ଜାନୁଆରୀମାସ ୦୯ତାରିଖ ୨୦୨୫ମସିହା (ଗୁରୁବାର)ପୌଷମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ ୧୨/୨୪ଗତେ ଏକାଦଶୀ, ସର୍ବତ୍ର ଶାମ୍ବଦଶମୀ ,ସୁଦଶାବ୍ରତ,,ନକ୍ଷତ୍ର- ଦ୍ଵିଜା ଦିବା ଘ୦୩/୪୫ଗତେ କୃତ୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୩୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୦/୩୭,ଯୋଗିନୀ ଉତ୍ତରେ ଦିବା ଘ୧୨/୨୪ଗତେ ଅଗ୍ନିକୋଣେ,ଦଶମୀର ଏକୋଦିଷ୍ଟ ଓ ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୦୨/ ୪୦ଗତେ ଘ୦୫/୨୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୦୫ ମଧ୍ୟେ ଓ ଘ୦୨/୨୭ ଗତେ ଘ୦୨/୩୯ମଧ୍ୟେ ଓ ରାତ୍ରି ଘ୦୬/୧୦ଗତେ ଘ୦୯/୨୨ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ କଳମଶାଗ ଦିବା ଘ୧୨/୨୪ ଗତେ ଶିମ୍ବଭକ୍ଷଣ ନିଷେଧ।
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ:-ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ:-ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ ।ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା:-ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା:-ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:-ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥିପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର:-ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ:-ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ:-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!
ଶାମ୍ବ ଦଶମୀ।-ତା୦୯/୦୧/୨୫ରିଖ,ଗୁରୁବାର
ପୌଷ ଶୁକ୍ଳଦଶମୀଦିନ ଶାମ୍ବଦଶମୀ ପାଳନକରାଯାଏ ।ଶାମ୍ବଦଶମୀ ହେଉଛି ସୂର୍ଯ୍ୟପୂଜାରପର୍ବ, ଯେପରି କୁମାରପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ । ବର୍ଷର ବାରମାସଯାକ ବିଭିନ୍ନପର୍ବପର୍ବାଣି ପାଳିତହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶପର୍ବ ପାଳିତ ହୋଇଥାଏ ।ଏହିସମୟମଧ୍ୟରେ ପାଳିତହେଉଥିବା ପବପର୍ବାଣିରେ ଏଥିପାଇଁ ଗାଉଁଲୀ ଢଗ ରହିଛି ଯଥା-
ଅଇଲା ଚିତୋଉ ନାନୀ
ବାରଓଷା ପର୍ବ ସଙ୍ଗରେ ଘେନି,
ଶମ୍ବର ଦଶମୀ ଅଲଣାଦାଉ
ସବୁ ଓଷା ବାର ଏଇଠି ଥାଉ ।
ଶାମ୍ବଦଶମୀକୁ ଚାନ୍ଦ୍ରମାନବର୍ଷର ଶେଷପର୍ବ କହିବାର ତାତ୍ପର୍ଯ୍ୟହେଉଛି ଏହାପରେ ଚିତାଲାଗିଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସପର୍ଯ୍ୟନ୍ତ ଆଉ ଏତେ ପିଠାପଣାରପର୍ବ ପଡ଼େନାହିଁ ।ଓଡ଼ିଆଙ୍କ ସୁସ୍ୱାଦୁ,ସୁମିଷ୍ଟ,ତୃପ୍ତିକରଖାଦ୍ୟ ପ୍ରସ୍ତୁତିଦକ୍ଷତାର ଅସଲ ନିଦର୍ଶନ û କଥାଅଛି-ଶମ୍ବର ଦଶମୀରେ ମଣିଷ ଗୋଟିଏକୁ ପିଠା ଗୋଟିଏ ।କୃଷିପ୍ରଧାନ ଓଡ଼ିଶାରାଜ୍ୟରେ ଏସମୟ ପନିପରିବାର ପ୍ରାଚୁର୍ଯ୍ୟରସମୟ ।ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁତରକାରୀ ପ୍ରସ୍ତୁତହୁଏ, ତାକୁ ଘଡ଼ଘଡ଼ାତିଅଣ କୁହାଯାଏ । ଏହିପର୍ବର ମୁଖ୍ୟହେଉଛି ଏହି ଘାଣ୍ଟତରକାରୀ ଘଡ଼ାଘଡ଼ା ତିଅଣ ।
ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳକାମନା କରି ଶାମ୍ବଦଶମୀପର୍ବ ନିଷ୍ଠାରସହ ପାଳନକରନ୍ତି ।ଏହିପର୍ବର ବିଶେଷତ୍ୱହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନିସ୍ଥିତିକୁ ଲକ୍ଷ୍ୟକରି ଘରେ ତିନିପ୍ରକାର ଧୂପ ବା ପୂଜା ଅନୁଷ୍ଠିତ ହୋଇଥାଏ ।ଅରୁଣୋଦୟ ସମୟରେ ପ୍ରଥମଧୂପ ହୁଏ ।ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତହୋଇ ଏହିମୂହୁର୍ତ୍ତରେ ଫଳମୂଳ ଓ ମିଷ୍ଟାନ୍ନଇତ୍ୟାଦି ନୈବେଦ୍ୟବାଢ଼ନ୍ତି ।ଏହି ବ୍ରାହ୍ମମୁହୂର୍ତ୍ତରେ ପୂଜାନୈବେଦ୍ୟ ବା ପ୍ରଥମ ଧୂପ ଅନୁଷ୍ଠାନକରି ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି ।ମଧ୍ୟାହ୍ନରେ ମଧ୍ୟାହ୍ନସୂର୍ଯ୍ୟ ତେଜୋଦୀପ୍ତଭାସ୍କରଙ୍କୁ ଦ୍ୱିତୀୟଧୂପ ଦିଆଯାଏ ।ଏହା ଶାମ୍ବ ଦଶମୀର ମୁଖ୍ୟଧୂପ ।ଏଥିରେ ଗଇଁଠା,ଅଟକାଳି, ବିଭିନ୍ନପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ାତିଅଣ ଆଦି ଭୋଗହୁଏ ।ଶେଷଧୂପ ବା ତୃତୀୟ ଧୂପ ହେଉଛି ସନ୍ଧ୍ୟାସମୟର ଅସ୍ତାଚଳ ଗାମୀସୂର୍ଯ୍ୟଦେବଙ୍କ ନିମିତ୍ତ ।ଏହିଧୂପରେ ମଧ୍ୟ ଏଣ୍ଡୁରି,କାକରା,ମାଲପୁଆ,ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ ।ଏହିଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀରତାତ୍ପର୍ଯ୍ୟ ବର୍ଣ୍ଣିତ ।ଏହି ଶାମ୍ବପୁରାଣ ଦେବର୍ଷିନାରଦ ଶ୍ରୀକୃଷ୍ଣ ଜାମ୍ବବତୀପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି ।ଶାମ୍ବନାମାନୁସାରେ ଏହିଦଶମୀକୁ ଶାମ୍ବଦଶମୀ, ଗାଁଗହଳରେ ସମ୍ବର ଦଶମୀ କୁହାଯାଏ ।କଥିତଅଛି ଶ୍ରୀକୃଷ୍ଣଙ୍କ ସବୁପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦରଥିଲେ । ଦୁର୍ଯ୍ୟୋଧନଙ୍କକନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣକରି ଆଣିଲେ ।ବଳରାମଙ୍କସହାୟତାରେ ଶାମ୍ବ ବିବାହକଲେ ଦୁର୍ଯ୍ୟୋଧନପୁତ୍ରୀ ଲକ୍ଷଣାଙ୍କୁ ।ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବାବେଳେ ଦ୍ୱାରଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନଛାଡ଼ିବା ପାଇଁ ।ଏସମୟରେ ମହର୍ଷିଦୁର୍ବାସା ଦ୍ୱାରଦେଶରେ ଉପନୀତହେଇ ଶ୍ରୀକୃଷ୍ଣ ଦର୍ଶନଚାହିଁଲେ ।ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକିଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠରୋଗ ହେବାନିମନ୍ତେ ଅଭିଶାପ ଦେଲେ ।ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପଦେଇ ଅନୁତପ୍ତହୋଇ ଦୁର୍ବାସାଙ୍କୁ ପୁତ୍ରଶାମ୍ବର କୁଷ୍ଠ ମୁକ୍ତିଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କକଥା କହି ଶାମ୍ବଙ୍କୁ ସେକ୍ଷେତ୍ରରେ ସୂର୍ଯ୍ୟପୂଜା କରିବାପାଇଁ ନିର୍ଦ୍ଦେଶଦେଲେ ।ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗାତୀର୍ଥ ମାହାତ୍ମ୍ୟ ବିଶଦବର୍ଣ୍ଣିତ । ଦେବର୍ଷିନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶକଲେ ।ସେହି ଦିନଥିଲା ପୌଷମାସ ଶୁକ୍ଳପକ୍ଷ ଦଶମୀତିଥି ।ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନାକଲେ ।ସୂର୍ଯ୍ୟଙ୍କୁ ଚାହିଁଚାହିଁ ତପସ୍ୟାକଲେ ।ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟାକରି ସୂର୍ଯ୍ୟନାରାୟଣ ବା ପ୍ରଭୁ ଆଦିତ୍ୟନାରାୟଣଙ୍କର ଏକ ମଣିବିଗ୍ରହ ପାଇଥିଲେ ।ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ ।ଇଷ୍ଟ ମନ୍ତ୍ର ହେଉଛି-
ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ
ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ ।
ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ
ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ ।
ତାଙ୍କରି ଆର୍ଶିବାଦବଳରେ ଶାମ୍ବ ଦୁରାରୋଗ୍ୟବ୍ୟାଧି ଦୂରହୋଇ ସୁନ୍ଦରଶରୀର ଲାଭକରିଥିଲେ ।ଏଇଦିନଟି ଥିଲା ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠରୋଗରୁ ମୁକ୍ତିଲାଭପାଇ ସମଗ୍ରକଳିଙ୍ଗରେ ସୂର୍ଯ୍ୟପୂଜାବିଧିର ପ୍ରଚାର କରାଇଲେ ।
ଭାରତର ସାତଟିସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ । ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରିକରାଇ ପୌଷ ଶୁକ୍ଳଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ ।ପ୍ରଭୁ ଆଦିତ୍ୟନାରାୟଣଙ୍କୁ ଏହିପୂଜା ସମ୍ପର୍କରେ ଶାମ୍ବଜଣାନ୍ତେ ପ୍ରଭୁସୂର୍ଯ୍ୟଦେବ କହିଲେ, ମୋର ପୂଜାପାଇଁ ଉପଯୁକ୍ତ ପୁରୋହିତ ଭାରତବର୍ଷରେ ନାହାନ୍ତି ।ଏଣୁ ଶାକଦ୍ୱୀପରୁ ମଗବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜାକଲେ ମୁଁ ସନ୍ତୋଷଲାଭ କରିବି ,ତାହାହିଁ ହେଲା ।ଶାମ୍ବ ଶାକଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁଅଣାଇ ଭାରତବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥାକରାଇଥିଲେ । ସେହିକାଳରୁ ଆମଦେଶରେ ଶାମ୍ବଦଶମୀରେ ସୂର୍ଯ୍ୟଙ୍କରବ୍ରତପାଳନ ଓ ପୂଜାର ପ୍ରଚଳନରହିଛି ।ଯେଉଁସ୍ଥାନରେ କୃଷ୍ଣପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପାପ୍ରାପ୍ତି ନିମନ୍ତେ ତପଶ୍ଚରଣକରିଥିଲେ ତାହା ମୈତ୍ରେୟବନନାମରେ ଖ୍ୟାତ ।ସୂର୍ଯ୍ୟଙ୍କର ଅନ୍ୟନାମ ମିତ୍ର ।ତାଙ୍କ ନାମାନୁସାରେ ଚନ୍ଦ୍ରଭାଗାତୀରରୁ ଏକ ବ୍ୟାପକଅଞ୍ଚଳ ମୈତ୍ରେୟବନନାମରେ ଖ୍ୟାତ ।ଜୟ ଶ୍ରୀ ବିରଞ୍ଚିନାରାୟଣ ଦେବାୟ ନମ୍ଃ