ଆଜିର ରାଶିଫଳ

ଶୀତ ଋତୁରେ ସ୍କିନ୍ ଡ୍ରାଏ ହେଉଛି କି?

ଡିସେମ୍ବରମାସ ୧୭ତାରିଖ ୨୦୨୪ମସିହା (ମଙ୍ଗଳବାର)ପୌଷମାସ- କୃଷ୍ଣପକ୍ଷ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୭/୨୩ ,ଯୋଗିନୀ ଉତ୍ତରେ ଦିବା ଘ୦୭/୫୧ଗତେ ଅଗ୍ନିକୋଣ , ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କନ୍ୟାରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୦୫ ଗତେ ଘ୦୨/୨୭ ମଧ୍ୟେ ,ବାରବେଳା – ଦିବା ଘ୦୭/୪୦ ଗତେ ଘ୦୯/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୯ ମଧ୍ୟେ ଓ ଘ୦୯/୦୨ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ଗତେ ଘ୦୮/୦୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୦୫/୨୩ ଗତେ ଘ୦୭/୩୧ ମଧ୍ୟେ ,ଅଦ୍ୟ ବୋଇତିକଖାରୁ ଦିବା ଘ୧୦/୫୧ଗତେ ପୋଟଳଭକ୍ଷଣ ନିଷେଧ
ମେଷ:-ଆଜି ଆକସ୍ମିକ ଧନଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।
ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ:-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ :-ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:-ଆଜି ଆପଣଙ୍କ ମନ କରିବଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା:-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର:-ଏହି ସମୟ ନିଜସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି ।ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।
କୁମ୍ଭ:-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତାଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

ଶୀତ ଋତୁରେ ସ୍କିନ୍ ଡ୍ରାଏ ହେଉଛି କି?
ବର୍ତ୍ତମାନର ଋତୁ ହେଉଛି ଶୀତଋତୁ ।ଏହି ଋତୁରେ ଅନେକପ୍ରକାରର ସମସ୍ୟା ଦେଖାଦେଇଥାଏ ।ଖାସ୍ କରି ଶୀତଋତୁରେ ଲୋକେମାନେ ସୁନ୍ଦର ଦେଖାଯାଆନ୍ତିନାହିଁ ।କାରଣ ଏହି ଋତୁରେ ଫେସ୍ ଏବଂ ଗୋଡ,ହାତ ସବୁ ଡ୍ରାଏପଡିଯାଏ ।ଶୀତଋତୁରେ ଶୁଖିଲା ପବନ ହେତୁ ସ୍କିନ୍ ଅଧିକ ଡ୍ରାଏପଡିଯାଏ ।ଏହି ସମୟରେ ଲୋକେମାନେ ବହୁତପ୍ରକାର ଲୋସନ ବ୍ୟବହାର କରିଥାନ୍ତି ।ଲୋସନକୁ ବ୍ୟବହାର କରିଥାନ୍ତି ସତ ହେଲେ ଏହିଲୋସନ୍ ବହୁତ ଶୀଘ୍ର ଶୁଖିଯାଏ ଏବଂ ସ୍କିନକୁ ସଙ୍ଗେସଙ୍ଗେ ଡ୍ରାଏ ପକାଇଦିଏ ।ଖାସ୍ କରି ଝିଅମାନେ ଅଧିକ ଟେନସନରେ ପଡିଯାଆନ୍ତି, କାରଣ ଏହି ଋତୁରେ ସମସ୍ତେ ପିକନିକ୍ ଜାଇଥାନ୍ତି ।ବୁଲାବୁଲି କରିବା ସମୟରେ ଯଦି ଏଭଳି ସମସ୍ୟା ଦେଖାଦିଏ ତେବେ କଥା ସରିଲା ।ସମସ୍ତେ ଚାହିଁଥାନ୍ତି ଯେ ସେମାନେ କିପରି ସୁନ୍ଦର ଦେଖାଯିବେ ହେଲେ ଏହିଋତୁରେ ସ୍କିନ୍ ଡଲ ପଡିଯାଏ ଯେଉଁ କାରଣରୁ ଅନେକ ପ୍ରକାର ଅସୁବିଧା ସୃଷ୍ଟି ହୋଇଥାଏ ।ଏପରି ସ୍ଥିତିରେ ଆପଣ, କିପରି ସୁନ୍ଦର ଦେଖାଯିବେ ଏବଂ ଆପଣଙ୍କ ସ୍କିନ୍ କିପରି ଗ୍ଲୋ କରିବ ତାହା ଜାଣନ୍ତିୁ…..
ସର୍ବପ୍ରଥମେ ଆପଣ ସ୍କିନରେ ଲହୁଣୀଲଗାନ୍ତୁ ଏବଂ ଏହାକୁ ଅନେକଉପାୟରେ ମଧ୍ୟ ବ୍ୟବହାର କରିପାରିବେ ।ଯଦି ମହୁ ଏବଂ ଲହୁଣୀର ମିଶ୍ରଣକୁ ଫେସ କିମ୍ବା ହାତ,ଗୋଡରେ ଲଗାନ୍ତି ତେବେ ଏହାବହୁତ ଚମକ ସୃଷ୍ଟିକରିଥାଏ ।ଏହିମିଶ୍ରଣଟି ଚର୍ମକୁ ପୁଷ୍ଟିକର ଏବଂ ଆଦ୍ରତା ଯୋଗାଇଥାଏ ।ଏହି ପ୍ୟାକଟି ବହୁତ ଲାଭଦାୟକ ହୋଇଥାଏ ।ଏହିପ୍ୟକ୍ ଖାଲିସ୍କିନକୁ ସୁନ୍ଦର କରିନଥାଏ ବରଂ ଫେସ କଲରରେ ମଧ୍ୟ ଉନ୍ନତି ଆଣିଥାଏ ।ଶୀତଋତୁରେ ଯଦି ଏହିପ୍ୟାକକୁ ସବୁଦିନ ଲଗାଇଲେ ସସମ୍ୟା ବହୁତଶୀଘ୍ର ଦୂରହେବ । କିପରି ଫେସରେ ଲଗାଇବେ ଜାଣନ୍ତୁ ।
୧ଚାମଚ ଲହୁଣୀ ଆଣି ସେଥିରେ ୧ଚାମଚ ମହୁ ମଶାନ୍ତୁ ।ଏହାପରେ କିଛିସମୟ ଭଲଭାବରେ ମିକ୍ସ କରନ୍ତୁ ଏବଂ ପରେ ଏହାକୁ ଫେସରେ ଲଗାଇ କିଛି ସମୟପାଇଁ ଛାଡିଦିଅନ୍ତୁ ।୨୦ମିନିଟପରେ ଫେସକୁ ଭଲପାଣିରେ ଧୋଇଦିଅନ୍ତୁ, ଦେଖିବେ ଆପଣଙ୍କସ୍କିନ କିପରି ନରମରହିବା ସହ ଗ୍ଲୋ ମଧ୍ୟ କରିବ ।ଏହାସହ ଆପଣ ରାତିରେ ଶୋଇବାସମୟରେ ମଧ୍ୟ ଖାଲି ଲହୁଣୀକୁ ଫେସରେଲଗାଇ ଶୋଇପାରିବେ ।ଯାହା ସକାଳୁ ଉଠିବାପରେ ଫେସ ବହୁତ ସୁନ୍ଦର ଦେଖାଯାଇଥାଏ ।ଯଦିଚାହୁଁଛନ୍ତି ଯେ ଶୀତଋତୁରେ ଆପଣଙ୍କ ସ୍କିନ୍ ଗ୍ଲୋ କରୁ ତେବେ ଏହି ଟିପ୍ସକୁ ନିୟମିତ ଭାବରେ ବ୍ୟବହାର କରନ୍ତୁ । ଦେଖିବେ ବହୁ ଶୀଘ୍ର ମିଳିଯିବ ଆପଣଙ୍କର ରେଜଲ୍ଟ ।!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment