ଆଜିର ରାଶିଫଳ

ପାଣି ସହ ଜଡ଼ିତ ଏହି ୫ଟିକଥା ହୁଏତ ଆପଣ ଜାଣି ନଥିବେ !

ଜୁନ୍ ମାସ ୦୪ତାରିଖ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ରାତ୍ରି ଘ୧୦/୦୩ ଗତେ ଚତୁର୍ଦ୍ଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୦୫ /୧୧/୩୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/ ୧୯/୩୧ ,ଯୋଗିନୀ ଦକ୍ଷିଣେ ରାତ୍ରି ଘ୧୦/୦୩ ଗତେ ପଶ୍ଚିମେ ,ତ୍ରୟୋଦଶୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,ଅଦ୍ୟ ମୃତେ ଏକପାଦଦୋଷ ରାତ୍ରି ଘ୧୧/୧୩ ଗତେ ଦ୍ଵିପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦ ୩/୦୪ ମଧ୍ୟେ ,ବାରବେଳା – ଦିବା ଘ୦୬/୪୮ ଗତେ ଘ୦୮/୨୬ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୪୭ ମଧ୍ୟେ ଓ ଘ୦୯/୧୧ ଗତେ ଘ୧୧ /୩୫ମଧ୍ୟେ ଓ ଘ୦୩/୦୫ଗତେ ଘ୦୩/୩୫ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୩୬ଗତେ ଘ୦୪/୨୩ ମଧ୍ୟେ ,ଅଦ୍ୟ ବାଇଗଣଭକ୍ଷଣ ନିଷେଧ ।
ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ।ଧର୍ମକାର୍ଯ୍ୟରେ ରୁଚି ବଢ଼ିବ ।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ ।ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ-ଆଜି ଆପଣଙ୍କ ମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ।ନିଜ ବାଣୀଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କଗଢିବାରେ ସହାୟ ହେବ ।କାର୍ଯ୍ୟସ୍ଥଳୀରେ ଉଚସ୍ଥଅଧିକାରୀ ପ୍ରଶଂସା କରିବେ ।ବ୍ୟାପାର ଲାଭଦାୟକ ରହିବ ।ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ ।
ମିଥୁନ-ଆଜି ଅଯଥା ଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦ ଦେଇ ଗତି କରିବେ । ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନ କରିବେ ।କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବା ଯୋଗୁଁ ପରିସ୍ଥିତି ବିଗଡିଯାଇପାରେ । ବ୍ୟାପାର ମଧ୍ୟମ ରହିବ । ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ-ଆଜି ଦିନ ଶୁଭ ରହିବାରୁ ମନ ପ୍ରସନ୍ନ ରହିବ । ଆର୍ଥିକ ଲାଭ ହେବା ସହ ସାମାଜିକ ମାନ-ସମ୍ମାନ ମିଳିପାରେ ।ପୁରାତନ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତା ଦ୍ୱାରା ଏଡ଼ାଇଯିବେ ।ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ ।
ସିଂହ-ଆଜି ବ୍ୟୟବୃଦ୍ଧି ହେବ । ଚକ୍ଷୁ ପୀଡା ଦେଖାଦେବ ।ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ । କାର୍ଯ୍ୟକ୍ଷେତ୍ରରେ ଭଲ କାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ ।ବ୍ୟାପାରରେ କ୍ଷତି ସହିପାରନ୍ତି ।ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ ।
କନ୍ୟା-ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ ।ଶୁଭସମାଚାର ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ ।ବ୍ୟାପାର ଲାଭଦାୟୀ ରହିବ ।ପରିବାରରେ ମାଙ୍ଗଳିକକାର୍ଯ୍ୟ ଆୟୋଜନ ହୋଇପାରେ
ତୁଳା-ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ ।ନିଜ ବାକଅସଂଯତାଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ । ମାଲି ମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ । କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି ।ବ୍ୟାପାରରେ ପାର୍ଟନରସହ ମତଭେଦହୋଇପାରେ ।ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ ।
ବିଛା-ଆଜି ଉପହାର ମିଳିପାରେ ।କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ । କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇ ସମ୍ମାନିତ ହେବେ । କାର୍ଯ୍ୟକ୍ଷେତ୍ରରେ ଉଚସ୍ଥ ଅଧିକାରୀଙ୍କ ପ୍ରଶଂସାଭାଜନ ହେବେ ।ବ୍ୟାପାରରେ ନୂତନ ଯୋଜନା କରି ସୁଫଳ ମିଳିପାରେ । ପରିବାରରେ ସୁଖରେ ସମୟ କାଟିବେ ।
ଧନୁ-ଆଜି ସବୁ କ୍ଷେତ୍ରର ସଫଳତା ପାଇପାରନ୍ତି ।ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନ-ସମ୍ମାନ ମିଳିପାରେ । କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ଗ୍ରାହକକୁ ମିଠା କଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି । ପରିବାରରେ ସୁଖ-ଶାନ୍ତିରେ ସମୟ କଟିବ ।
ମକର-ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ । ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।ଅଯଥା ଖର୍ଚ୍ଚ ବଢ଼ିଯିବ । କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁ ନେଇ ବିଦେଶ ଯାତ୍ରାର ମଉକା ମିଳିପାରେ ।ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ-ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ ।କ୍ରୋଧଉପରେ ନିୟନ୍ତ୍ରଣ ରଖନ୍ତୁ ।ନକାରାତ୍ମକଚିନ୍ତାରୁ ଦୂରେଇରୁହନ୍ତୁ ।ଖର୍ଚ୍ଚବୃଦ୍ଧିଯୋଗୁଁ ଆର୍ଥିକସମସ୍ୟା ହୋଇପାରେ ।କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାରଯୋଗୁଁ ଥକ୍କା ଅନୁଭୂତହେବ ।ବ୍ୟାପାରରେ ଦିନଟି ଅଶୁଭରହିପାରେ ।ପରିବାରରେସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ ।
ମୀନ-ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି ।ଆର୍ଥିକଲାଭ ସହ ସାହିତ୍ୟ, କଳାକ୍ଷେତ୍ରରେ ସୁଫଳମିଳିପାରେ ।ନୂତନବସ୍ତ୍ରଭୂଷଣଃ ଲାଭ କରିବେ ।କାର୍ଯ୍ୟସ୍ଥଳୀରେ ଧିମାକାର୍ଯ୍ୟ କରିବାଯୋଗୁଁ ସମାଲୋଚିତ ହେବେ ।ବ୍ୟାପାରରେ ପାର୍ଟନରସହ ନୂତନ ନିବେଶକରି ଲାଭବାନ ହୋଇପାରନ୍ତି !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ପାଣି ସହ ଜଡ଼ିତ ଏହି ୫ଟିକଥା ହୁଏତ ଆପଣ ଜାଣି ନଥିବେ !
ଜଳକୁ ଜୀବନର ସ୍ରୋତ ବୋଲି କୁହାଯାଏ। ଏହାବିନା ପୃଥିବୀର କଳ୍ପନା ମଧ୍ୟ କରାଯାଇପାରିବ ନାହିଁ। ଏହି କଥାକୁ ଧ୍ୟାନରେ ରଖି କୁହାଯାଇଥାଏ ଯେ, ଆମକୁ ପାଣି ନଷ୍ଟ କରିବା ଉଚିତ୍ ନୁହେଁ। ଏ ସବୁ ମଧ୍ୟରେ କ’ଣ ଆପଣ ଜାଣିଛନ୍ତି କି ବାସ୍ତୁ ଶାସ୍ତ୍ରରେ ପାଣି ବିଷୟରେ ୫ଟି ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଏହି କଥାକୁ ମାନି ଚଳିବେ, ତେବେ ଆପଣଙ୍କ ଭିନ୍ନ ଭିନ୍ନ ସମସ୍ୟାର ସମାଧାନ ହୋଇପାରିବ।
ଆସନ୍ତୁ ଜାଣିବା ସେଗୁଡ଼ିକ କଣ ?
ଆପଣ ଘରେ ଲଗାଇଥିବା ଗଛ ଲତାରେ ନିୟମିତ ଭାବେ ପାଣି ଦେଉଥିବେ। କୁହାଯାଏକି ଏପରିକଲେ, ଆପଣଙ୍କ ଘରେ ଲକ୍ଷ୍ମୀଙ୍କର ବାସକରିଥାନ୍ତି। ପରିବାର ଲୋକଙ୍କୁ ଧନଅଭାବର ସାମ୍ନାକରିବାକୁ ପଡ଼ି ନଥାଏ।
ବର୍ଷାପାଣିକୁ କାଚବୋତଲରେ ପୂରାଇ ଆପଣଙ୍କ ବେଡ୍ ରୁମ୍‌ରେ ରଖନ୍ତୁ। ଏପରି କରିବାଦ୍ୱାରା ଆପଣଙ୍କ ବେଡ୍ ରୁମ୍‌ରୁ ନକାରାତ୍ମକଶକ୍ତି ଦୂର ହୋଇଥାଏ। ଏହା ସହିତ ଆପଣଙ୍କ ବୈବାହିକଜୀବନରେ ସୁଖମୟ ହୋଇଥାଏ।
ଚାନ୍ଦିବାସନରେ ପାଣିଭରି ଏହାକୁ ଘରେରଖନ୍ତୁ। କୁହାଯାଏ କି ଏହା କରିବାଦ୍ୱାରା ଆପଣଙ୍କ ସମସ୍ତଚିନ୍ତା ଦୂରହେବ। ବ୍ୟକ୍ତିଜୀବନ ସକାରାତ୍ମକଢଙ୍ଗରେ ଗତିଶୀଳ ହେବ। ସମ୍ପର୍କ ମଜବୁତ୍ ହେବ।
ବାସ୍ତୁ ଅନୁସାରେ ଗାଧୋଇବା ସମୟରେ ପ୍ରଥମେ ନାଭିରେ ପାଣିଢାଳନ୍ତୁ। ଏପରି କରିବାଦ୍ୱାରା ଆପଣଙ୍କସ୍ୱାସ୍ଥ୍ୟ ଭଲ ରହିଥାଏ। ଏହାସହିତ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
ପାଣି ପିଇବାକୁ ଦିଆଯାଉଥିବା ଗ୍ଲାସ୍‌ର ସେଟ୍ କେବେ କାହାକୁ ଉପହାର ଦିଅନ୍ତୁ ନାହିଁ। ଏପରି କରିବା ଅଶୁଭ । ଏହା ଦ୍ୱାରା ଆପଣଙ୍କୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିଥାଏ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment