ଆଜିର ରାଶିଫଳ

ଯଦି ପାଇବାକୁ ଚାହୁଁନାହାନ୍ତି କଷ୍ଟ,ତେବେ ଜାଣନ୍ତୁ...

ଜୁଲାଇମାସ ୧୧ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ପ୍ରାତଃ ଘ ୦୭/୪୨ ଗତେ ଷଷ୍ଠୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ ୧୦/୫୦ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୧,ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୭/୪୨ ଗତେ ଦକ୍ଷିଣେ,
ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୧/୫୧ ଗତେ ଘ ୦୧/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୪୨ ଗତେ ଘ୦୮/୩୪ ମଧ୍ୟେ ଓ ଘ୦୧/୩୧ଗତେ ଘ୦୪/୩୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ବେଲ ଭକ୍ଷଣ ନିଷେଧ।
ମେଷ:- ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ ମଧ୍ୟ ଆପଣ କଳିଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ ।ଦେବଦର୍ଶନର ସୁଯୋଗ ମିଳିବ।
ବୃଷ:- ଆଜି ନିଜ ଲୋକମାନଙ୍କ ସହିତ ମିସିବାର ସମ୍ଭାବନା ସୁଯୋଗରହିଛି । ଏହା ଆପଣଙ୍କୁ ହଠାତ୍ ଖୁସି ଆଣିଦେବ ଆପଣଙ୍କର ପୁରୁଣା ବନ୍ଧୁ ଆପଣଙ୍କର ହୃଦୟର ବହୁତ ନିକଟତର ଅଟନ୍ତି ।ଆକସ୍ମିକ ବିପଦହେତୁ ଶତର୍କ ରୁହନ୍ତୁ।
ମିଥୁନ:- ଆପଣ ଜାଣିବାକୁ ପାଇବେ ଯେ ସତ୍ତାରେଥିବା ଲୋକମାନଙ୍କ ସହିତ ଆପଣଙ୍କର ସମ୍ବନ୍ଧ ପ୍ରଗାଢ଼ ଅଛି । ଏଥିରୁ କେହି ଲୋକ ଆପଣଙ୍କର ସାହାଯ୍ୟ ପାଇଁ ଆଗେଇ ଆସିବେ ।ପୂରାତନ ସମସ୍ୟା ସମାଧାନର ଅବସର ମିଳିପାରେ।
କର୍କଟ:-ଯଦି ଆପଣଙ୍କୁ ଏମିତି ଲାଗେ ଯେ ଆଜି ଆପଣଙ୍କ କୌଣସି ଅସୁବିଧାରେ ଏକା ପଡ଼ିଯାଇଛନ୍ତି ତାହାଲେ ଆପଣଙ୍କୁ ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ସାହାଯ୍ୟ ପାଇଁ ଆପଣ ସେମାନଙ୍କ ଉପରେ ନିର୍ଭର କରିପାରିବେ ।
ସିଂହ:-ଆଜି ଆପଣଙ୍କର ଭ୍ରମଣ କରିବା ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ଏହା ଏକ କମ୍ ସମୟର ଯାତ୍ରା ହୋଇପାରେ କିନ୍ତୁ ଆପଣଙ୍କ ଜୀବନରେ ଏହା ଗୁରୁତ୍ତ୍ୱପୂର୍ଣ୍ଣ ହେବ ।
କନ୍ୟା:-ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।
ତୁଳା:-ଦିନଟି କ୍ଳେଶ ଦାୟକ । ଆପଣ ଯଦି କୌଣସି ଆଇନଗତ ଲଢ଼ୁଛନ୍ତି ତେବେ ଆପଣଙ୍କ ଜିତିବା ନିଶ୍ଚୟ । କୌଣସି ଜଣେ ଅନୁଭବି ଓକିଲଙ୍କ ପରାମର୍ଶ ନିଅନ୍ତୁ । ଚ଼ିନ୍ତାର କୌଣସି କାରଣ ନାହିଁ, କାହିଁକି ନା ଉଚ୍ଚ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ ।
ବିଛା:-ଆଜି ଆପଣ ନିଜକୁ ନିଜର କୌଣସି ସାମାଜିକ ସମସ୍ୟାରେ ଜଡ଼ିତ ପାଇବେ ।ଏଥିରୁ ମୁକୁଳିବା ପାଇଁ କୁଟନୀତିର ସାହାଯ୍ୟ ନିଅନ୍ତୁ । ଏହି ସମସ୍ୟା ଆପଣଙ୍କ ଦ୍ୱାରା ହୋଇନଥିଲେ ମଧ୍ୟ ଆପଣ ଜଡ଼ିତ ହୋଇଯାଇଛନ୍ତି ।ଗୁରୁଗୁରୁ ଜନଙ ନିନ୍ଦା ବ୍ୟଥାଦେଇ ପାରେ।
ଧନୁ :-ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଆଜି ଆପଣ କୌଣସି ପାରିବାରିକ ଉତ୍ସବରେ ମଧ୍ୟ ଭାଗ ନେବେ ।
ମକର:- ଆଜି ଆପଣଙ୍କ ଆତ୍ମବିଶ୍ୱାସ ଏହାର ଚ଼ରମ ସୀମାରେ ରହିବ । ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ କିନ୍ତୁ ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। କଣ୍ଟା ବା ମୁନିଆ ବସ୍ତୁ ଦ୍ବାରା ଆଘାତ ହୋଇପାରନ୍ତି ।
କୁମ୍ଭ:-ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ କିମ୍ବ ମନବାନ୍ଛିତ ଦ୍ରବ୍ୟ ପାଇପାରନ୍ତି । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସୀ ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।ଧନଲାଭ ଯୋଗ ଅଛି। ଦିନଟି ପ୍ରିତିପଦ ରହିବ।
ମୀନ:- ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
ଯଦି ପାଇବାକୁ ଚାହୁଁନାହାନ୍ତି କଷ୍ଟ,ତେବେ ଜାଣନ୍ତୁ ଗ୍ରହ ଅନୁସାରେ କଣ କରିବେ ଦାନ….
ଜ୍ୟୋତିଷଙ୍କ ଉପାୟ ଭାବେ କରାଯାଇଥିବା ଦାନ ମଧ୍ୟ ପରୋପକାର ଏବଂ ସହାୟତା ଦୃଷ୍ଟିରେ ହୋଇଥାଏ। ଯେତେବେଳେ କୌଣସି ଅଭାବୀ ବ୍ୟକ୍ତିଙ୍କୁ ଆପଣ କୌଣସି ବସ୍ତୁ ଦେଇଥାନ୍ତି ତେବେ ତାଙ୍କ ମନରେ ଯେଉଁ ଶୁଭ ଆଶିଷ ଆପଣଙ୍କ ପାଇଁ ବାହାରିଥାଏ ସେଥିରେ ସମ୍ବନ୍ଧିତ ଗ୍ରହର ପ୍ରସନ୍ନତା ଆପଣଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ଏହି ଗ୍ରହରୁ ମିଳୁଥିବା ପୀଡ଼ା କମ୍ ହୋଇ ଯାଇଥାଏ। ଦାନଦେଉଥିବା ସମୟରେ ଆପଣଙ୍କ ଭାବନା ଏବଂ ଶ୍ରଦ୍ଧା ଯେତେ ଶୁଦ୍ଧହେବ ଏହାର ପରିଣାମ ମଧ୍ୟ ସେତେ ଭଲ ଆସିବ।ଯେ କୌଣସିଗ୍ରହ ପାଇଁ ବିଶେଷଭାବେ ଦାନ ସେତେବେଳେ କରାଯାଇଥାଏ ଯେତେବେଳେ ଜାତକରେ ଆପଣଙ୍କୁ ଖରାପପରିଣାମ ଦେଖି ସଂଘର୍ଷବଢ଼ୁଥିବ କିମ୍ବା ବର୍ତ୍ତମାନ ଗୋଚରରେ କୌଣସି ଗ୍ରହ ଆପଣଙ୍କ ପାଇଁ ନକରାତ୍ମକ ହୋଇଥିବ।ଜାଣନ୍ତୁ ଗ୍ରହଅନୁସାରେ ଦାନ:-
ସୂର୍ଯ୍ୟ-ଗହମ,ଗୁଡ଼,ଲାଲବସ୍ତ୍ର,ତମ୍ବାରବାସନ
ଚନ୍ଦ୍ର-କ୍ଷୀର,ଚାଉଳ,ଧଳାବସ୍ତ୍ର
ମଙ୍ଗଳ-ନାଲି ମସୁର,ଗୁଡ଼,ଲାଲ ବସ୍ତ୍ର,ତମ୍ବାର ବାସନ
ବୁଧ-ମୁଗ,ସବୁଜ ପନିପରିବା,କଂସା ବାସନ
ବୃହସ୍ପତି-ଚଣା ଡାଲି,ବେସନଲଡ଼ୁ,ହଳଦିଆବସ୍ତ୍ର,ଗାଈଘିଅ
ଶୁକ୍ର-ଚାଉଳ,ଧଳାମିଠା,ଧଳାବସ୍ତ୍ର
ଶନି-ହରଡ଼,ସୋରିଷତେଲ,ଲୁହାଜିନିଷ
ରାହୁ-ବିଭିନ୍ନ ଶସ୍ୟଜାତୀୟପରିବା,ନଡ଼ିଆ,ବାଦାମ
କେତୁ-କମ୍ବଳ,ହରଡ଼ ଏବଂ ଚାଉଳର ମିଶ୍ରଣ, ବିଭିନ୍ନ ଶସ୍ୟଜାତୀୟ ପରିବା।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment