ଆଜିର ରାଶିଫଳ

"ଶିବ ପଞ୍ଚାକ୍ଷରୀମନ୍ତ୍ର

ଡିସେମ୍ବରମାସ ୧୬ତାରିଖ ୨୦୨୪ମସିହା(ସୋମବାର)ପୌଷ ମାସ- କୃଷ୍ଣପକ୍ଷ ,ତିଥି- ପ୍ରତିପଦ ଦିବା ଘ ୧୨/୨୦ ଗତେ ଦ୍ଵିତୀୟା ,ନକ୍ଷତ୍ର- ଆର୍ଦ୍ରା ରାତ୍ରି  ଘ୦୧/୪୫ ଗତେ ପୁନର୍ବସୁ ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୭/୦୩ ,ଯୋଗିନୀ ପୂର୍ବେ  ଦିବା ଘ୧୨/୨୦ ଗତେ ଉତ୍ତରେ  ,ପ୍ରତିପଦ ର ଏକୋଦିଷ୍ଟ  ଓ  ପାର୍ବଣ ଶ୍ରାଦ୍ଧ ,କନ୍ୟା ରାଶି ର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୭/୪୦ ଗତେ ଘ୦୯/୦୧ ମଧ୍ୟେ ,ବାରବେଳା – ଦିବା ଘ୦୨/୨୭ ଗତେ ଘ୦୩/୪୮ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା  ଘ୦୭/୩୯  ମଧ୍ୟେ ଓ  ଘ୦୯/୩୧ ଗତେ ଘ୧୧/୫୬ ମଧ୍ୟେ ଓ ରାତ୍ରି ଘ୦୭/୩୩ ଗତେ ଘ୧୦/୪୪ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି ,ଅଦ୍ୟ ପାଣିକଖାରୁ ଦିବା ଘ୧୨/୨୦ ଗତେ ବୋଇତିକଖାରୁ ଭକ୍ଷଣ ନିଷେଧ

ମେଷ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ।

ବୃଷ-ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା ଅର୍ଥଲାଭ ଓ ସମ୍ମାନ ସାଙ୍ଗକୁ ବାଲ୍ୟବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।

ମିଥୁନ-ଆଜି ଧନ ଓକାର୍ଯ୍ୟହାନୀ ହୋଇପାରେ। ସତର୍କତାର ସହ ମାପିଚୁପି କହୁଥିଲେ ମଧ୍ୟ କିଛି ନା କିଛି ଅଭିଯୋଗର କୈଫିୟତ ଦେବାକୁ ପଡିପାରେ। ଜମିଜମା, କଚେରି ମାମଲା, ଆଲୋଚନା ସଭା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ । ସନ୍ତାନଙ୍କ ବିଷୟ ଚିନ୍ତା କରି ମନ ଭଲ ଲାଗି ନ ପାରେ।

କର୍କଟ-ଆଜି ଅଫିସ୍‌ କାମରେ ଭାବପ୍ରବଣବଶତଃ ବିରକ୍ତିକର କଥା କହି ଅପଦସ୍ଥ ହୋଇପାରନ୍ତି । ପରକଥାରେ ପ୍ରଭାବିତ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଜମିଜମା କାରବାର, ସତ୍‌ସଙ୍ଗ କିମ୍ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ସ୍ଥାପନ କରିପାରନ୍ତି।

ସିଂହ-ଆଜି ବ୍ୟୟବୃଦ୍ଧି ହେବ ତେବେ ଦୂରଯାତ୍ରା ପାଇଁ ମାର୍ଗ ସୁଗମ ହେବ। କିନ୍ତୁ ଶନିଙ୍କ ସମ୍ବନ୍ଧ ଜନିତ ମାନସିକ ଅବସାଦ ବଢ଼ିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଈର୍ଷାପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ମାଲିମକଦ୍ଦମାରେ ସନ୍ତୋଷଜନକ ଫଳ ପାଇବେ।

କନ୍ୟା-ଆଜି ଯେଉଁ କାମରେ ହାତ ଦେବେ, ସେଥିରେ ସଫଳତା ନିଶ୍ଚିତ ମିଳିବ । ଆକସ୍ମିକ ଭାବରେ କୈ।ଣଶି କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡି ଅଯଥା ଖର୍ଚ୍ଚାନ୍ତ ହେବେ। ଦେହ ଆରୋଗ୍ୟ ହେବାସହ ସହିତ ମନ ମଧ୍ୟ ଆନନ୍ଦିତ  ରହିବ।

ତୁଳା-ଆଜି ବିଳାସବ୍ୟସନ ମଧ୍ୟରେ ଦିନଟିକୁ ଅତିବାହିତ କରିବେ।ସକାଳୁ ସକାଳୁ ଧାର, କରଜ କିମ୍ବା ପୂର୍ବ ଶତ୍ରୁତା ସାମୟିକ ଆଲୋଚନାର କେନ୍ଦ୍ରବିନ୍ଦୁ ହେବାର ସୂଚନା ରହିଛି। ପରିବାର ଭିତରେ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିବେ।  ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।

ବିଛା-ଆଜି ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମନରେ ଆଲୋଡ଼ନ ସୃଷ୍ଟି ହେବ। ଦୀର୍ଘ ସମୟର କାର୍ଯ୍ୟବ୍ୟସ୍ତତା ହେତୁ କ୍ଳାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି। ସେବା ଓ ପରୋପକାର ହେତୁ ସାମାଜିକ ପ୍ରତିଷ୍ଠା ବଢ଼ିବ। କୌଣସି ବନ୍ଧୁଙ୍କ ସାହାଯ୍ୟ, ସହଯୋଗ ଓ ଆତ୍ମୀୟତାରେ ଉତ୍‌ଫୁଲ୍ଲିତ ହୋଇପାରନ୍ତି।

ଧନୁ-ଆଜିର ଆପଣଙ୍କ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ବନ୍ଧୁଙ୍କ ଦ୍ୱାରା ପ୍ରତାରିତ ହେବାର ବହୁତ ସମ୍ଭାବନା ରହିଛି। ପଡୋଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରି କେତେକାଂଶରେ ଉପକୃତ ହେବେ। ଦୀର୍ଘ ଦିନର ମଉଳି ଯାଇଥିବା ଆଶା ପୁଣି ଉଜ୍ଜୀବିତ ହେବ।

ମକର-ଆଜି ଆପଣ କୌଣସି ନୂତନ କର୍ମରେ ଉତ୍ସାହିତ ରହିବେ। କର୍ମକ୍ଷେତ୍ରରେ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବାର ଆଶା ରହିଛି । ଫେରନ୍ତା ବାଟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ବିବାଦୀୟ ଘଟଣାରେ ବନ୍ଧୁଙ୍କ ମଧ୍ୟସ୍ଥତାରେ ଫଇସଲା ହୋଇଯିବ।

କୁମ୍ଭ-ଆଜି ପ୍ରତ୍ୟେକ କ୍ଷେତ୍ରରେ  ସତର୍କ ରହି କାମକରିବା ଭଲ ହେବ।ଜଣେ ବନ୍ଧୁଙ୍କ ସାହାଯ୍ୟକୁ ଭୁଲି ପାରିବେ ନାହିଁ। ଘର ସାଜସଜ୍ଜାରେ,  ଆନୁଷ୍ଠାନିକ କାମରେ ବ୍ଯସ୍ତ ରହିପାରନ୍ତି। ଆର୍ଥିକ ଦିଗ ଭଲ ରହିବ ଓ କୌଣସି ଜନହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ।

ମୀନ-ବାଣିଜ୍ୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ ଆଜି ପ୍ରତ୍ୟେକ କର୍ମ ରେ ଶୁଭଫଳ ପାଇବେ। କିନ୍ତୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ସମାଲୋଚିତ ହୋଇପାରନ୍ତି।

 

ଶକ୍ତିଶାଳୀ”ଶିବ ପଞ୍ଚାକ୍ଷରୀମନ୍ତ୍ର “ଏବଂ “ଶିବ ଷଡ଼କ୍ଷାରମନ୍ତ୍ର”:-
“ନମଃଶିବାୟ” ଏହି ମନ୍ତ୍ରଟି ହେଉଛି ଶିବ ପଞ୍ଚାକ୍ଷରମନ୍ତ୍ର ଏବଂ “ଓଁ ନମଃଶିବାୟ” ଏହି ମନ୍ତ୍ରଟି ହେଉଛି ଷଡ଼କ୍ଷାରମନ୍ତ୍ର ।ପ୍ରତ୍ୟେକ ଶିବଭକ୍ତ ଏହି ମନ୍ତ୍ରର ନିରନ୍ତର ଉଚ୍ଚାରଣ କରିଥାନ୍ତି ।କୁହାଯାଏ ଏହିମନ୍ତ୍ର ଜପକଲେ ସର୍ବପାପ କ୍ଷୟ ହୋଇଥାଏ ।ସ୍କନ୍ଦପୁରାଣରେ କୁହାଯାଇଛି ଯେ “ଯାହାର ହୃଦୟରେ “ନମଃଶିବାୟ” ଓ “ଓଁ ନମଃଶିବାୟ” ମନ୍ତ୍ର ବାସକରେ, ତାଙ୍କୁ ଅନ୍ୟମନ୍ତ୍ର, ତୀର୍ଥ,ତପସ୍ୟା,ଯଜ୍ଞର କୌଣସି ଆବଶ୍ୟକତାନାହିଁ ।
ଶିବପଞ୍ଚାକ୍ଷର ଓ ଷଡ଼କ୍ଷାରମନ୍ତ୍ରକୁ ସଂଜୀବନୀମନ୍ତ୍ର କୁହାଯାଏ ଯେଉଁଥିରେ ସମସ୍ତବେଦର ଜ୍ଞାନ,ସିଦ୍ଧି,ଅଲୌକିକ ଓ ପରଲୌକିକସୁଖ,ସମସ୍ତ ଜନ୍ମରପାପ ନାଶହେବା ଶକ୍ତି ନିହିତ ଥାଏ । ଶିବ ପଞ୍ଚାକ୍ଷରୀମନ୍ତ୍ର ପଢିଲେ ଅନେକକାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସରହିଛି ।ଯଦି କୌଣସିବ୍ୟକ୍ତି ଦୀର୍ଘାୟୁ ହେବାପାଇଁ ଇଚ୍ଛା ପ୍ରକଟକରିଥାନ୍ତି, ତେବେ ଗଙ୍ଗାରେ ସ୍ନାନସମୟରେ ୧ଲକ୍ଷଥର ଶିବ ପଞ୍ଚାକ୍ଷରମନ୍ତ୍ର ଜପ କଲେ ଦୀର୍ଘାୟୁପ୍ରାପ୍ତ ହୁଏ ।
ଅକାଳମୃତ୍ୟୁ ଭୟ ରହୁଥିଲେ ପ୍ରତି ଶନିବାରଦିନ ଅଶ୍ୱସ୍ଥବୃକ୍ଷକୁ ସ୍ପର୍ଶକରି ଶିବପଞ୍ଚାକ୍ଷରୀମନ୍ତ୍ରକୁ ୧୧ଥର ଜପିଲେ ଏହି ଭୟ ନାଶ ହୁଏ ବୋଲି ଶାସ୍ତ୍ରରେ ଲେଖା ରହିଛି ।ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରରେ ଏହି ପଞ୍ଚାକ୍ଷରୀମନ୍ତ୍ରକୁ ଶିବଙ୍କୁ ଧ୍ୟାନକରି ୧ଲକ୍ଷଥରଜପକଲେ ସମସ୍ତମନୋବାଞ୍ଛା ପୂର୍ଣ୍ଣହୋଇଥାଏ ।
ବିଦ୍ୟା ଓ ଲକ୍ଷ୍ମୀପ୍ରାପ୍ତି ପାଇଁ ଶିବ ପଞ୍ଚାକ୍ଷରମନ୍ତ୍ରକୁ ୧୧ଥର ଜପକରି ଆଞ୍ଜୁଳିରେ ପାଣିନେଇ ଶିବଲିଂଗରେ ଅଭିଷେକ କରନ୍ତୁ ।ପ୍ରତିଦିନ ୧୦୮ ଥର ଶିବ ପଞ୍ଚାକ୍ଷରୀମନ୍ତ୍ର ଜପକରି ସୂର୍ଯ୍ୟଙ୍କୁ ଜଳଚଢ଼େଇଲେ ଦୀର୍ଘଦିନର ପୁରାତନରୋଗରୁ ଉପଶମ ମିଳିବାସହ ଆରୋଗ୍ୟପ୍ରାପ୍ତ ହୁଏ ।
ଏହି ମନ୍ତ୍ରକୁ ପୂର୍ବ ବା ଉତ୍ତରଦିଗକୁ ମୁଖକରି ପ୍ରତିଦିନ ୧୦୮ଥର ରୁଦ୍ରାକ୍ଷମାଳାରେ ଜପକଲେ କୋଟିପୁଣ୍ୟ ମିଳେ ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Comments (0)
Add Comment