ଆଜିର ରାଶିଫଳ

ଆଜି ଜାଣିବା ଘରେ କଇଁଛର ପ୍ରତୀମା ରଖିବା କେତେ ଦରକାରୀ.....
ଆଜିର ରାଶିଫଳ

ଡିସେମ୍ବରମାସ ୨୯ତାରିଖ ୨୦୨୪ମସିହା (ରବିବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ ୦୪/୧୩ ଗତେ ଅମାବାସ୍ୟା ,ନକ୍ଷତ୍ର- ଜ୍ୟେଷ୍ଠା ରାତ୍ରି ଘ୧୨/୨୦ଗତେ ମୂଳା ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୪/୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୪/୧୭ ,ଯୋଗିନୀପଶ୍ଚିମେ ରାତ୍ରିଘ୦୪/୧୧ ଗତେ ଐଶାନ୍ୟେ ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୨୭ ଗତେ ଘ୦୧/୧୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୧୩ଗତେ ଘ୦୯/୩୮ ମଧ୍ୟେ ଓ ଘ୦୨/୦୩ଗତେ ଘ୦୫/୧୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୫୦ଗତେ ଘ୦୫/୧୪ ମଧ୍ୟେ ,ଅଦ୍ୟ ବିରିଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବାଲାଗି ଭଲସୁଯୋଗ ପାଇବେ।ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:-ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲସୁଯୋଗ ମିଳିବ।ଆର୍ଥିକରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବରପାଇବେ। ପାରିବାରିକଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନାଉପରେ ନିୟନ୍ତ୍ରଣରଖିବାରେ ଶିକ୍ଷାଲାଭ କରିବେ।ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳ ହେବେ।ମହିଳାମାନଙ୍କଲାଗି ଦିନଟି ଭଲରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ, କାମକରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାରକରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:- ଆପଣଙ୍କମନ ପ୍ରସନ୍ନ ରହିବ। ଆପଣଙ୍କ କାମପାଇଁ ଆର୍ଥିକ ସହାୟତା ମିଳିବ।ଗଣମାଧୢମ ଓ ସ˚ଚାରକ୍ଷେତ୍ରରେ କାମକରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କସହିତ ସୁଖଦସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ।ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା:-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁରଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ।ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସାଚିନ୍ତା ଦୂରହେବ।କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ।ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟମାଗିବେ। ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ରହିବ।ଆପଣଙ୍କର କୌଣସି କାମ ବାଧାପ୍ରାପ୍ତ ହେବନାହିଁ।ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜବୁଦ୍ଧିରେ ଆଗକୁବଢ଼ନ୍ତୁ।କୌଣସି ଜରୁରୀକାମରେ ଭାଇ ଭଉଣୀଙ୍କ ସହଯୋଗପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲସଉଦା ହେବାର ସମ୍ଭାବନା।ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କପାଇଁ ଉତ୍‌ଥାନପତନ ଲାଗି ରହିବ।ବ୍ୟବସାୟରେ ପ୍ରତିଯୋଗୀମନୋଭାବ ପରିତ୍ୟାଗକରନ୍ତୁ।ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।ବୈବାହିକଜୀବନ ଖୁସିରେ ଭରା ରହିବ।

ଆଜି ଜାଣିବା ଘରେ କଇଁଛର ପ୍ରତୀମା ରଖିବା କେତେ ଦରକାରୀ…..
ବାସ୍ତୁଶାସ୍ତ୍ରଅନୁଯାୟୀ, ଘରେ ସତକଇଁଛ ବା କଇଁଛରପ୍ରତୀମା ରଖିବା ଅତ୍ୟନ୍ତଶୁଭ ହୋଇଥାଏ। କାରଣ ମହାପ୍ରଭୂ ବିଷ୍ଣୁଙ୍କର ଦଶାବତାର ମଧ୍ୟରୁ କଚ୍ଛପ ବା କଇଁଛଅବତାର ହେଉଛି ଗୋଟିଏ। ତେଣୁ ଯେଉଁଘରେ କଇଁଛ ଅବା କଇଁଛରପ୍ରତୀମା ଥାଏ ସେହି ଘରଉପରେ ଭଗବାନବିଷ୍ଣୁ ଓ ମାତାଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିଥାଏ।ସତକଇଁଛ ରଖିବା ଯେହେତୁ ସମସ୍ତଙ୍କପକ୍ଷେ ସମ୍ଭବନୁହେଁ, ତେଣୁ କଇଁଛପ୍ରତୀମା ଘରେରଖିଲେ କି ଶୁଭଫଳ ମିଳିଥାଏ ଆଜି ଜାଣିବା….
ଯେ କୌଣସି ଧାତୁର କଇଁଛପ୍ରତୀମା ହେଉନା କାହିଁକି ତାହାକୁ ଘରର ଉତ୍ତରଦିଗ, ପୂର୍ବଦିଗ ଅଥବା ଉତ୍ତର ପୂର୍ବକୋଣରେ ରଖିବା ଦରକାର। ସେହିପରି ତାକୁ ଏମିତିରଖନ୍ତୁ, ଯେମିତି ତାରମୁଖ ଉତ୍ତରପୂର୍ବକୋଣ ଆଡକୁ ରହୁଥିବ। କିନ୍ତୁ କେବେବି କଇଁଛର ମୁଖ ସଦର ଦରଜା ଆଡ଼କୁ ରଖିବେ ନାହିଁ।
କଇଁଛପ୍ରତୀମାକୁ ସର୍ବଦା ଗୋଟିଏପାତ୍ରରେ କିଛି ଗଙ୍ଗାଜଳନେଇ ତାଭିତରେ ଅଧା ପର୍ୟ୍ୟନ୍ତ ବୁଡେଇକି ରଖିନ୍ତୁ।ଆଉ ପ୍ରତିଦିନ ସେହି ପାଣିକୁ ବଦଳାନ୍ତୁ।ହେଲେ ଶୟନକକ୍ଷରେ ରଖୁଥିବା କଇଁଛରପ୍ରତୀମାକୁ କେବେ ବି ପାଣିରେ ବୁଡେଇକି ରଖିବେନାହିାଁ ତାହାକୁ ଶୁଖିଲା ରଖିବେ ଏବଂ ପ୍ରତିଦିନ ଶୁଖିଲା କପଡ଼ାରେପୋଛି ଦେଉଥିବେ। ଏପରିକଲେ ଘରେ ଧନବୃଦ୍ଧି ହେବା ସହ ଶାନ୍ତି ବଜାୟ ରହିଥାଏ।
କୁହାଯାଏ, ଘରେ କଇଁଛପ୍ରତୀମା ରଖିଲେ ଘରର ସଦସ୍ୟଙ୍କର ଆୟୂଷ ବୃଦ୍ଧି ହେବା ସଙ୍ଗେ ଐଶ୍ୱର୍ୟ୍ୟପ୍ରାପ୍ତ ହୋଇଥାଏ।ଅନ୍ୟପକ୍ଷେ ଯଦି କୌଣସି ମହିଳାଙ୍କର ପିଲାପିଲି ହେଉନଥାଏ, ତାହେଲେ ଘରେ କଇଁଛପିଠି ଉପରେ ଛୁଆକଇଁଛ ବସିଥିବା ପ୍ରତୀମା ରଖନ୍ତୁ.ଯଦ୍ଦ୍ବାରା ଖୁବ୍‌ ଶୀଘ୍ର ତାଙ୍କୁ ଶୁଭଖବର ମିଳିଯିବ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି (ଉପରଲିଖିତ ତଥ୍ୟ ସାଧାରଣସୂଚନା ଉପରେଆଧାରିତ)!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment