ଜୁଲାଇ ମାସ ୦୯ତାରିଖ୨୦୨୪ ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ପ୍ରାତଃ ଘ ୦୬/୦୦ଗତେ ଚତୁର୍ଥୀ ,ନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୨୬ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୬/୧୪ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୦୦ ଗତେ ନୈରୁତେ.ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୩୧ଗତେ ଘ ୦୩/୧୦ ମଧ୍ୟେ ,ବାରବେଳା -ଦିବାଘ୦୭/୫୬ଗତେ ଘ୦୮/୩୫ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୩ ମଧ୍ୟେ ଓ ଘ୦୯/୧୯ ଗତେ ଘ୧୧/୪୩ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୩/୧୧ଗତେ ଘ୦୪/୩୨ ମଧ୍ୟେ ,ଅଦ୍ୟ ମୂଳାଭକ୍ଷଣ ନିଷେଧ
ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖା ଦେଇପାରେ।ବିଗତଦିନର ସମସ୍ୟାଗୁଡ଼ିକର ସମାଧାନସକାଶେ ବିଭିନ୍ନପ୍ରକାର ଚିନ୍ତା ମନକୁ ଆନ୍ଦୋଳିତକରିବ।ଖଳଲୋକଙ୍କକଥାକୁ ସତମଣି ଘରେ ଝଗଡ଼ା ହେବ।
ମିଥୁନ-ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
କର୍କଟ-କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ସଫଳତା ପାଇବେନାହିଁ ।ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
ସିଂହ-ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
କନ୍ୟା-ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
ତୁଳା-ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ବିଛା-ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।
ଧନୁ-କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବାକାରଣରୁ ସାମୟିକ ଆମତ୍ତୃପ୍ତି ଲାଭକରିବେ।ଆଧ୍ୟାତ୍ମିକଭାବଧାରାରେ ଉଦ୍ବୁଦ୍ଧହେବେ।ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।
ମକର-ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍ସନରେ ରହିପାରନ୍ତି।
ମୀନ-ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ଶୋଇବାଘର କିପରି ହେବା ଦରକାର, ଜାଣନ୍ତୁ..
🍁ପରିବାରରେ ଯିଏ ମୁଖ୍ୟ ବା ମୂରବୀ,ତାଙ୍କର ଶୋଇବାଘର ଦକ୍ଷିଣ ଓ ପଶ୍ଚିମଦିଗ ବା ନୈରତକୋଣ ଆଡକୁ ରହିବା ଉଚିତ। ଯଦି ସେହି ରୁମରେ ଛୋଟପିଲା ରୁହନ୍ତି ତାହେଲେ ସେହିପିଲା ଅବାଧ୍ୟ ଓ ବଦମାସ୍ ହୋଇଥାନ୍ତି।
🍁ଘରତିଆରି ସମୟରେ ଶୋଇବାଘର ଉତ୍ତର-ପୂର୍ବଦିଗ ବା ଐଶାନ୍ୟକୋଣରେ କରନ୍ତୁନାହିଁ।କାରଣ ଏହି କୋଠରୀରେ ଯେଉଁବ୍ୟକ୍ତି ଶୋଇବେ,ସେ ଦୁର୍ବଳହେବା ସହିତ ଚଞ୍ଚଳ ସ୍ୱଭାବର ହୋଇଯାଇଥାନ୍ତି।
🍁ପିଲାଙ୍କପାଇଁ ଶୋଇବାଘର ପୂର୍ବଦିଗରେ ରଖନ୍ତୁ।ପିଲାଙ୍କ ପଢାଘର ଐଶାନ୍ୟକୋଣ ଆଡକୁ ଲଗାଇ ଉତ୍ତରଆଡ଼କୁ କରିପାରିବେ।
🍁ଶୋଇବାଘରର ଥାକ, ଆଲମିରା ଆଦି ଦକ୍ଷିଣ-ପଶ୍ଚିମ ଆଡ଼କୁ ରଖନ୍ତୁ।ଏହା ଶୁଭ ହୋଇଥାଏ।
🍁ଶୋଇବାଘରେ ଯଦି ଟିଭି, ରୁମ ହିଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକଜିନିଷ ରଖିବାକୁ ଚାହୁଁଛନ୍ତି,ତାହେଲେ ସେଗୁଡିକୁ ଦକ୍ଷିଣ-ପୂର୍ବ ବା ଆଗ୍ନେୟକୋଣ ଆଡକୁ ରଖନ୍ତୁ।
🍁ଶୋଇବାଘରର ଖଟ ଓ ଗଦି ଘରର ଦକ୍ଷିଣ-ପଶ୍ଚିମ ଆଡ଼କୁ ରହିବା ଉଚିତ। ଏହାଦ୍ଵାରା ଘରର ପୂର୍ବ ଓ ଉତ୍ତରଆଡ଼କୁ ରହିଥିବା ସ୍ଥାନ ଖାଲିରହିବ।ବାସ୍ତୁଶାସ୍ତ୍ର ଅନୁସାରେ ଶୋଇବାଘରର ଖଟ ସର୍ବଦା କାନ୍ଥ ଆଡକୁ ଭିଡିରହିବା ଉଚିତ।
🍁ଶୋଇବାଘରେ ସର୍ବଦା ଦକ୍ଷିଣଦିଗ କିମ୍ବା ପୂର୍ବଦିଗ ଆଡକୁ ମୁଣ୍ଡକରି ଶୋଇବା ଉଚିତ।ଏହିଦିଗକୁ ମୁଣ୍ଡକରି ଶୋଇଲେ ସୁଖ ନିଦ୍ରା ଓ ମାନସିକଶାନ୍ତି ମିଳିଥାଏ।ଠାକୁରଙ୍କ ଭକ୍ତଗଣ ସବୁ ଦକ୍ଷିଣଦିଗ ଆଡକୁ ମୁଣ୍ଡକରି ଶୋଇଲେ,ସେମାନଙ୍କୁ ଠାକୁରଙ୍କକୃପା ଲାଭ ହୋଇଥାଏ!!ଜୟଜଗନ୍ନାଥ ,ଜୟସୋମନାଥ,ଜୟମାଯୋଗମାୟା!!