ଆଜିର ରାଶିଫଳ

ସୂର୍ଯ୍ୟଙ୍କଅନୁସାରେ ଦୈନିକ କାର୍ଯ୍ୟସୂଚୀ ସ୍ଥିରକରିବା ଆବଶ୍ୟକ
ଆଜିର ରାଶିଫଳ

ଜୁନ୍ ମାସ ୨୫ତାରିଖ ୨୦୨୪ ମସିହା (ମଙ୍ଗଳ ବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ ୧୧/୧୭ଗତେ ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯, ଯୋଗିନୀନୈରୁତେ ରାତ୍ରି ଘ୧୧/୧୭ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୨/୨୬ଗତେ ଘ୦୩/୦୭ମଧ୍ୟ,ବାରବେଳା – ଦିବା ଘ୦୬/୫୨ ଗତେ ଘ୦୮/୩୧ମଧ୍ୟେ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୧ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୧/୩୯ ମଧ୍ୟେ ଓ ଘ୦୩/୦୮ଗତେ ଘ୦୩/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୪୦ଗତେ ଘ୦୪/୨୬ ମଧ୍ୟେ,ଅଦ୍ୟ ମୂଳାଭକ୍ଷଣ ନିଷେଧ।
ମେଷ👉ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟାଅର୍ଥ ଲାଭ,ଶାରୀରିକ ସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ।ଅଫିସ୍‌ କାମରେ ଯୁକ୍ତିଯୁକ୍ତକଥା କହି ବିବାଦଭିତରକୁ ପଶିଯାଇ ପାରନ୍ତି।
ବୃଷ👉ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ👉ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ👉ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼କରି ନିକଟସ୍ଥବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ।ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ କରିବାରେ ସମର୍ଥହେବେ ।ସରକାରୀସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭଖବର ଶୁଣି ଖୁସିହେବେ।
ସିଂହ👉ଆଜି ଯେତେପ୍ରକାର ସୁବିଧାସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେନାହିଁ ବରଂ ଓଲଟି ନିନ୍ଦାଗାନ କରିବେ।ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ।ମାଲିମକଦ୍ଦମା,ଜମିଜମାସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳପାଇବ
କନ୍ୟା👉ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତଭଲ ହେବ।ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକ କାମସକାଶେ ଗୃହସଜ୍ଜା,ଗାଡ଼ିମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତ
ତୁଳା👉ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହାକଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବାକାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।ଅବଶ୍ୟ ମାଲିମକଦ୍ଦମା ରେ ଆଲୋଚନାଦ୍ୱାରା ସମସ୍ୟାର ସରଳସମାଧାନ ହୋଇଯିବ।
ବିଛା👉ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟ ବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ।କ୍ରୀଡ଼ା, କଳାକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ👉ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।ତେଣୁ ମନ ଖୁସିରେ ରହିପାରି ବେ ନାହିଁ। ଶିଳ୍ପ, ବାଣିଜ୍ୟ କାରବାରକ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର👉ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତିମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ👉ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାହେତୁ ସମସ୍ୟା ବଢ଼ିପାରେ।ଦୂରସ୍ଥାନକୁ ଯାତ୍ରା ନୂତନକର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।
ମୀନ👉 ଆଜି ବାଣିଜ୍ୟ,ବ୍ୟବସାୟ,ମାଲି ମକଦ୍ଦମା ରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନକ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗିରହିବ।କଳା, ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

ସୂର୍ଯ୍ୟଦେବ ବାସ୍ତୁଶାସ୍ତ୍ରକୁ ପ୍ରଭାବିତକରନ୍ତି। ତାଙ୍କର ଗତିବିଧିଅନୁସାରେ ବାସ୍ତୁଶାସ୍ତ୍ର ମଧ୍ୟ ଗତିକରେ। ତେଣୁ ଏହା ଗୁରୁତ୍ୱପୂର୍ଣ୍ଣଯେ ଆମେ ସୂର୍ଯ୍ୟଙ୍କ ଅନୁସାରେ ଏକଘର ନିର୍ମାଣକରିବା ଏବଂ ସୂର୍ଯ୍ୟଙ୍କଅନୁସାରେ ଆମର ଦୈନିକକାର୍ଯ୍ୟସୂଚୀ ମଧ୍ୟ ସ୍ଥିରକରିବା ଆବଶ୍ୟକରହିଛି। ନିମ୍ନରେ ସୂର୍ଯ୍ୟଙ୍କ ଗତିବିଧି ଅନୁସାରେ କିପରି ଦୈନ୍ୟନ୍ଦିନ ପ୍ରଭାବତି ହୁଏ,ତାହା ଆଜି ଜାଣିବା ।
୧- ସୂର୍ଯ୍ୟୋଦୟ ପୂର୍ବରୁ ରାତି ୩ ରୁ ୬ପର୍ଯ୍ୟନ୍ତ ହେଉଛି ବ୍ରହ୍ମମୁହୂର୍ତ୍ତ। ଏହିସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବଭାଗରେ ରୁହନ୍ତି। ଏହି ସମୟରେ ଧ୍ୟାନ ଏବଂ ଅଧ୍ୟୟନପାଇଁ ଭଲ ଅଟେ।
୨- ସକାଳ ୬ ରୁ ୯ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବଭାଗ ରେ ରୁହନ୍ତି, ତେଣୁ ଘରକୁ ଏପରିକରନ୍ତୁଯେ, ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତଆଲୋକ ଘରକୁ ଆସିପାରିବ।ଫଳରେ ଘରେ ସୁଖଶାନ୍ତି ପ୍ରବେଶ କରିବ।
୩- ସକାଳ ୯ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ସୂର୍ଯ୍ୟଘରର ଦକ୍ଷିଣ-ପୂର୍ବରେରୁହନ୍ତି।ଖାଦ୍ୟରାନ୍ଧିବାପାଇଁ ଏହି ସମୟ ଉପଯୁକ୍ତ ଅଟେ।ରୋଷେଇ ଘର ଏବଂ ବାଥ ରୁମଗୁଡ଼ିକ ଓଦାରୁହେ। ତେଣୁ ଏଗୁଡ଼ିକ ଏପରିସ୍ଥାନ ହେବା ଉଚିତ ଯେଉଁଠାରେ ସୂର୍ଯ୍ୟକିରଣ ମିଳିପାରିବ, କେବଳ ସେତେବେଳେ ସେଗୁଡ଼ିକ ଶୁଖିଲା ଏବଂ ସୁସ୍ଥ ରହିପାରିବ।
୪- ମଧ୍ୟାହ୍ନ ୧୨ ଟା ୩ଟା ଏକ ବିଶ୍ରାମସମୟ। ସୂର୍ଯ୍ୟ ଦକ୍ଷିଣରେ ଅଛି, ତେଣୁ ଶୋଇବାଘର ଏହିଦିଗରେ ତିଆରିହେବା ଉଚିତ୍।
୫- ୩ଟାରୁ ୬ଟାପର୍ଯ୍ୟନ୍ତ ବିଭିନ୍ନକାର୍ଯ୍ୟ ପାଇଁ ଉପଯୁକ୍ତସମୟ।ଏହିସମୟରେ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମଭାଗରେ ରୁହନ୍ତି, ତେଣୁ ଏହିସ୍ଥାନରେ ଏକ ଅଧ୍ୟୟନକକ୍ଷ କିମ୍ବା ଲାଇବ୍ରେରୀପାଇଁ ଉପଯୁକ୍ତ।
୬- ସନ୍ଧ୍ୟା ୬ ରୁ ୯ପର୍ଯ୍ୟନ୍ତସମୟ ଖାଇବା, ବସିବା ଏବଂ ପଢିବାପାଇଁ, ତେଣୁ ଘରର ପଶ୍ଚିମକୋଣ ଭୋଜନ କିମ୍ବା ସଭାକକ୍ଷ ପାଇଁ ଉପଯୁକ୍ତ।
୭- ସୂର୍ଯ୍ୟ ଘରର ଉତ୍ତର-ପଶ୍ଚିମ ଦିଗରେ ରାତି ୯ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ରୁହନ୍ତି। ଏହି ସ୍ଥାନ ଶୟନ କକ୍ଷ ପାଇଁ ମଧ୍ୟ ଉପଯୋଗୀ.
୮- ମଧ୍ୟରାତ୍ରିରୁ ସକାଳ ୩ ଟା ପର୍ଯ୍ୟନ୍ତ, ସୂର୍ଯ୍ୟ ଘରର ଉତ୍ତର ଭାଗରେ ରୁହନ୍ତି। ଏହି ସମୟ ଅତ୍ୟନ୍ତ ଗୋପନୀୟ ଅଟେ। ମୂଲ୍ୟବାନ ଜିନିଷ କିମ୍ବା ଅଳଙ୍କାର ଇତ୍ୟାଦି ରଖିବା ପାଇଁ ଏହି ଦିଗ ଏବଂ ସମୟ ଭଲ ଅଟେ।!!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment