ଡିସେମ୍ବରମାସ ୨୫ତାରିଖ ୨୦୨୪ ମସିହା(ବୁଧବାର)ଯୀଶୁଖ୍ରୀଷ୍ଟଙ୍କ ଜନ୍ମ(ବଡଦିନ)ପୌଷମାସ- କୃଷ୍ଣପକ୍ଷ,ତିଥି-ଦଶମୀ ରାତ୍ରି ଘ ୧୦/୧୮ଗତେ ଏକାଦଶୀ,ନକ୍ଷତ୍ର- ଚିତ୍ରା ଦିବା ଘ୦୩/୫୫ ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୫୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୫୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୦/୧୮ଗତେ ଅଗ୍ନିକୋଣେ, ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟରାଶିର ଘାତବାର, କାଳବେଳା -ଦିବା ଘ୦୯/୦୫ ଗତେ ଘ୧୦/୨୭ମଧ୍ୟେ,ବାରବେଳା – ଦିବା ଘ୧୧/୪୮ଗତେ ଘ୦୧/୧୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୧୨ମଧ୍ୟେ ଓ ଘ୦୮/୦୧ଗତେ ଘ୦୮/୫୦ମଧ୍ୟେ ଓ ରାତ୍ରି ଘ୦୬/ ୦୨ ଗତେ ଘ୦୬/୫୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୭/୧୩ଗତେ ଘ୦୮/୦୦ ମଧ୍ୟେ ଓ ଘ୦୨/୨୬ଗତେ ଘ୦୪/୫୦ ମଧ୍ୟେ,ଅଦ୍ୟ କଳମଶାଗ ଭକ୍ଷଣ ନିଷେଧ।
ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ।ବ୍ୟବସାୟ ଏବଂ ବାଣିଜ୍ୟକ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
ବୃଷ-ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପକ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।
ମିଥୁନ-ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମକରି ଅନୁତପ୍ତ ହୋଇପାରନ୍ତି।ହାତକୁ ନେଇଥିବା ଅସମ୍ପୂର୍ଣ୍ଣକାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।
କର୍କଟ-କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ।ଦୀର୍ଘଦିନର ଆଶା ଫଳବତୀହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ ।ଉଚ୍ଚପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
ସିଂହ-ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକ ମାନଙ୍କ ତରଫରୁ ସହଯୋଗ ପାଇବେନି ।ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍ କିଛିଦିନ ସକାଶେ ଅଟକି ରହିଯାଇପାରେ ।ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।
କନ୍ୟା-ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ।ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ।କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।
ତୁଳା-ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ ।ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
ବିଛା-ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।
ଧନୁ-କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍ ରହିବନାହିଁ।କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ।
ମକର-ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍, ଆଇନ ଅଦାଲତକ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତି ବିଶେଷ ଚିନ୍ତାର କାରଣ ହୋଇପାରନ୍ତି।
କୁମ୍ଭ-କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସିଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍ସନରେ ରହିପାରନ୍ତି।
ମୀନ-ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ।ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ।କଥା କଟାକଟି କାରଣରୁ ପରିବାରରେ ଅଶାନ୍ତପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସିକାମ ଅଟକିବନାହିଁ ।
ରାତିରେ କଞ୍ଚାଲଙ୍କା ଭିଜାଇ ସକାଳେ ପିଅନ୍ତୁ, ଦେଖନ୍ତୁ ଚମତ୍କାର…….
ସବୁଜ ଲଙ୍କାର ସ୍ୱାଦ ବିନା ଭାରତୀୟ ଖାଦ୍ୟ କଳ୍ପନା କରିବା ଅସମ୍ଭବ । କିନ୍ତୁ ଜାଣିନାହାଁନ୍ତିଯେ , କଞ୍ଚାଲଙ୍କା ଖାଇବାଦ୍ୱାରା ମଧ୍ୟ ଅନେକ ସ୍ୱାସ୍ଥ୍ୟ ଉପକାର ହୋଇଥାଏା ଏହା ଏକ ଔଷଧ ସହିତ ସମାନ, ଯାହାର ଅନେକ ରୋଗ ଦୂର କରିବାର ଶକ୍ତି ଅଛି । ସବୁଜ କଞ୍ଚାଲଙ୍କାରେ ଡାଏଟାରୀ ଫାଇବରରେ ଭରପୂର, ଯାହା ହଜମ ପ୍ରକ୍ରିୟା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
କଞ୍ଚାଲଙ୍କା ଭିଟାମିନ୍ ସି ଭରପୂର ଅଟୋ ଯାହାଦ୍ବାରା ଚର୍ମକୁ ସୁସ୍ଥ ରଖାଯାଇପାରିବ ଏବଂ ଚର୍ମରେ ଉନ୍ନତି ହୋଇପାରିବ । କେବଳ ଏତିକି ନୁହେଁ, ଓଜନ ହ୍ରାସ କରିବାପାଇଁ ସବୁଜଲଙ୍କା ଖାଦ୍ୟରେ ମଧ୍ୟ ଖାଇପାରିବେ । ଶରୀରର ଅଧିକ ଓଜନ ହ୍ରାସ କରିବା ଏବଂ ମେଟାବୋଲିଜିମ୍ରେ ଉନ୍ନତି ଆଣିବା ପାଇଁ କଞ୍ଚାଲଙ୍କା ଖାଇବା ଉଚିତ୍ ।
ଆଜି କଞ୍ଚାଲଙ୍କାର ବ୍ୟବହାର ବିଷୟରେ ଜାଣିବା । ଯାହାକୁ ଗ୍ରହଣକରି ସୁସ୍ଥ ରଖିପାରିବେ । ଏହି ପ୍ରତିକାରପାଇଁ, ସର୍ବପ୍ରଥମେ, ଆପଣଙ୍କୁ ୩-୪ ଟି କଞ୍ଚାଲଙ୍କା ନେଇ ବିଶୁଦ୍ଧପାଣିରେ ଭଲଭାବରେ ଧୋଇଦିଅନ୍ତୁ ଏବଂ ତାପରେ ସମସ୍ତ ଲଙ୍କାକୁ ହାଲୁକାଭାବରେ କାଟି ଦିଅନ୍ତୁ ।
ଏହି କଟା ସବୁଜଚିଲିକୁ ଏକ ଗ୍ଲାସପାଣିରେ ଭିଜାଇ ରାତିସାରା ରଖନ୍ତୁ । ଏହାପରେ, ସେହିପାଣି ପିଅନ୍ତୁ ଯେଉଁଥିରେ ଏହି କଞ୍ଚାଲଙ୍କା ରାତି ଯାକ ଭିଜିଥିଲା । ସକାଳୁ ଉଠିବାପରେ ତୁରନ୍ତ ପିଅନ୍ତୁା କିନ୍ତୁ ମନେରଖନ୍ତୁଯେ, ଏହିପାଣି ପିଇବାପୂର୍ବରୁ ଆପଣଙ୍କୁ କିଛି ଖାଇବାକୁ କିମ୍ବା ପିଇବା ଉଚିତ ନୁହେଁ ।
ଯଦି ଆପଣ ଏହିପାଣି ପିଅନ୍ତି, ତେବେ ଆପଣଙ୍କୁ ଅନେକଲାଭ ମିଳିବ ଏବଂ ଏହା ଆପଣଙ୍କ ଶରୀରରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଆପଣ ହୁଏତ ଜାଣି ନଥିବେ ଯେ ଲୌହୟ, ପ୍ରୋଟିନ୍, ତମ୍ବା ଏବଂ ପୋଟାସିୟମ୍ ବ୍ୟତୀତ ଭିଟାମିନ୍ ଏ, ବି ୬ ଏବଂ ସି ଇତ୍ୟାଦିରେ ସବୁଜ ଚିଲି ମଧ୍ୟ ମିଳିଥାଏ । ଏହି ସମସ୍ତ ଖଣିଜ ପଦାର୍ଥ ଏବଂ ଭିଟାମିନ୍ ଏକାଠି କରି ଜଣେ ବ୍ୟକ୍ତିର ଶରୀର ଦିନସାରା ଶକ୍ତିରେ ପରିପୂର୍ଣ୍ଣ ରହିଥାଏ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!