ଜାନୁଆରୀମାସ ୧୦ତାରିଖ ୨୦୨୫ମସିହା (ଶୁକ୍ରବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ ୧୦/୨୪ ଗତେ ଦ୍ଵାଦଶୀ,ନକ୍ଷତ୍ର- କୃତ୍ତିକା ଦିବା ଘ୦୨/୨୫ ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୧/୦୭,ଯୋଗିନୀ ଅଗ୍ନିକୋଣେ ଦିବା ଘ୧୦/୨୩ ଗତେ ନୈରୁତେ,ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୧୨ ଗତେ ଘ୧୧/୫୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୪ ଗତେ ଘ୦୮/୫୨ମଧ୍ୟେ ଓ ଘ୦୧/୪୦ଗତେ ଘ୦୩/୧୭ ମଧ୍ୟେ ଓ ଘ୦୪/୫୪ ଗତେ ଘ୦୫/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୧୦/୧୪ ଗତେ ଘ୧୧/୦୫ ମଧ୍ୟେ,ଶିମ୍ବ ଦିବା ଘ୧୦/୨୪ ଗତେ ପୋଇ ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକଭାବନା ଉଦୟହେବ। ବିନାସ୍ବାର୍ଥରେ ଅନ୍ୟର ସହାୟତାକରି ଖୁସି ଅନୁଭବକରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ।ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି।କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ।ଅଫିସ୍ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:-ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:-ଆଜି ଆପଣ କିଛି ଖାସ୍ କରିବାଲାଗି ଦିନଟି ଭଲରହିବ। ଅଚାନକ ଧନଲାଭହେବ। ସରକାରୀ ଚାକିରିଆଙ୍କୁ ଖୁସିଖବର ମିଳିବ।ପାରିବାରିକ ସମ୍ବନ୍ଧ ମଜଭୁତ ହେବ।ପରୀକ୍ଷାରେ ସଫଳତାମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସିଖବର ମିଳିବ।
କନ୍ୟା:-ଆଜି ଆପଣ କଷ୍ଟ ମନେ ହେଉଥିବାକାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମଆଳାପରେ ସତେଜତା ଅନୁଭବ କରିବେ।
ତୁଳା :-ଊର୍ଜାରସ୍ତର ଉଚ୍ଚା ରହିବ। କୌଣସି ଅଜଣାବ୍ୟକ୍ତିଙ୍କ ସହିତ ସ˚ପର୍କଗଢ଼ିବେ ଯେଉଁଥିରୁ ଭବିଷ୍ୟତରେଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳମିଳିବ।ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍ ଆନନ୍ଦପାଇବେ।
ଧନୁ:- ଆପଣ ନିଜକୁ ଖୁବ୍ ଆତ୍ମନିର୍ଭରଶୀଳ ଅନୁଭବକରିବେ। ବ୍ୟବସାୟପାଇଁ ନୂଆପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବାମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କରମାନସମ୍ମାନ ବଢ଼ିବ।ମିତ୍ରଙ୍କସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆଗତିବିଧିରେ ସାମିଲ ହୋଇପାରନ୍ତି।
କୁମ୍ଭ:-ସାମାଜିକକାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗପାଇବେ।ପ୍ରତିଷ୍ଠିତ ଲୋକଙ୍କସହିତ ସ˚ପର୍କସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାରସହିତ ହସଖୁସିେର ସମୟ କଟିବ।
ମୀନ:-ଦିନଟି ଆପଣଙ୍କପାଇଁ ଖୁବ୍ ଭଲରହିବ।କର୍ମକ୍ଷେତ୍ରରେ ବୀରଙ୍କଭଳି ରହିବେ। ଆପଣଙ୍କକାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସାକରିବେ। ଯିବାକୁଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁରଲାଭ ମିଳିବ।
ଶୀତଦିନେ ଖାଆନ୍ତୁ ପାଳଙ୍ଗ….
ପାଳଙ୍ଗଶାଗ ଶୀତଦିନେ ବହୁପରିମାଣରେ ମିଳୁଥିବାବେଳେ ଏହା ଶରୀରପାଇଁ ମଧ୍ୟ ଖୁବ୍ ଉପକାରୀ ।ଏଥିରେରହିଛି ଭିଟାମିନ୍ ଏ, ବି, ସି, ଆଇରନ୍,କ୍ୟାଲସିୟମ,ପ୍ରୋଟିନ,କାର୍ବୋହାଇଡ୍ରେଟ୍ସ,ଫାଇବର,ଖଣିଜପଦାର୍ଥ, ମ୍ୟାଗ୍ନେସିୟମ ଇତ୍ୟାଦି । ଏହା ଆମ ଶରୀରପାଇଁ ଯେତିକି ଲାଭ ଦାୟକ ଆମ ସୌନ୍ଦଯ୍ୟ ରକ୍ଷାକରିବାରେ ବି ଏହାର ବଡଭୂମିକା ରହିଛି ।
ନିୟମିତଭାବେ ପାଳଙ୍ଗଶାଗର ଜୁସ୍ ପିଇଲେ ଏହା ଶରୀରରେ ରକ୍ତପ୍ରବାହ ଠିକ୍ କରିଥାଏ ।ଯାହାଫଳରେ ଶରୀର ଫୁର୍ତ୍ତି ହେବାସହ ଚର୍ମରେ ଚମକଆସିଥାଏ ।ବିଶେଷଭାବେ ଯେଉଁମାନଙ୍କର ଡ୍ରାଏସ୍କିନ ସେମାନେ ନିୟମିତ ଏକଗ୍ଲାସ ପାଳଙ୍ଗରସ ପିଇଲେ ଡ୍ରାଏନେସ୍ ଦୂର ହୋଇଥାଏ ।ଏହା କେଶପାଇଁ ମଧ୍ୟ ଲାଭଦାୟକ ।ପାଳଙ୍ଗଜୁସ୍ ପିଇଲେ କେଶଝଡିବା କମ୍ ହୋଇଥାଏ ଓ ଘନହୋଇଥାଏ ।ଏହାଦ୍ୱାରା ଶରୀରରେ ଭିଟାମିନ୍ ‘ଏ’ ର ଆବଶ୍ୟକତାକୁ ପୂରଣ କରିଥାଏ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!