ଆଜିର ରାଶିଫଳ

ମଣିଷ ପାଇଁ ବରଦାନ ଅମୃତଭଣ୍ଡା ପତ୍ର.....
ଆଜିର ରାଶିଫଳ

ଫେବୃଆରୀମାସ ୦୩ତାରିଖ ୨୦୨୫ମସିହା (ସୋମବାର)ମାଘମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୦୬/୫୮ ଗତେ ଷଷ୍ଠୀ,ସୁର୍ୟୋଦୟ-ପ୍ରାତଃ ଘ୦୬/ ୨୫/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୫୨,ଯୋଗିନୀ ଦକ୍ଷିଣେ ଦିବା ଘ୦୬/୫୯ଗତେ ପଶ୍ଚିମେ,
ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୪୭ଗତେ ଘ୦୯/୧୨ମଧ୍ୟେ,ବାରବେଳା – ଦିବା ଘ୦୨/୫୦ଗତେ ଘ୦୪/୧୪ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୧୧/୧୧ଗତେ ଘ୦୧/୩୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୦୦ ଗତେ ଘ୦୫/୩୫ମଧ୍ୟେ,ଅଦ୍ୟ ବେଲ ଦିବା ଘ୦୬/୪୮ ଗତେ ନିମ୍ବ ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟହେବ।ବିନା ସ୍ବାର୍ଥରେ ଅନ୍ୟରସହାୟତା କରି ଖୁସିଅନୁଭବ କରିବେ।କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ।ବନ୍ଧୁଙ୍କ ସହିତ ରାତ୍ରି ଭୋଜନପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲରହିବ। ଅଚାନକଧନଲାଭ ହେବ।ସରକାରୀ ଚାକିରିଆଙ୍କୁ ଖୁସି ଖବରମିଳିବ।ପାରିବାରିକ ସମ୍ବନ୍ଧ ମଜଭୁତହେବ।ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା :-ଆଜି ଆପଣ କଷ୍ଟ ମନେହେଉଥିବା କାର୍ଯ୍ୟ ସହଜରେ କରିପାରିବେ।ବିଭିନ୍ନପ୍ରକାର ଲୋକଙ୍କ ସହିତ ମିଶିବେ।କୌଣସି ବଡ଼ ନେଣଦେଣ କରି ପାରନ୍ତି।ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା:-ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ:-ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

ମଣିଷ ପାଇଁ ବରଦାନ ଅମୃତଭଣ୍ଡା ପତ୍ର…..
ଆପଣମାନେ ନିଶ୍ଚିତଭାବରେ ଅମୃତଭଣ୍ଡା ଖାଇଥିବେ । କୁହାଯାଏକି ଭଣ୍ଡାଖାଇବା ଆମ ଶରୀରପାଇଁ ବହୁତ ଲାଭଦାୟକ ହୋଇଥାଏ। ଏହାଛଡା ଆମକୁ ଏଥିରୁ ଅନେକଭିଟାମିନ ମିଳିଥାଏ। ଯାହା ଆମ ରୋଗକୁ କମେଇବାରେ ମଧ୍ୟ ସାହାର‌୍ୟ୍ୟ କରିଥାଏ। ତେବେ ଏହି ଅମୃତଭଣ୍ଡାର ପତ୍ର ମଧ୍ୟ ଖୁବ ଲାଭବାନ ହୋଇଥାଏ।ତେବେ ଏହି ଅମୃତଭଣ୍ଡା ପତ୍ରରରସକୁ ସେଵନ କରିବାଦ୍ୱାରା ଅନେକ ସମସ୍ୟାରୁ ମୁକ୍ତି ପାଇଥାଉ । ଆଜି ଜାଣିବା ଏହି ପତ୍ରର ଉପକାରିତା।
ଯଦି ଆପଣଙ୍କ କେଶ ଉପୁଡୁଛି ଏବଂ ବହୁତ ଦୁର୍ବଳ ଅଛି ତେବେ ଆପଣ ଏହି ଅମୃତଭଣ୍ଡାପତ୍ରର ବ୍ୟବହାରଦ୍ୱାରାଏହି ସମସ୍ୟାକୁ ମଧ୍ୟ ରୋକିପାରିବେ। ସେଥିପାଇଁ କିଛି ଅମୃତଭଣ୍ଡାପତ୍ରପତ୍ରକୁ ବାଟି ସେଥିରୁ ଦୁଇରୁ ତିନିଚାମଚ ରସ, ଏକଚାମଚ ରିଥାପାଉଡର,ଏକଚାମଚ ଶିକ୍ଷାକାଇ ପାଉଡର ଏବଂ ଏକଚାମଚ ଅଁଳାପାଉଡର ପକାଇ ମିଶ୍ରଣ କରିଦିଅନ୍ତୁ।ଏହି ମିଶ୍ରଣକୁ ଏବେ ମୁଣ୍ଡରେଲଗାନ୍ତୁ ଏବଂ ଅଧଘଣ୍ଟା ପରେ ଧୋଇଦିଅନ୍ତୁ ଦେଖିବେ ଚୁଟି ଉପୁଡିବା ବନ୍ଦ ହୋଇଯିବ ଏବଂ କଳା ମଧ୍ୟ ହୋଇଯିବ।
ଏହାଛଡା ଯଦି ଆଣ୍ଠୁ ଗଣ୍ଠିବିନ୍ଧା ହେଉଥିଲେ ଏହିପତ୍ରରେ ଶୁଖିଲାମେଥିକି ନେଇ ସେହିସ୍ଥାନରେ ଘଷିଦେଲେ ତାହାଶୀଘ୍ର ଭଲ ହୋଇଯାଇଥାଏ। ଏହାଛଡା ଯଦି ଜଣ୍ଡିସହୋଇଥାଏ ତେବେ ମଧ୍ୟ ଏହି ପତ୍ରରରସ ସେଵନଦ୍ୱାରା ଭଲ ହୋଇଯାଇଥାଏ।ଯେଉଁ ମହିଳା ମାନଙ୍କୁ ମାସିକ ଚକ୍ରକୁ ନେଇ ଅସୁବିଧା କିମ୍ବା ସମସ୍ୟା ଲାଗିରହିଥାଏ। ଯେପରି ଅନିନିୟମତା, ରକ୍ତର ଅଭାବ, ପେଟକାଟିବା, ଅଣ୍ଟା କାଟିବା ଆଦି ହୋଇ ଥିଲେ ଆପଣ ସତାବରି ଜଡିବୁଟିରେ ଏହି ଅମୃତଭଣ୍ଡାପତ୍ରର ରସକୁ ମିଶାଇ ସେଵନ କରିବାଦ୍ଵାରା ସେହି ସବୁ ସମସ୍ୟା ଦୂର ହୋଇଥାଏ।
ତେବେ ଅମୃତଭଣ୍ଡା ସହ ତାପତ୍ରମଧ୍ୟ ଖୁବ ଲାଭଦାୟୀ ଅଟେ !!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment