ଆଜିର ରାଶିଫଳ

ଖାଇବାପରେ ଗ୍ୟାସ୍‌ ଏବଂ ଏସିଡିଟି ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ

ଅଗଷ୍ଟମାସ ୧୫ତାରିଖ ୨୦୨୪ ମସିହା(ଗୁରୁବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ ୧୦/୩୨ ଗତେ ଏକାଦଶୀ,ନକ୍ଷତ୍ର-ଜ୍ୟେଷ୍ଠା ଦିବା ଘ ୦୧/୩୮ ଗତେ ମୂଳା,ଅଦ୍ୟ ସୁଦଶାବ୍ରତ ଓ ସ୍ଵାଧୀନତା ଦିବସ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୧/୧୫,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୧୨/୦୪,ଯୋଗିନୀ ଉତ୍ତରେ ଦିବା ଘ ୧୦/୩୧ଗତେ ଅଗ୍ନିକୋଣେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତବାର ଓ ଘାତଚନ୍ଦ୍ର,କାଳବେଳା ଓ ବାରବେଳା-ଦିବା ଘ୦୨/୫୮ ଗତେ ଘ୦୬/୦୮ମଧ୍ୟେ,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତୀ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୧/୨୦ ଗତେ ଘ୦୨/୫୭ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୦୬ ମଧ୍ୟେ ଓ ଘ୧୦/୨୦ ଗତେ ଘ୧୨/ ୪୪ମଧ୍ୟେ,ଅଦ୍ୟ କଳମଶାଗ ଦିବା ଘ୧୦/୩୨ ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ :-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନାରହିଛି । ସହକର୍ମୀ ଓ ପରିବାରର ସମସ୍ତସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
ବୃଷ :-ଆଜି ବାଣିଜ୍ୟ, ବ୍ୟବସାୟ ରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ଓ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ ।ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି ।ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ ।ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।
ମିଥୁନ :-ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ ।ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ ।ମହିଳାମାନେ ବିଷାଦଗ୍ରସ୍ତ ହେବେ ।
କର୍କଟ:-ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ ।ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ।ମହିଳାମାନେ ସ୍ୱାମୀଙ୍କସେବା ଓ ପରିବାରରସେବାରେ ଦିନଟି ବିତାଇବେ ।
ସିଂହ :- ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସହିଟର ବ୍ୟବହାର କାଳରେ ସାବଧାନରହିବେ ।ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ ଓ ପରିବାରରେ ବିବାଦ ଦେଖାଦେଇ ପାରେ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ ।ମହିଳାମାନଙ୍କର ଗୁରୁଜନଙ୍କସହ ବିବାଦ ହେବ ।
କନ୍ୟା:-ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ବାଧାବିଘ୍ନ ଏବଂ ସହକର୍ମୀ, ଉପରିସ୍ଥ କର୍ମଚାରୀ ଅପମାନ ଦେଇପାରନ୍ତି । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ପରିବାରରେ ଅସମ୍ମାନିତ ହେବେ ।
ତୁଳା:-ବନ୍ଧୁବାନ୍ଧବ, ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟଙ୍କ ସାହାଯ୍ୟ ଏବଂ ସହଯୋଗ ପାଇବେ। ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧାସୁଯୋଗ ହାସଲ କରିବେ।ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି ।ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ।ମହିଳାମାନେ ଅତିଥି ସତ୍କାର କରିବେ।
ବିଛା :-କର୍ମପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ।ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି।ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।
ଧନୁ:-ଆର୍ଥିକ କ୍ଷତି, ବାଣିଜ୍ୟ ଓ ବ୍ୟବସାୟରେ କ୍ଷତି ପହଞ୍ଚିବ। କର୍ମର ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
ମକର:-ବ୍ୟୟ ହେଲେ ମଧ୍ୟ ଆଜି ଦିନରେ ସୁୁଖାଦ୍ୟ, ସୁବ୍ୟସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।
କୁମ୍ଭ:-ଅଟକିଥିବା କାମ ପୁଣି ଆରମ୍ଭ କରିବା ପାଇଁ ମନସ୍ଥ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।
ମୀନ:-କର୍ମରେ ଉନ୍ନତି ଓ ସଫଳତା ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

ଖାଇବାପରେ ଗ୍ୟାସ୍‌ ଏବଂ ଏସିଡିଟି ହେଉଥିଲେ ଆପଣାନ୍ତୁ ଏହି ଟିପ୍ସ
ଆପଣମାନେ ତ ଜାଣଥିବେ ଯେ ଅନେକ ଥର, ଖାଦ୍ୟ ଖାଇବା ପରେ ଲୋକମାନେ ଗ୍ୟାସ୍ ଏବଂ ଏସିଡିଟିଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।ଯାହାଦ୍ୱାରା ପେଟ ଫୁଲିଯାଏ ଏବଂ ଖଟା ହାକୁଡିଆସିବା ଆରମ୍ଭକରେ ।ଏପରି ପରିସ୍ଥିତିରେ ଲୋକମାନେ ବହୁତ ଚିନ୍ତିତ ହୁଅନ୍ତି । ଖାଦ୍ୟଖାଇବା ପରେ ଯଦି ଆପଣ ମଧ୍ୟ ଏହିସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ତୁରନ୍ତ ଆରାମ ପାଇବାପାଇଁ ଜିରା ଏବଂ ଜୁଆଣି ଖାଇପାରିବେ ।ଏହି ଘରୋଇଉପଚାର ଚେଷ୍ଟା କରିବାଦ୍ୱାରା ଆପଣ ଅନେକସମସ୍ୟାରୁ ଆରାମପାଇପାରିବେ ।ଜିରା ଏବଂ ଜୁଆଣିର ଏହି ରେସିପି ଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ମୁକ୍ତି ଦେଇପାରେ ।
ଜିରା ଏବଂ ଜୁଆଣି ପେଟପାଇଁ ଲାଭଦାୟକ:-ଜିରା ଏବଂ ଜୁଆଣିରେ ଅନେକଉପାଦାନ ମିଳିଥାଏ ଯାହା ପେଟସମ୍ବନ୍ଧୀୟ ସମସ୍ୟା ପାଇଁ ଗ୍ୟାସ୍ ଏବଂ ଏସିଡିଟିପାଇଁ ଉପକାରୀ ହୋଇଥାଏ ।ଆପଣ ଜିରା ଏବଂ ଜୁଆଣିରପାଣି ମଧ୍ୟ ପିଇପାରିବେ । ଏହିପାଣି ପିଇବାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମଜବୁତ ହୋଇଥାଏ ।ଜିରା ଏବଂ ଜୁଆଣିପାଣି ପେଟ ଜନିତ ସମସ୍ୟା ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହି ପାଣି ପିଇବାଦ୍ୱାରା ଗ୍ୟାସ ଏବଂ ଏସିଡିଟିସମସ୍ୟାରୁ ମୁକ୍ତିମିଳିଥାଏ ।ଜିରା ଏବଂ ଜୁଆଣିପାଣି ପିଇବାଦ୍ୱାରା କେବଳ ଗ୍ୟାସ କିମ୍ବା ଏସିଡିଟି ନିୟନ୍ତ୍ରଣ ହୁଏନାହିଁ ବରଂ ପେଟଫୁଲା କମିଯାଏ ଏବଂ ପେଟ ମଧ୍ୟ ସଫା ହୋଇଥାଏ ।
ଜିରା ଓ ଜୁଆଣିପାଣି କିପରି କରିବେ:-ଗୋଟିଏଚାମଚ ଜିରା ଏବଂ ଗୋଟିଏଚାମଚ ଜୁଆଣିକୁ ଏକଗ୍ଲାସ ପାଣିରେଫୁଟାନ୍ତୁ ।ପାଣି ଫୁଟିବା ପରେ ଏହାକୁ ବାହାରକରି ଥଣ୍ଡାହେବା ପରେପିଅନ୍ତୁ । ଏହିପାଣି ପିଇବାଦ୍ୱାରା ପେଟଗ୍ୟାସ୍ ଏବଂ ଏସିଡିଟି ସମସ୍ୟାରୁ ତୁରନ୍ତ ଆରାମ ମିଳିଥାଏ ।
ଜିରା ଓ ଜୁଆଣିପାଣି ପିଇବାଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ମିଳିଥାଏ:-ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ : ଜିରା ଏବଂ ଜୁଆଣି ପାଣି ପିଇବା ଆପଣଙ୍କ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ବଢିଇଥାଏ ଏବଂ ଆପଣ ମୌସୁମୀ ସମୟରେ ରୋଗର ଶିକାର ହୁଅନ୍ତି ନାହିଁ ।
ମୋଟାପଣରୁ ମୁକ୍ତି ମିଳିଥାଏ:-ଯଦି ଆପଣ ଅଧିକ ଓଜନିଆ ତେବେ ଏହି ପାଣି ଆପଣଙ୍କପାଇଁ ଲାଭଦାୟକ ହୋଇପାରେ । ତେବେ ଏହାକୁ ପ୍ରତିଦିନ ପିଇବାଦ୍ୱାରା ଆପଣଙ୍କ ଓଜନ ଖୁବ୍‌ ଶୀଘ୍ର କମ୍‌ ହେବ ଏବଂ ଆପଣ ଫିଟ୍‌ ରହିବେ ।ଏହାବ୍ୟତୀତ ଆପଣ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ପାଇପାରିବେ ।ସେଥିପାଇଁ ଯେଉଁମାନେ ଏହି ସବୁ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ସେମାନେ ଜିରା ଏବଂ ଜୁଆଣିକୁ ଏହି ଉପାୟରେ ସେବନକରନ୍ତୁ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment