ଅଜିରରାଶିଫଳ

ସୁଖମୟ ଜୀବନ ପାଇଁ କିଛି ଜାଣିବା କଥା

ମଇମାସ ୩୦ତାରିଖ ୨୦୨୪ମସିହା(ଗୁରୁବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ସପ୍ତମୀ ଦିବାଘ୧୨/୦୦ଗତେ ଅଷ୍ଟମୀ ,ନକ୍ଷତ୍ର- ଧନିଷ୍ଟା ଦିବାଘ୦୮/୨୨ ଗତେ ଶତଭିଶାସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୧ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୭/୫୭ ,ଯୋଗିନୀ ବାୟବ୍ୟେ ଦିବା ଘ୧୨/୦୦ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,ଅଦ୍ୟ ମୃତେଦିବା ଘ ୧୨/୦୦ ମଧେ ଏକପାଦ ପୁଷ୍କରଦୋଷ ,କାଳବେଳା ଓ ବାରବେଳା – ଦିବା ଘ୦୩/୦୨ଗତେ ଘ୦୬/୧୯ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୨/୪୬ଗତେ ଘ୦୩/୦୧ ମଧ୍ୟେ ଓ ରାତ୍ରି ଘ୦୭/୦୬ଗତେ ଘ୦୯/୩୦ ମଧ୍ୟେ ଓ ରାତ୍ରି ଘ୧୨/୪୩ ଗତେ ଘ୦୩/୦୧ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୦୫/୫୮ ମଧ୍ୟେ ଓ ଦିବାଘ୦୯/୧୦ଗତେ ଘ୧୦/୪୭ ମଧ୍ୟେ ,ଅଦ୍ୟ ତାଳ ଦିବା ଘ୧୨/୦୦ଗତେ ନଡ଼ିଆଭକ୍ଷଣ ନିଷେଧ।
ମେଷ-ଆଜି ଆଗରୁ ବାକିରହିଥିବା କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବନାହିଁ।ବୃଥାବିବାଦ, ଟଣାଓଟରା ମଧ୍ୟରେ ଆଗକୁ ଯାଇପାରିବେ ନାହିଁ।
ବୃଷ-ବାଣିଜ୍ୟ,ସନ୍ତାନଙ୍କସମସ୍ୟା ସମାଧାନ ହେବ ।ବିବାଦ,ଚୋରି,ବୃଥାଟନଜନିତ ଅପବ୍ୟୟରସୀମା ଟପିଯିବ।ଗୃହସୀମା, ଗାଡିମୋଟର,ପ୍ରତିଦ୍ୱନ୍ଦ୍ୱିତାକ୍ଷେତ୍ରରେ ମାନସିକଉତ୍ତେଜନା ଓ ଉଦ୍‌ବେଗ ବଢିପାରେ।
ମିଥୁନ-ଆଜି ଆକସ୍ମିକଭାବରେ କେତେକ ସାଧାରଣଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ।ଶତ୍ରୁତା,ରୋଗପୀଡା କିମ୍ବା ଋଣ ପରିଶୋଧଜନିତ ଅର୍ଥବ୍ୟୟକରିବେ କିନ୍ତୁ କର୍ମକ୍ଷେତ୍ରରେ ସୁନ୍ଦରସୁଯୋଗ ପ୍ରାପ୍ତ ହେବ।
କର୍କଟ-ଆତ୍ମୀୟସ୍ବଜନଙ୍କ ସହ କଳହହୋଇପାରେ ।ଭଲଚିନ୍ତା କଲେମଧ୍ୟ ଅନ୍ୟମାନେ ଆପଣଙ୍କମନୋଭାବକୁ ସହଜରେ ବୁଝି ପାରିବେନାହିଁ। କିନ୍ତୁ ଭାଗ୍ୟଭାବସ୍ଥ ମଙ୍ଗଳ ପ୍ରଭାବରେ ଅପୀଡାଦଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ।
ସିଂହ-ଆଜି ଆପଣଙ୍କପରିବାର ଓ ବନ୍ଧୁସମ୍ପର୍କ କ୍ଷୁଣ୍ଣହୋଇପାରେ । କିନ୍ତୁ ଉପରିସ୍ଥଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଦିନଟି ପୀଡାଦାୟକ
କନ୍ୟା-ଆଜି ନୂତନ କର୍ମାରମ୍ଭ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗଇବ। ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗର ହାତ ବଢାଇପାରନ୍ତି। ପରିବାରସଦସ୍ୟଙ୍କ ସ୍ବାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ।
ତୁଳା-ଆଜି ପାରିବାରିକଅବସ୍ଥାରେ ସାମାନ୍ୟ ଉନ୍ନତି ପରିଲଖିତକ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇପାରେ। ସ୍ବାସ୍ଥ୍ୟ,ପରିବାର, କର୍ମକ୍ଷେତ୍ରସମ୍ପର୍କି ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା-ଆଜି ସୁ ଭୋଜନ ଓ ଧନଲାଭ ହେବ ଅଫିସରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହେବ ।କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିପାରେ।
ଧନୁ- ଆଜିଦିନରେ ମନ ଭଲ ରହିବନାହିଁ । ପ୍ରତ୍ୟୁଷଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।ସତ୍‌ କାମରେ ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକଭାବରେ କାମ କରିବାରେ ଆଗ୍ରହ ପ୍ରକାଶ କରିପାରନ୍ତି।
ମକର-ଆଜି ପ୍ରତ୍ୟେକକ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କରହି କାମ କରିବା ଭଲ ହେବ। ସାମାନ୍ୟ ବଚସା ପରେ ଯାଇ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ।
କୁମ୍ଭ-ଆଜି ଅର୍ଥଲାଭ ହେବ କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରି ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି।
ମୀନ-ବନ୍ଧୁଙ୍କ ଅନୁରୋଧରେ ଆନୁଷ୍ଠାନିକ କାମରେ ଖଟଣି ବଢିଯିବ କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ।

ସୁଖମୟ ଜୀବନ ପାଇଁ କିଛି ଜାଣିବା କଥା
ଜାଣନ୍ତୁ ବାସ୍ତୁଅନୁଯାୟୀ ଅନ୍ୟମାନଙ୍କର କେଉଁଦ୍ରବ୍ୟକୁ ବ୍ୟବହାରକରିବା ଅନୁଚିତ। କାରଣ ଏହାଦ୍ୱାରା ନକରାତ୍ମକଶକ୍ତି ପ୍ରବେଶ କରିଥାଏ।
କଲମ–ଯହି ଆବଶ୍ୟକସମୟରେ ଆପଣ ଅନ୍ୟକାହାର କଲମ ନେଉଛନ୍ତି ତେବେ ସେହିବ୍ୟକ୍ତିଙ୍କୁ ତାଙ୍କକଲମ ନିଶ୍ଚୟଫେରାନ୍ତୁ।କଲମ ଫେରସ୍ତ ନକରିବା ଦ୍ୱାରା ଏହା ଆପଣଙ୍କ ଆର୍ଥିକସ୍ଥିତି ଉପରେ କୁପ୍ରଭାବ ପକାଇଥାଏ।
ଘଣ୍ଟା–ବାସ୍ତୁଅନୁଯାୟୀ ଅନ୍ୟକାହାର ଘଣ୍ଟା ନିଜହାତରେ ପିନ୍ଧନ୍ତୁନାହିଁ। ଏପରି କରିବାଦ୍ୱାରା ଆପଣଙ୍କୁ ସଫଳତାପ୍ରାପ୍ତି ହୋଇନଥାଏ। ଆପଣଙ୍କପରିଶ୍ରମ ମଧ୍ୟ ବୃଥା ହୋଇଥାଏ।
ମିଳିଥିବାଉପହାର–ଯଦି ଆପଣଙ୍କୁକେହି କୌଣସିଦ୍ରବ୍ୟ ଉପହାରଦେଉଛି ତେବେ ସେହିଦ୍ରବ୍ୟକୁ ଆପଣ ଅନ୍ୟକାହାକୁ ଉପହାର ଦିଅନ୍ତୁନାହିଁ। ଏତଦବ୍ୟତୀତ ଯଦି କୌଣସିବସ୍ତୁ ଆପଣଙ୍କ ସୌଭାଗ୍ୟସହ ଜଡ଼ିତ ତାହାକୁମଧ୍ୟ ଅନ୍ୟକାହାକୁ ଉପହାର ଦିଅନ୍ତୁନାହିଁ। ଏହାଦ୍ୱାରା ଆପଣଙ୍କ ନିକଟରୁ ଉଭୟ ସକରାତ୍ମକ ଓ ନକରାତ୍ମକଶକ୍ତି ଚାଲିଯାଇଥାଏ। ଆପଣଙ୍କ ଜୀବନ ଉପରେ ମଧ୍ୟ ଏହାର ପ୍ରଭାବ ଦେଖାଯାଏ।
ଅନ୍ୟରବସ୍ତ୍ର ପରିଧାନ କରନ୍ତୁନାହିଁ–ଅନ୍ୟବସ୍ତ୍ର ପରିଧାନ କରିବାଦ୍ୱାରା ସେହିବ୍ୟକ୍ତିର ନକରାତ୍ମକଶକ୍ତି ଆପଣଙ୍କ ନିକଟକୁ ଆସିଥାଏ। ତେଣୁ ଅନ୍ୟରବସ୍ତ୍ର ପିନ୍ଧିବା ଉଚିତ ନୁହେଁ।
ବିଛଣାରବ୍ୟବହାର–କେବେମଧ୍ୟ ଅନ୍ୟକାହାର ବିଛଣା କିମ୍ବା ଶୋଇବାକକ୍ଷର ବ୍ୟବହାର କରନ୍ତୁନାହିଁ। ଏପରି କରିବାଦ୍ୱାରା ଆପଣଙ୍କ ଧନସମ୍ପତ୍ତିର କ୍ଷୟ ହେବା ସହ ଅଶାନ୍ତି ଲାଗି ରହିଥାଏ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Comments (0)
Add Comment