ବାଳବକରଣ ଦିବା ଘ୧/୧୬ମି ପର୍ଯ୍ୟନ୍ତ ତଦନ୍ତେ କୌଳବକରଣ ରାତ୍ରି ଘ୨/୩୦ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ,ରାତ୍ରି ଘ୨/୩୦ମିପରେ ଉତ୍ତରଦିଗରେ।ସଂକ୍ରମଣଦୋଷ,ଶନିବାର,ରିକ୍ତାତିଥି ଓ ବ୍ୟତିପାତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,କର୍କଟ,ସିଂହ,କନ୍ୟା, ବିଛା,ଧନୁ,ମକର ଓ ମୀନ ଏହି ରାଶି ମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ବୃଷରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-୨।୪।୫।୭।୯।୧୧।୧୩।୧୪।୧୬।୧୮।୨୦।୨୨।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ଏବଂ ଦିବା ଘ୮/୫୫ମି ପରେ ୧।୩।୫।୬।୮।୧୦।୧୨।୧୪।୧୫।୧୭।୧୯।୨୧।୨୩।୨୪।୨୬ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଲାଉଭକ୍ଷଣ ନିଷେଧ।ଅଶୁଭବେଳା-(କାଳବେଳା) ପ୍ରାତଃ ଘ୫/୧୧ମି ରୁ ଘ୬/୫୪ମି ମଧ୍ୟେ, ଦିବା ଘ୪/୧୯ମି ରୁ ଘ୬/୨୩ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୧/୨୭ମି ରୁ ଘ୩/୬ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତ ଘ୬/୨୩ମି ରୁ ଘ୭/୪୪ମି ମଧ୍ୟେ,ରାତ୍ରି ଘ୩/୫୦ମି ରୁ ନିଶାନ୍ତ ଘ୫/୧୧ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ଦିବା ଘ୨/୪୮ମି ରୁ ଘ୫/୧୨ମି ମଧ୍ୟେ, ରାତ୍ରି ଘ୭/୧୨ମି ରୁ ଘ୮/୦ମି ମଧ୍ୟେ,ଘ୧୨/୦ମି ରୁ ଘ୨/୨୪ମି ମଧ୍ୟେ, ଘ୪/୦ମି ରୁ ରାତ୍ରିଶେଷ ଘ୫/୧୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ସୂର୍ଯ୍ୟୋଦୟ ରୁ ଦିବା ଘ୬/୦ମି ମଧ୍ୟେ, ଘ୯/୧୨ମି ରୁ ଘ୧୧/୩୬ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୨ପାଦ ବାର ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନସନ୍ତତିରବିନାଶ। ଭୂମି ଓ ତିଳସୁବର୍ଣ୍ଣଦାନ। ଦିବା ଘ୮/୫୫ମି ପରେ ୧ପାଦବାର ପୁଷ୍କରଦୋଷ। ଫଳଂକୃଷିହାନି ଓ ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ସୁଭଗା (ଶୁଭ)।ଶୁଭକର୍ମ- ନାହିଁ।

🐏ମେଷ👉ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
🐮ବୃଷ👉ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
👩‍❤️‍👨ମିଥୁନ👉ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
🦀କର୍କଟ👉 ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
🦁ସିଂହ👉ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
🙎‍♀️କନ୍ୟା👉ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
⚖️ତୁଳା👉ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
🦂ବିଛା👉କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
🏹ଧନୁ👉ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
🐊ମକର👉ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍‍ଫୁଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
🏺କୁମ୍ଭ👉ଦେବ-ଗୁର- ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
🐟ମୀନ👉ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍‍ପଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ।

ଘରର ଐଶାନ୍ୟକୋଣରେ ପୂଜାଘର ନିର୍ମାଣକରନ୍ତୁ, ଘରର ୮ଦିଗରେ କଣ ରଖିବା ଠିକ୍ ତାହା ଜାଣନ୍ତୁ….
ବାସ୍ତୁଅନୁସାରେ, ଘରର ମୋଟ ୮ଦିଗ ହୋଇଥାଏ। ତାସହିତ ଏହି ଦିଗଗୁଡିକ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତିରେ କେଉଁ ଦିଗରେ କଣ ରଖାଯିବା ଉଚିତ ଏହାକୁ ଧ୍ୟାନରେ ରଖିବା ନିତାନ୍ତ ଆବଶ୍ୟକ ହୋଇଥାଏ। ସେତେବେଳେ ଯାଇ ଜୀବନ ସୁଖମୟ ବିତିବ। ଏମିତିରେ ଯଦି ଆପଣ ବାସ୍ତୁଶାସ୍ତ୍ର କଥା ମାନିବେ ତ ତେବେ ଆଜି ଆମେ ଆପଣଙ୍କୁ ଘରର ଏହି ୮ଟି ଦିଗ ସହିତ ଏହାର ମହତ୍ତ୍ୱ ବତେଇବୁ।
ଉତ୍ତରଦିଗ:-ଘରର ଉତ୍ତରଦିଗର ସ୍ବାମି ଧନର ଦେବତା ଭଗବାନ କୁବେର ଏବଂ ଭଗବାନ ବୁଧ ଦେବତାଙ୍କୁ କୁହାଯାଏ। ଏମିତିରେ ଏହି ସ୍ଥାନଟିର ସମ୍ବଦ୍ଧ ଘରର ମାତାଙ୍କ ସହିତ ହୋଇଥାଏ। ଏଥିପାଇଁ ଏହି ଦିଗକୁ ସର୍ବଦା ସଫା,ପରିଷ୍କାର ଏବଂ ଖାଲି ରଖିବା ଉଚିତ। ତା ନହେଲେ ବାସ୍ତୁଦୋଷ ସୃଷ୍ଟି ହେବା କାରଣରୁ ଏଥିରୁ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇପାରେ।
ଦକ୍ଷିଣଦିଗ:-ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଏହି ଦିଗରେ କାଳ ପୁରୁଷର ବାମଛାତି, କିଡନୀ,ବାମ ଫୁସଫୁସ ଏବଂ ରାଶିଫଳର ଦଶମ ଘର ଆସିଥାଏ। ଏହି ଦିଗରେ ଭଗବାନ ଯମଙ୍କର ଅଧିପତ୍ୟ ଏବଂ ପୃଥିବୀ ତତ୍ୱର ପ୍ରାଧାନ୍ୟ ହୋଇଥାଏ। ଏମିତିରେ ଘରର ଏହି ଦିଗରେ ସର୍ବଦା ଭାରୀ ଜିନିଷକୁ ରଖିବା ଶୁଭ ହୋଇଥାଏ। ଆପଣ ଏଠାରେ ଏକ ଡ୍ରଇଂ ରୁମ୍ ତିଆରି କରିପାରିବେ।
ପୂର୍ବଦିଗ:-ଘରର ପୂର୍ବ ଦିଗ ଭଗବାନ ସୂର୍ଯ୍ୟ ଦେବତା ଏବଂ ଭଗବାନ ଇନ୍ଦ୍ର ଦେବଙ୍କର ବୋଲି ବିଶ୍ୱାସ କରାଯାଏ। ତା ସହିତ ଏହାକୁ ପିତୃପୁରୁଷଙ୍କ ପ୍ରତୀକ ବୋଲି ମାନିବାରୁ ଏହି ଦିଗରେ କୌଣସି ଭାରୀ ଜିନିଷ ରଖିବା ଠାରୁ ଦୂରେଇ ରହିବା ଉଚିତ୍। ଏମିତିରେ ଏହି ଦିଗକୁ ସର୍ବଦା ଖୋଲା ରଖିବା ଭଲ ହେବ।
ପଶ୍ଚିମଦିଗ:-ଘରର ଏହି ଦିଗର ଭଗବାନ ବରୁଣ ଏବଂ ନ୍ୟାୟର ଦେବତା ଭଗବାନ ଶନିଦେବଙ୍କୁ ବିବେଚନା କରାଯାଏ। ଏମିତିରେ ଏଠାରେ କିଛି ବି ଜିନିଷ ରଖିବା ପୂର୍ବରୁ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ।
ଐଶାନ୍ୟକୋଣ:-ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତରକୋଣ ପ୍ରଭୁ ମହାଦେବଙ୍କ ସହ ଜଡିତ ବୋଲି ବିଶ୍ୱାସ କରାଯାଏ। ଏମିତିରେ ଏହି ଦିଗରେ ହାଣ୍ଡି, ପାଣିଟାଙ୍କି ଏବଂ ପୂଜା ଘର ତିଆରି କରିବା ସର୍ବୋତ୍ତମବୋଲି ବିବେଚନା କରାଯାଏ।
ଅଗ୍ନୀକୋଣ:-ଏହି ଦିଗର ସ୍ବାମି ଭଗବାନ ଶୁକ୍ର ଗ୍ରହ ବୋଲି ମାନାଯାଏ। ଏହାକୁ ଅଗ୍ନି ଦେବ ଏବଂ ମଙ୍ଗଳ ଗ୍ରହଙ୍କର ସ୍ଥାନ ମଧ୍ୟ କୁହାଯାଏ । ଏପରି ଜାଗାରେ ଆପଣ ଏହି ସ୍ଥାନରେ ରୋଷେଇ ଘର କିମ୍ବା କୌଣସି ଇଲେକ୍ଟ୍ରୋନିକ୍ ଜିନିଷ ରଖିପାରିବେ
ନୈରୁତକୋଣ:-ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଏହି ଦିଗ ରାହୁ ଏବଂ କେତୁଙ୍କର ବୋଲି ମାନାଯାଏ। ଏହି ଦିଗଟି ସର୍ବଦା ଉଚ୍ଚତର ହେବା ଉଚିତ୍ । ଆହୁରି ମଧ୍ୟ ଭାରୀ ଜିନିଷ ଯେପରିକି ଆଲମାରୀ, ଇଲେକ୍ଟ୍ରୋନିକ୍ ଆଇଟମ୍, ସୋଫା, ଟେବୁଲ୍ ଇତ୍ୟାଦି ଏଠାରେ ରଖିବା ଦରକାର।
ବାୟୁକୋଣ:-ଏହାକୁ ପବନର ଦିଗ ବୋଲି ବିବେଚନା କରାଯାଏ। ଏହି କୋଣର ଗ୍ରହଙ୍କର ସ୍ୱାମୀ ଭଗବାନଚନ୍ଦ୍ର ଦେବଙ୍କୁ ମଧ୍ୟ କୁହାଯାଏ। ଏହି ଦିଗଟି ସର୍ବଦା ଉଜ୍ଜ୍ୱଳ ହେବା ଉଚିତ୍। ଏମିତିରେ ଏଠାରେ ଝରକା, କବାଟ ତିଆରି କରିବା ଶୁଭ ହୋଇଥାଏ। ଯଦି ଆପଣ ଚାହିଁବେ ତ ଏହି ସ୍ଥାନ ଉପରେ ଅତିଥିମାନଙ୍କ ରହିବାର ଏକ ବାସଗୃହ ମଧ୍ୟ ତିଆରି କରିପାରିବେ।!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Comments (0)
Add Comment